Advertisment

୧୯ ବର୍ଷର ଝିଅ ବାହାହେଲେ ୬୧ ବର୍ଷୀୟ ପୁରୁଷଙ୍କୁ

କୁହାଯାଏ ପ୍ରେମ ହେଲେ ସବୁ କିଛି ରଙ୍ଗୀନ ଲାଗେ। ପ୍ରେମ ପାଖରେ ଦେଖାଯାଏ ନି ଜାତି କି ବୟସ। ଏଭଳି ଏକ ଘଟଣା ଆମେରିକାରେ ଦେଖାଯାଇଛି। ଏଠାରେ ଜଣେ ୧୯ ବର୍ଷର ଝିଅ ୬୧ ବର୍ଷୀୟ ପୁରୁଷଙ୍କ ପ୍ରେମରେ ପଡିଛନ୍ତି। ଝିଅଟିର ନାମ ଆଣ୍ଡ୍ରି। ସେ ଜଣେ ମିଲେଟ୍ରୀ ପୋଲିସ ଅଧିକାରୀ। ସେ କେଭିନ୍‌ ନାମକ ଜଣେ ବ୍ୟକ୍ତି ପ୍ରେମରେ ପଡିଯାଇଛନ୍ତି ଯିଏ ତାଙ୍କ ଠାରୁ ୪୧ ବର୍ଷ ବଡ। ଯଦିଓ ସେମାନଙ୍କ ଯୋଡି ଜେଜେବାପା ଏବଂ ନାତୁଣୀ ପରି ଦେଖାଯାଏ, କିନ୍ତୁ ଦୁହିଁଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି।

19 year old girl married with 61 year old man

19 year old girl married with 61 year old man

Advertisment

ନୂଆଦିଲ୍ଲୀ : କୁହାଯାଏ ପ୍ରେମ ହେଲେ ସବୁ କିଛି ରଙ୍ଗୀନ ଲାଗେ। ପ୍ରେମ ପାଖରେ ଦେଖାଯାଏ ନି ଜାତି କି ବୟସ। ଏଭଳି ଏକ ଘଟଣା ଆମେରିକାରେ ଦେଖାଯାଇଛି। ଏଠାରେ ଜଣେ ୧୯ ବର୍ଷର ଝିଅ ୬୧ ବର୍ଷୀୟ ପୁରୁଷଙ୍କ ପ୍ରେମରେ ପଡିଛନ୍ତି। ଝିଅଟିର ନାମ ଆଣ୍ଡ୍ରି। ସେ ଜଣେ ମିଲେଟ୍ରୀ ପୋଲିସ ଅଧିକାରୀ। ସେ କେଭିନ୍‌ ନାମକ ଜଣେ ବ୍ୟକ୍ତି ପ୍ରେମରେ ପଡିଯାଇଛନ୍ତି ଯିଏ ତାଙ୍କ ଠାରୁ ୪୧ ବର୍ଷ ବଡ। ଯଦିଓ ସେମାନଙ୍କ ଯୋଡି ଜେଜେବାପା ଏବଂ ନାତୁଣୀ ପରି ଦେଖାଯାଏ, କିନ୍ତୁ ଦୁହିଁଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି।

Advertisment
19 year old girl married with 61 year old man୧୯ ବର୍ଷର ଝିଅ ବାହାହେଲେ ୬୧ ବର୍ଷୀୟ ପୁରୁଷଙ୍କୁ

ସୂଚନା ମୁତାବକ୍ କେଭିନ ଏବଂ ଆଣ୍ଡ୍ରେ ୨୦୨୦ରେ ଏକ ଅନ୍‌ଲାଇନ୍ ଡେଟିଂ ସାଇଟ୍‌ରେ ସାକ୍ଷାତ ହୋଇଥିଲେ। ଆଣ୍ଡ୍ରି କହିଛନ୍ତି ଯେ ସେ କେଭିନଙ୍କ ବ୍ୟକ୍ତିତ୍ୱରେ ବହୁତ ପ୍ରଭାବିତ। ସେ ସାଇଟ୍‌ରେ ନିଜ ବିଷୟରେ ଯାହା ଲେଖିଥିଲେ ତାହା ଦ୍ୱାରା ଆଣ୍ଡ୍ରେ ବହୁତ ପ୍ରଭାବିତ ହୋଇଥିଲେ। ଆଣ୍ଡ୍ରେଙ୍କ କହିବାନୁସାରେ, କେଭିନ ମଧ୍ୟ ମିଲିଟାରୀ ପୋଲିସରେ କାମ କରିଛନ୍ତି।

Advertisment

ଆଣ୍ଡ୍ରେ ଓ କେଭିନଙ୍କ ମଧ୍ୟରେ ୪୨ ବର୍ଷର ବ୍ୟବଧାନ ଅଛି। ପ୍ରଥମେ ଦୁହେଁ ଅନ୍‌ଲାଇନ୍‌ରେ କଥା ହୋଇଥିଲେ। ଏହା ପରେ ଉଭୟ ଜୁଲାଇ, ୨୦୨୦ରେ ସାକ୍ଷାତ ହୋଇଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢିଥିଲା। ବର୍ତ୍ତମାନ ଦୁହେଁ ବିବାହ ମଧ୍ୟ କରିଛନ୍ତି। କେଭିନ ପୂର୍ବରୁ ବିବାହିତ। କେଭିନଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ୨୩ ଏବଂ ୧୬ ବର୍ଷ ବୟସର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କେଭିନଙ୍କର ପିଲାମାନଙ୍କ ଠାରୁ ବି ଆଣ୍ଡ୍ରେ ସାନ ହୋଇଥିଲେ ବି ବର୍ତ୍ତମାନେ ସେମାନଙ୍କ ଠାରୁ ସେ ମା’ ଡାକ ଶୁଣିବେ।

19 year old girl married with 61 year old man୧୯ ବର୍ଷର ଝିଅ ବାହାହେଲେ ୬୧ ବର୍ଷୀୟ ପୁରୁଷଙ୍କୁ

ଆଣ୍ଡ୍ରେଙ୍କ ପିତାମାତା ପ୍ରଥମେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁ ନ ଥିଲେ। ଆଣ୍ଡ୍ରେଙ୍କ ମାତାଙ୍କ ବୟସ ୩୮ ବର୍ଷ ଏବଂ ପିତାଙ୍କ ବୟସ ୪୩ ବର୍ଷ। ତେବେ ଝିଅର ଏହି ସମ୍ପର୍କକୁ ଗ୍ରହଣ କରିବାକୁ ସେମାନଙ୍କୁ ବହୁତ ସମୟ ଲାଗିଥିଲା। ଆଣ୍ଡ୍ରେ ତାଙ୍କ ସମ୍ପର୍କକୁ ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ଆଣ୍ଡ୍ରେ କହିଛନ୍ତି ଯେ ଏ ସଂପର୍କକୁ ନେଇ ତାଙ୍କ ପିତାମାତା ବହୁତ ନିରାଶ ହୋଇଯାଇଥିଲେ। ଏପରିକି କେଭିନଙ୍କୁ ଧରିବା ପାଇଁ ସେମାନେ ପୋଲିସକୁ ମଧ୍ୟ ଡାକିଥିଲେ। କିନ୍ତୁ ପରେ ଝିଅର ଏହି ସଂପର୍କକୁ ସେମାନଙ୍କୁ ଗ୍ରହଣ କରିବାକୁ ପଡିଲା।

Advertisment

ବର୍ତ୍ତମାନ ଆଣ୍ଡ୍ରି ଏବଂ କେଭିନ ସ୍ୱାମୀ-ସ୍ତ୍ରୀ ହୋଇଯାଇଛନ୍ତି। ଉଭୟ କାଲିଫର୍ନିଆରେ ରହୁଛନ୍ତି। ବର୍ତ୍ତମାନ କେଭିନ ଘରେ ରହୁଥିବା ବେଳେ ଘରର କାମ ସହିତ ରୋଷେଇବାସ କରନ୍ତି। ଆଣ୍ଡ୍ରେ କୁହନ୍ତି ଯେ ସେ ଏବଂ କେଭିନ ଏକାଠି ଏକ ସୁନ୍ଦର ଜୀବନ ବିତାଉଛନ୍ତି। ସମୟ ଆସିଲେ ସେମାନେ ପିଲା ପାଇଁ ମଧ୍ୟ ଯୋଜନା କରୁଛନ୍ତି। କେଭିନଙ୍କୁ ବାହା ହେଇ ସେ ଏକ ଭଲ ବନ୍ଧୁ ପାଇଛନ୍ତି ବୋଲି କୁହନ୍ତି।

America New York
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ