Advertisment

ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଅଭାବନୀୟ ଘଟଣା: ଦଳାଚକଟାରେ ଚାଲିଗଲା ୧୫୧ ଜଣଙ୍କ ଜୀବନ

ଶନିବାର ଦିନ ସିଓଲର ଇଟେଓନରେ ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଏହି ଅଘଟଣ ଘଟିଛି। କରୋନା ପାଇଁ ଗତ ୨ ବର୍ଷ ଧରି ଏ ପର୍ବ ପାଳନ ହୋଇନଥିବାବେଳେ ଏଥର ପାଳ ହେଉଥିଲା।

ଅଦ୍ୟତନ ହୋଇଛି
151 Dead In Stampede In South Korea

151 Dead In Stampede In South Korea

Advertisment

ଦଳାଚକଟାରେ ଚାଲିଗଲା ୧୫୧ ଜଣଙ୍କ ଜୀବନ। ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଏହି ଅଭାବନୀୟ ଘଟଣା ଘଟିଛି। ଭିଡ଼ ଭିତରେ ହଠାତ୍‌ ଦଳାଚକଟା ହେବାରୁ ୧୫୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦୦ ଜଣ ଆହତ ହୋଇଛନ୍ତି। 

Advertisment

ସୂଚନା ଅନୁସାରେ, ଶନିବାର ଦିନ ସିଓଲର ଇଟେଓନରେ ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଏହି ଅଘଟଣ ଘଟିଛି। କରୋନା ପାଇଁ ଗତ ୨ ବର୍ଷ ଧରି ଏ ପର୍ବ ପାଳନ ହୋଇନଥିବାବେଳେ ଏଥର ପାଳ ହେଉଥିଲା। ଏଣୁ ପର୍ବରେ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା।

ଗଳି ରାସ୍ତାରେ ପର୍ବ ପାଳନ ହେଉଥିବାରୁ ହଠାତ୍‌ କୌଣସି କାରଣରୁ ଭିଡ଼ ହୋଇଯାଇଥିଲା। ଏତେ ସଂଖ୍ୟାରେ ଲୋକଙ୍କ ଭିତରେ ନିଶ୍ୱାସପ୍ରଶ୍ୱାସ ଜନିତ ଅସୁବିଧାରୁ ହଠାତ୍‌ କିଛି ଲୋକ ବେହୋସ ହୋଇ ଯାଇଥିଲେ। ଫଳରେ ୫୦ରୁ ଅଧିକ ଜଣ ହୃଦ୍‌ଘାତର ଶିକାର ହୋଇଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ହୃଦ୍‌ଘାତର ଶିକାର ଲୋକଙ୍କୁ ପମ୍ପିଂ କରୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଃଖଦ କଥା, ଏଥିରେ ୧୫୧ ଜଣଙ୍କ ଜୀବନ ଚାଲି ଯାଇଛି।

Advertisment

ଘଟଣାସ୍ଥଳରେ ପୋଲିସ ଓ ଫାୟାର ଟିମ୍ ପହଞ୍ଚି ହୃଦ୍‌ଘାତର ଶିକାର ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୨୦ରୁ ୩୦ ମଧ୍ୟରେ ବୋଲି ଜଣାପଡ଼ିଛି।

Advertisment
Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ