Advertisment

“ଅପହରଣ ଖବର ପ୍ରସାରିତ କଲା କିଏ?

ଖୁବଶୀଘ୍ର ସମସ୍ତଙ୍କୁ ଭାରତକୁ ଅଣାଯିବ। ଆଜି ସକାଳେ ଖବର ଆସିଥିଲା ଯେ, କାବୁଲ ଏୟାରପୋର୍ଟ ବାହାରୁ କେତେକ ଭାରତୀୟଙ୍କୁ ଉଠାଇ ନେଇଥିଲା ତାଲିବାନ। ତେବେ ଅପହରଣ ଖବରକୁ ତାଲିବାନ ଖଣ୍ଡନ କରିଛି। ନିକଟସ୍ଥ ଏକ ଥାନାକୁ ନେଇ ପ୍ରାୟ ୧୫୦ ଲୋକଙ୍କୁ ପଚରା ଉଚରା କରାଯିବା ସହିତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ। ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି।

ଅଦ୍ୟତନ ହୋଇଛି
“ଅପହରଣ ଖବର ପ୍ରସାରିତ କଲା କିଏ?

Taliban

Advertisment

କାବୁଲ୍‌: କାବୁଲରେ ଅପହୃତ ହୋଇଛନ୍ତି ବୋଲି ଖବର ଆସିଥିବା ସବୁ ଭାରତୀୟଙ୍କୁ ଛାଡ଼ି ଦେଇଛି ତାଲିବାନ। ସେମାନେ ଏବେ କାବୁଲ ଏୟାରପୋର୍ଟ ଭିତରେ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି। ଖୁବଶୀଘ୍ର ସମସ୍ତଙ୍କୁ ଭାରତକୁ ଅଣାଯିବ। ଆଜି ସକାଳେ ଖବର ଆସିଥିଲା ଯେ, କାବୁଲ ଏୟାରପୋର୍ଟ ବାହାରୁ କେତେକ ଭାରତୀୟଙ୍କୁ ଉଠାଇ ନେଇଥିଲା ତାଲିବାନ। ତେବେ ଅପହରଣ ଖବରକୁ ତାଲିବାନ ଖଣ୍ଡନ କରିଛି। ନିକଟସ୍ଥ ଏକ ଥାନାକୁ ନେଇ ପ୍ରାୟ ୧୫୦ ଲୋକଙ୍କୁ ପଚରା ଉଚରା କରାଯିବା ସହିତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ। ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି।

Advertisment

ସେପଟେ ଆଜି ୮୫ ଭାରତୀୟଙ୍କୁ ଏକ ବାୟୁସେନାର ସ୍ୱତନ୍ତ୍ର ବିମାନରେ କାବୁଲରୁ ଉଦ୍ଧାର କରାଯାଇଛି। ଆଗରୁ ନିଜ ଦୂତାବାସର ସବୁ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସ୍ୱଦେଶକୁ ଫେରାଇ ଆଣିଛନ୍ତି ଭାରତ ସରକାର। ଏବେ ମଧ୍ୟ ହଜାରେରୁ ଅଧିକ ଭାରତୀୟ ଆଫଗାନିସ୍ତାନରେ ଫସି ରହିଥିବା ଜଣାପଡ଼ିଛି। ସେପଟେ କାବୁଲରେ ପହଞ୍ଚି ସରକାର ଗଠନ ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି। ବରାଦର ଆଫଗାନିସ୍ତାନର ପ୍ରମୁଖ ରାଜନୈତିକ ନେତା ଓ ଜିହାଦି କମାଣ୍ଡରଙ୍କୁ ଭେଟିବେ ବରାଦର। ଏ ସରକାର ଲୋକଙ୍କ ପାଇଁ କାମ କରିବ ବୋଲି ତାଲିବାନ୍‌ କହିଛି। ତେବେ ଗୁଜବ ଖବର କିଏ ପ୍ରସାରିତ କଲା ତାହାର ଅନୁସନ୍ଧାନ ଚାଲିଥିବା ତାଲିବାନ୍‌ ପକ୍ଷରୁ କୁହାଯାଇଛି।

Advertisment
Afghanistan India Taliban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ