Advertisment

ଗୋଟିଏ କଲେଜ୍‌ରୁ ଏକା ସଙ୍ଗେ ଗ୍ରାଜୁଏଟ୍ ହେଲେ ୧୫ଯୋଡା ଯମଜ

ନ୍ୟୁ ଜର୍ସି ହାଇସ୍କୁଲରେ ମୋଟ୍ ୪୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରେଜଲ୍ଟ ଆସିବା ପରେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯାଉଥିଲା। ଏହି ଅବସରରେ ବ୍ୟାଚରେ ଅନେକ ଯାଆଁଳା ଛାତ୍ରଛାତ୍ରୀ ମଞ୍ଚକୁ ଆସିଥିଲେ।

ଅଦ୍ୟତନ ହୋଇଛି
15 Pairs of Twins Graduate from N.J. High School

15 Sets of Twins Graduate

Advertisment

ଦୁନିଆ ବଡ ଅଜବ। କେତେବେଳେ କଣ ଘଟିବ କେହି ଭାବି ପାରିବେ ନାହିଁ । ଫ୍ଲୋରିଡାର ଏକ ବିଦ୍ୟାଳୟରେ ମଧ୍ୟ ଏକ ନିଆରା ଘଟଣା ଘଟିଛି ​​ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ​। ଏହି ମାସ ଆରମ୍ଭରେ, ଦଶମ ଶ୍ରେଣୀର ଛାତ୍ରମାନେ ଫ୍ଲୋରିଡାର ନ୍ୟୁ ଜର୍ସି ହାଇସ୍କୁଲରୁ ଗ୍ରାଜୁଏସନ୍ ପାସ୍ କରିଥିଲେ । କିନ୍ତୁ ଯେତେବେଳେ ଯାଆଁଳା ଭାଇ ଓ ଭଉଣୀମାନେ ଜଣଙ୍କ ପରେ ଜଣେ ମଞ୍ଚକୁ ଆସିଲେ ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ।

Advertisment

ଏପରିକି ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ବ୍ୟାଚ୍ ରେ ଏତେ ସଂଖ୍ୟକ ଯାଆଁଳା ଭାଇ ଉଉଣୀଙ୍କୁ ଦେଖି ତାଜୁବ୍ ହୋଇଯାଇଥିଲେ। ବର୍ଗାନ ରେକର୍ଡ ଅନୁସାରେ, ନ୍ୟୁ ଜର୍ସି ହାଇସ୍କୁଲରେ ମୋଟ୍ ୪୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରେଜଲ୍ଟ ଆସିବା ପରେ ତାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯାଉଥିଲା। ଏହି ଅବସରରେ ବ୍ୟାଚରେ ଅନେକ ଯାଆଁଳା ଛାତ୍ରଛାତ୍ରୀ ମଞ୍ଚକୁ ଆସିଥିଲେ। ୩୦ଜଣ ଛାତ୍ରଛାତ୍ରୀ ଯାଆଁଳା ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ଦେଖି ତାଜୁବ ହୋଇଯାଇଥିଲେ।

ବିଦ୍ୟାଳୟର ପ୍ରିନ୍ସପାଲ୍ କହିଛନ୍ତି ସେ ସଂଖ୍ୟକ ଯାଆଁଳା ପିଲା ଏକା ସାଙ୍ଗରେ ଦେଖିନଥିଲି। ଏହା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା କାରଣ ସେମାନଙ୍କ ମଧ୍ୟରୁ ଜଣେ ମଞ୍ଚକୁ ଆସି ଡିପ୍ଲୋମା ସାର୍ଟିଫିକେଟ୍ ନେଇଥିଲେ। ସେମାନେ ଭିନ୍ନ ହୋଇଥିଲେ ମଧ୍ୟ ଏତେ ବର୍ଷ ଧରି ଏକାଠି ରହିଛନ୍ତି ବୋଲି ପ୍ରିନ୍ସପାଲ୍ କହିଛନ୍ତି। ଗତ ଏପ୍ରିଲ୍ ମାସରେ, ପେନ୍‌ସିଲଭାନିଆର ନରୱିନ୍ ହାଇସ୍କୁଲରେ ମଧ୍ୟ ଏହିଭଳି ୧୧ଯୋଡା ଯାଆଁଳା ଛାତ୍ରଛାତ୍ରୀ ଥିବା ଦେଖିବାକୁ ମିଳିଥିଲା।

Advertisment
Twins Sister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ