Advertisment

ଛୋଟ ପୁଅର ଶେଷ ଇଚ୍ଛା ପାଇଁ ରାସ୍ତାରେ ଗଡ଼ିଲା ୧୫ ହଜାର ବାଇକ୍‌

କିଲିଆନ୍‌ଙ୍କ ପାଇଁ ଆଣେ କ୍ୟାମ୍ପେନ୍‌ ଆରମ୍ଭ କରିଥିଲୁ, ଯାହାର ନାଁ ଥିଲା ନଏଜ୍‌ ଫର୍ କିଲିଆନ୍‌।

ଅଦ୍ୟତନ ହୋଇଛି
wished to see them ride past their house, he got his wish.

wished to see them ride past their house, he got his wish.

Advertisment

୬ ବର୍ଷର ଛୋଟ ପିଲାର ଇଚ୍ଛାକୁ ପୂରଣ କଲେ ୧୫ ହଜାର ବାଇକ୍ ଚାଳକ। ଗୋଟିଏ ରାସ୍ତାରେ ଏକାବେଳକେ ଗଡ଼ିଲା ୧୫ ହଜାର ବାଇକ୍‌। ଆଉ ଏହି ବାଇକ୍‌ ଶୋ'କୁ ଉପଭୋଗ କରିଥିଲେ ଜଣେ ଛୋଟ ପିଲା, ଯିଏକି ଏକ ଭୟଙ୍କର ରୋଗରେ ପୀଡିତ। ତାଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ବାଇକ୍‌ ରାଇଡର୍ସଙ୍କ ଏହାହିଁ ଥିଲା ମିଳିତ ପ୍ରୟାସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜର୍ମାନୀରେ।

Advertisment

ଜର୍ମାନୀର କିଲିଆନ୍‌ ସାସ୍‌। ବୟସ ମାତ୍ର ୬ ବର୍ଷ। ଦୁନିଆକୁ ଭଲକରି ଚିହ୍ନିବା ଆଗରୁ ମାଡ଼ିବସିଲା ଭୟଙ୍କର ରୋଗ। ସେ ଏବେ କର୍କଟ ରୋଗରେ ପୀଡିତ। ତେବେ କିଲିଆନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଆଗେଇ ଆସିଥିଲେ ୧୫ ହଜାର ବାଇକ୍ ଚାଳକ।

କିଲିଆନ୍‌ଙ୍କ ବାପା ଜଣେ ଦକ୍ଷ ଗାଡ଼ି ଚାଳକ ତଥା ବାଇକର୍‌। ତାଙ୍କର ସ୍ଥାନୀୟ ୨୪ ବାଇକର୍‌ଙ୍କୁ ନେଇ ଜର୍ମାନୀର ରୋଦାରଫେନ୍‌ରେ ଏକ ଗ୍ରୁପ୍‌ ରହିଛି।  କିଲିଆନ୍‌ ମୋଟର ସାଇକେଲ୍‌କୁ ବହୁତ ପସନ୍ଦ କରେ। ଅନେକ ସମୟରେ ଟିଭିକୁ ବାଇକ୍‌ ଶୋରେ ଦେଖି ସେ ଖୁସି ହୋଇଯାଇଥାଏ। ଏପରିକି ସେ ନିଜେ ମଧ୍ୟ ଖେଳନା ବାଇକ୍‌କୁ ଚଲାଇ ଉପଭୋଗ କରିଥାଏ।

Advertisment

ଏହାକୁ ଦେଖି ପରିବାର ଲୋକ ବାଇକ୍‌ ଶୋ ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁରୋଧ କରିଥିଲେ। ଘର ସମ୍ମୁଖ ଦେଇ ବାଇକ୍‌ ନେବା ପାଇଁ କିଛି ବାଇକର୍‌ମାନଙ୍କୁ ଅନୁରୋଧ କରିଥିଲେ। ହେଲେ ତାଙ୍କ ପୁଅର ଖୁସି ପାଇଁ ଆଗେଇ ଆସିଥିଲେ ଅତିକମ୍‌ରେ ୧୫ ହଜାର ବାଇକ ଚାଳକ, ଯାହାକୁ ଦେଖି ସେ ଚକିତ ହୋଇଯାଇଥିଲେ। 

Advertisment

ଏନେଇ ଜଣେ ବାଇକ୍‌ କ୍ଲବ୍‌ର ସଦସ୍ୟ ରାଲ୍‌ଫ ଫିଚ୍‌ କହିଛନ୍ତି ଯେ, ଆମେ ଏହା ଜାଣିବା ପରେ କିଭଳି ୬ ବର୍ଷର ପିଲାଟିର ଇଚ୍ଛା ପୂରଣ କରିବୁ, ଏନେଇ ପ୍ରୟାସ ଆରମ୍ଭ କରିଥିଲୁ। କିଲିଆନ୍‌ଙ୍କ ପାଇଁ ଆଣେ କ୍ୟାମ୍ପେନ୍‌ ଆରମ୍ଭ କରିଥିଲୁ, ଯାହାର ନାଁ ଥିଲା ନଏଜ୍‌ ଫର୍ କିଲିଆନ୍‌। ୧୫ ହଜାର ବାଇକର୍‌ ୩ଟି ଜାଗାରେ ଏକତ୍ରିତ ହୋଇଥିଲେ। ତେବେ ସକାଳ ୯.୩୦ରେ ବାଇକ୍‌ ଶୋ ତଥା ବାଇକ୍‌ ପରେଡ୍‌ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଏହା ଶେଷ ହୋଇଥିଲା। ଏତେମାତ୍ରାରେ ବାଇକ୍‌ ଯେତେବେଳେ କିଲିଆନ୍‌ର ସମ୍ମୁଖରେ ଅତିକ୍ରମ କଲା, ସେ ଖୁସିରେ ବିଭୋର ହୋଇଯାଇଥିଲା। ଆମେ ତାର ଖୁସିକୁ ପାଖରୁ ଅନୁଭବ କରିପାରିଥିଲୁ। 

Bikers Cheer Up Cancer Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ