Advertisment

ହସ୍ପିଟାଲରେ ବେଡ୍‌ରେ ପତ୍ନୀ, ଫୁଲତୋଡା ଦେଇ ଆଲିଙ୍ଗନ କଲେ ୧୦୨ ବର୍ଷିୟ ସ୍ୱାମୀ

ଜଣେ ଦମ୍ପତିଙ୍କ ବିବାହ ଅନେକ ବର୍ଷ ବିତିଯାଇଥିଲେ ବି କିନ୍ତୁ ତାଙ୍କର ପ୍ରେମ ଏବେବି ନୂଆ ପରି ଲାଗୁଛି। ଯାହାର ହାତ ଧରିଛନ୍ତି ଜୀବନର ସର୍ବସ୍ୱ ତାଙ୍କରି ନିକଟରେ ହିଁ ସମର୍ପିତ କରିଛନ୍ତି।

ଅଦ୍ୟତନ ହୋଇଛି
102-Year-Old Husband Shows Undying Love For Wife

102-Year-Old Husband Shows Undying Love For Wife

Advertisment

ପବିତ୍ର ପ୍ରେମରେ ଭରି ରହିଥାଏ ସୁଖ, ଦୁଃଖ, ମାନ, ଅଭିମାନ, ହସ, ଖୁସି, ଲୁହ, ଏମିତି ଅନେକ କିଛି। ପ୍ରେମ ପାଇଁ ବୟସର ସୀମା କିଛି ନଥାଏ। ଆଉ ଏହାକୁ ପ୍ରମାଣିତ କରିଛନ୍ତି ୧୦୨ ବର୍ଷର ବୃଦ୍ଧ। ପରିଣତ ବୟସରେ ତାଙ୍କର ଚାଲିବାକୁ ଶକ୍ତି ନାହିଁ ସତ କିନ୍ତୁ ପ୍ରେମର ଶକ୍ତି ଆଗରେ ସବୁ ସମସ୍ୟା ହାର ମାନିଛି। ଯାହାର ହାତ ଧରିଛନ୍ତି ଜୀବନର ସର୍ବସ୍ୱ ତାଙ୍କରି ନିକଟରେ ହିଁ ସମର୍ପିତ କରିଛନ୍ତି। 

Advertisment

ଜଣେ ଦମ୍ପତିଙ୍କ ବିବାହ ଅନେକ ବର୍ଷ ବିତିଯାଇଥିଲେ ବି କିନ୍ତୁ ତାଙ୍କର ପ୍ରେମ ଏବେବି ନୂଆ ପରି ଲାଗୁଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପତ୍ନୀଙ୍କୁ ଦେଖା କରିବାକୁ ଯାଉଛନ୍ତି ୧୦୨ ବର୍ଷର ଜଣେ ବୃଦ୍ଧ। ଆଉ ହାତରେ ଅଛି ଫୁଲ ତୋଡ଼ା। ଏଇ ଫୁଲ ତୋଡା ହସ୍ପିଟାଲରେ ଚିକିତ୍ସାଧିନ ଥିବା ତାଙ୍କ ପତ୍ନୀଙ୍କ ପାଇଁ। ଏ ପ୍ରେମର ଅର୍ଥକୁ ଯେଉଁ ଭାଷାରେ ବୁଝାଇଲେ ବି ଅସମାପ୍ତ ହୋଇ ରହିବ। 

ତେବେ ଏହି ଭିଡିଓଟି GoodNewsMovement ଟ୍ୱିଟର ପେଜ୍‌ରେ ସେୟାର ହୋଇଛି।  "102-year-old husband brings flowers to the love of his life who is in the hospital. 👴🏼💐👵🏼" ଉଲ୍ଲେଖ ହୋଇଛି। ଏହାର ଅର୍ଥ  ୧୦୨ ବର୍ଷିୟ ସ୍ୱାମୀ ତାଙ୍କ ଜୀବନର ପ୍ରେମ ପାଇଁ ଫୁଲ ଆଣିଛନ୍ତି, ଯିଏ ହସ୍ପିଟାଲରେ ଚିକିତ୍ସାଧିନ। 

Advertisment

ଭାଇରାଲ ଭିଡିଓରେ ବୃଦ୍ଧ ଜଣକ ହସ୍ପିଟାଲର ଏକ ୱାର୍ଡକୁ ଫୁଲତୋଡ଼ା ନେଇ ପ୍ରବେଶ କରୁଛନ୍ତି। ସେଠାରେ ତାଙ୍କ ପତ୍ନୀ ମେଡିକାଲ ବେଡ୍‌ରେ ବସିଥିବା ବେଳେ ବୃଦ୍ଧ ଜଣକ ତାଙ୍କ ନିକଟକୁ ଆସି ଚୁମ୍ବନ ଦେଉଛନ୍ତି। ପରେ ଫୁଲତୋଡା ଦେଉଛନ୍ତି। ଏହାକୁ ଦେଖି ପତ୍ନୀଙ୍କ ଖୁସି କହିଲେ ନସରେ। ଏହି ଭିଡିଓରେ 15.5k ଭ୍ୟୁଜ୍‌ ହୋଇଥିବାବେଳେ ପାଖାପାଖି ୨୦୦ ୟୁଜର ଲାଇକ୍‌ କରିଛନ୍ତି। 

Advertisment
Viral Video Love Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ