Bomb Blast
ନୂଆଦିଲ୍ଲୀ: ପାକିସ୍ତାନର ବନ୍ଦର ନଗରୀ କରାଚିରେ ଭୟଙ୍କର ବିସ୍ଫୋରଣ । କରାଚି ଶେର୍ସାହ ଛକରେ ଥିବା ଏକ କୋଠାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୨ ମୃତ, ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି।
କରାଚିର ଶେରଶାହ ନିକଟସ୍ଥ ପରାଚା ଚୌକ ନିକଟରେ ଭୟଙ୍କର ବିସ୍ଫୋରଣ ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।
ପାକିସ୍ତାନର ବେନଜୀର ଭୁଟ୍ଟୋ ହସ୍ପିଟାଲର ଟ୍ରମା ସେଣ୍ଟର ମୁଖ୍ୟ ଡାକ୍ତର ସବୀର ମେମୋନ୍ କହିଛନ୍ତି, ବିସ୍ଫୋରଣ ପରେ ୧୨ ଜଣଙ୍କୁ ରିସିଭ୍ ଡେଡ୍ ଘୋଷଣା କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ୟ ୧୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us