Advertisment

ମାଳଦ୍ୱୀପରେ ଭୟାବହ ଅଗ୍ନିକାଣ୍ଡ, ୯ ଭାରତୀୟ ମୃତ

ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକମାନେ କାମ କରୁଥିବା ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଅଛନ୍ତି।

ଅଦ୍ୟତନ ହୋଇଛି
Maldives Fire

9 Indians Killed In Maldives Fire

Advertisment

ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକମାନେ କାମ କରୁଥିବା ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଅଛନ୍ତି। ଆଜି ଏହି ଅଗ୍ନିକାଣ୍ଡ ହୋଇଛି। 

Advertisment

ସୂଚନା ଅନୁସାରେ, ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି ଏହାର ଉପର ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୦ ମୃତଦେହ ଉପର ମହଲାରୁ ଉଦ୍ଧାର ହୋଇଛି। ନିଆଁକୁ ଆୟତ୍ତ କରିବା ଲାଗି ଦମକଳ ବାହିନୀକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା। ତେବେ ୧୦ ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ହୋଇଥିବା ବେଳେ ଜଣେ ମାଳଦ୍ୱୀପର ନାଗରିକ ବୋଲି ଜଣାପଡ଼ିଛି। ଏନେଇ ଜଣେ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ, ଘଟଣାକୁ ନେଇ ମାଳଦ୍ୱୀପର ରାଜନୈତିକ ଦଳ ସମାଲୋଚନା କରିଛନ୍ତି। ମାଳଦ୍ୱୀପର ରାଜଧାନୀ ମାଲେ ବେଶ୍‌ ଜଣାଶୁଣା ଟୁରିଷ୍ଟ ପ୍ଲେସ୍‌। ଛୁଟି କଟାଇବା ପାଇଁ ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ତେବେ କେଉଁ କାରଣ ପାଇଁ ନିଆଁ ଲାଗିଲା, ତାହା ଜଣାପଡ଼ଇନି। 

Advertisment
Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ