Astrospeak
  • Live TV
  • Read In English

୨୦୧୨ରେ ବିବାହ କରିଥିଲେ, ଏବେ ସୁଦ୍ଧା ୬୫ ଦେଶ ବୁଲି ସାରିଲେଣି ତଥାପି ସରୁନି ହନିମୁନ୍‌ ଟ୍ରିପ୍

ଆପଣ ଯଦି ନ୍ୟୁୟର୍କର ଆନ୍ ଏବଂ ମାଇକ୍ ହାୱାର୍ଡଙ୍କୁ ପଚାରିବେ ତେବେ ସେ କହିବେ ହନିମୁନ ଟ୍ରିପ୍‌ ସରିବ ନାହିଁ । ଏହି ଦମ୍ପତ୍ତି ୨୦୧୨ ମସିହାରେ ବିବାହ କରିଥିଲେ ।

Honeymoon trip
Honeymoon trip

୧୦ ବର୍ଷରୁ ଅଧିକ ସମୟ ହେବ ହନିମୁନ ଟ୍ରିପ୍‌ । ଆଗକୁ ବି ଏମିତି ଚାଲିବ ! ହନିମୁନ୍ ପାଇଁ କେତେ ଦିନ ଆବଶ୍ୟକ ? ସାଧାରଣତଃ ଲୋକେ କେତେ ଦିନ ପାଇଁ ହନିମୁନ୍‌ରେ ଯଆନ୍ତି ? ଏହାର ଉତ୍ତର ନିହାତି ଭାବେ ଲୋକଙ୍କର ଭିନ୍ନ ରହିବ । ଅଲଗା ଅଲଗା ମଣିଷଙ୍କଠାରୁ ଭିନ୍ନ ଉତ୍ତର ଆସିବ । ତାହା ଲୋକଙ୍କ ଉପରେ ନିର୍ଭର କରେ । ତେବେ କିଏ କହିବ ହନିମୁନ୍‌ ଟ୍ରିପ୍‌ "କିଛି ଦିନ ପାଇଁ" କିଏ କହିବ "କିଛି ସପ୍ତାହ ପାଇଁ" ଆଉ କିଏ କହିବ "ଏକ ମାସ ପାଇଁ" । ହେଲେ ଆପଣ ଯଦି ନ୍ୟୁୟର୍କର ଆନ୍ ଏବଂ ମାଇକ୍ ହାୱାର୍ଡଙ୍କୁ ପଚାରିବେ ତେବେ ସେ କହିବେ ହନିମୁନ ଟ୍ରିପ୍‌ ସରିବ ନାହିଁ । ଏହି ଦମ୍ପତ୍ତି ୨୦୧୨ ମସିହାରେ ବିବାହ କରିଥିଲେ ।

ବିବାହ ପରଠୁ ଏହି ଦମ୍ପତି ହନିମୁନ୍‌ ଟ୍ରିପ୍‌ରେ ରହିଛନ୍ତି । ପ୍ରାୟ ସାଢ଼େ ୧୦ ବର୍ଷରୁ ଅଧିକ ସମୟ ହେଲାଣି ଉଭୟ ହନିମୁନ୍‌ ଟ୍ରିପ୍‌ରେ ଅଛନ୍ତି । ଏବେ ସୁଦ୍ଧା ସେମାନେ ୬୪ ଦେଶ ବୁଲିସାରିଲେଣି । ଏହାସହ ବିଭିନ୍ନ ଦେଶର ପରମ୍ପରା ସହ ସେ ବେଶ୍‌ ଖାପ ଖୁଆଇ ଚଳିବା ଶିଖି ସାରିଛନ୍ତି । ତାଙ୍କର ଏହି ଟ୍ରିପ୍‌ ଅତ୍ୟନ୍ତ ଶସ୍ତା ବା ବଜେଟ୍‌ ଫ୍ରେଣ୍ଡଲି ରହିଛି । ଦିନକୁ ମାତ୍ର ୨୭୦୦ ଟଙ୍କା ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଛି । ଉତ୍ତର ଏବଂ ଦକ୍ଷିଣ ଆମେରିକାରୁ ତାଙ୍କର ଏହି ହନିମୁନ ଯାତ୍ରା ଆରମ୍ଭ ହୋଇଥିଲା ।

୬୪ ଦେଶ ବୁଲିସାରିବା ପରେ ଏବେ ସେ ୬୫ ତମ ଦେଶ ଭାରତରେ ପହଞ୍ଚିଛନ୍ତି । ସେ କେରଳରୁ ଭାରତ ଭ୍ରମଣ ଆରମ୍ଭ କରିଛନ୍ତି । ତାଙ୍କ କହିବାନୁଯାୟୀ କେରଳ ହିଁ ଭାରତର ପ୍ରବେଶ ପଥ । ଏହିଠାରୁ ହିଁ ସମସ୍ତେ ଯାତ୍ରା ଆରମ୍ଭ କରିବା ଉଚିତ । କାରଣ ଏହି ସ୍ଥାନର ଏକ ସୁନ୍ଦର ପରମ୍ପରା ରହିଛି । ଏହା ଭାରତର ମୁଖଦ୍ୱାର କହିଲେ ଭୁଲ ହେବନି ।

୪୫ ବର୍ଷିୟ ମାଇକ୍‌, ନ୍ୟୁ ଜର୍ସିର ହୋବୋକେନ୍‌ରେ ୪୦ ବର୍ଷିୟ ଏନୀଙ୍କ ସହ ଦୁଇ–ଦୁଇ ଭଲି ବଲ୍‌ ଖେଳ ବେଳେ ଭେଟ ହୋଇଥିଲେ । ଦମ୍ପତ୍ତି ଭାବେ ଏହା ସେମାନଙ୍କର ପ୍ରଥମ ଭାରତ ଗସ୍ତ । ପୂର୍ବରୁ ସେମାନେ ବ୍ୟକ୍ତିଗତ ଭାବେ ଭାରତ ଆସିଛନ୍ତି । କେରଳର ବିଭିନ୍ନ ପ୍ରକାର ପରିବା ତରକାରୀ ତାଙ୍କୁ ବେଶ ପ୍ରଭାବିତ କରିଛି ।