Advertisment

ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌: ୩ ମୃତ, ୫୦ରୁ ଅଧିକ ଆହତ

ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନାରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଛି। ଏଥିରେ ଅଧିକାଂଶ ଯାତ୍ରୀ ଆହତ ହେବାସହ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Train Derails In US

Train Derails In US

Advertisment

ୱାଶିଂଟନ: ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନାରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଛି। ଏଥିରେ ଅଧିକାଂଶ ଯାତ୍ରୀ ଆହତ ହେବାସହ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶନିବାର ଅପରାହ୍ଣରେ ଏହି ଅଘଟଣ ଘଟିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

Advertisment

ଦୁର୍ଘଟଣା ସମୟରେ ଆମ୍‌ଟ୍ରାକ୍‌ ଟ୍ରେନ୍‌ରେ ୧୪୭ ଜଣ ଯାତ୍ରୀ ଓ ୧୩ ଜଣ କ୍ରୁ ମେମ୍ବର ଥିଲେ। ଟ୍ରେନ୍‌ର ୫ଟି ବଗି ମୋନଟାନାରେ ଲାଇନ୍‌ଚ୍ୟୁତ୍‌ ହୋଇଯାଇଥିଲା।  ସିଏଟଲ୍‌ ଓ ଚିକାଗୋ ମଧ୍ୟରେ ଏହା ଚଳାଚଳ କରିଥାଏ। 

Advertisment

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫୁଟେଜରେ ଦେଖିବାକୁ ମିଳିଛି, ଲୋକମାନେ ଟ୍ରାକ୍‌ ପାଖରେ ଛିଡ଼ା ହୋଇଛନ୍ତି ଓ ସେମାନଙ୍କ ନିକଟରେ ଜିନିଷ ସବୁ ଏଣେତେଣେ ହୋଇ ପଡ଼ିକି ରହିଛି। ଟ୍ରେନ୍‌ର ଅନେକ ବଗି ରେଲ୍‌ୱେ ଟ୍ରାକ୍‌ରୁ ଲାଇନ୍‌ଚ୍ୟୁତ୍‌ ହୋଇଥିବା ଫୁଟେଜ୍‌ରେ ଦେଖିବାକୁ ମିଳିଛି। 

Advertisment

ମୋନଟାନାର ଡିଜାଷ୍ଟର ଆଣ୍ଡ୍‌ ଏର୍ଭଜେନ୍ସି ସର୍ଭିସସେସ୍‌ କୋଅର୍ଡିନେଟର୍‌ ନ୍ୟୁୟର୍କ ଟାଇମ୍ସକୁ ସୂଚନା ଦେଇ କହିଛନ୍ତି, ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବା ବେଳେ ଜଣେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଖବରପାଇ ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। 

US Train Derails
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ