’ତ୍ରାହି ପାଇବେ ନାହିଁ ଆତଙ୍କୀ ! ଯେଉଁଠି ଲୁଚିଲେ ବି ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେବ ଆମେରିକା’

ବାଇଡେନ କହିଛନ୍ତି, ମିଶନ ଜାରି ରହିବ । ଆବଶ୍ୟକ ହେଲେ ପୁଣି ଥରେ ଆଫଗାନିସ୍ତାନକୁ ଅତିରିକ୍ତ ଆମେରିକୀୟ ସୈନ୍ୟ ପଠାଯିବ । ଏହାପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକକୁ ସ୍ଥଗିତ ରଖିଥିଲା ହ୍ୱାଇଟ ହାଉସ । ଏହାସହ ଆଫଗାନିସ୍ତାନ ଶରଣାର୍ଥୀଙ୍କ ପ୍ରସଙ୍ଗରେ ଗଭର୍ଣ୍ଣରଙ୍କ ସହ ହେବାକୁ ଥିବା ଏକ ଭିଡିଓ ସମ୍ମିଳନୀ ମଧ୍ୟ ବାତିଲ କରାଯାଇଛି

Joe Biden

News Summary

କାବୁଲ ବିସ୍ଫୋରଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ରଣହୁଙ୍କାର

ଆକ୍ରମଣ କରିଥିବା ଆଇଏସ୍ ନେତାଙ୍କୁ ଆମେରିକା ଭଲଭାବେ ଜାଣେ : ବାଇଡେନ୍

’ଖୋଜି ଖୋଜି ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ’ । କାବୁଲ ଆକ୍ରମଣ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ ହାଉସରୁ ଚେତାବନୀ ଦେଇଛନ୍ତି । ଆମେରିକୀୟ ସେନ୍ୟଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଉଚିତ ମୂଲ୍ୟ ଦେବାକୁ ପଡିବ । ବିସ୍ଫୋରଣ ଭୁଲିହେବ ନାହିଁ କି, ସେମାନଙ୍କୁ କ୍ଷମା କରାଯିବ ନାହିଁ । ଯେଉଁଠି ଲୁଚିଲେ ବି ଆମେରିକା ଆଖିରୁ ବର୍ତ୍ତି ଯିବେ ନାହିଁ । ଆଫଗାନିସ୍ତାନରେ ରହୁଥିବା ସମସ୍ତ ଆମେରିକୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ସହିତ ସହଯୋଗୀମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ବାଇଡେନ୍ ।

ବାଇଡେନ କହିଛନ୍ତି, ମିଶନ ଜାରି ରହିବ । ଆବଶ୍ୟକ ହେଲେ ପୁଣି ଥରେ ଆଫଗାନିସ୍ତାନକୁ ଅତିରିକ୍ତ ଆମେରିକୀୟ ସୈନ୍ୟ ପଠାଯିବ । ଏହାପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକକୁ ସ୍ଥଗିତ ରଖିଥିଲା ହ୍ୱାଇଟ ହାଉସ । ଏହାସହ ଆଫଗାନିସ୍ତାନ ଶରଣାର୍ଥୀଙ୍କ ପ୍ରସଙ୍ଗରେ ଗଭର୍ଣ୍ଣରଙ୍କ ସହ ହେବାକୁ ଥିବା ଏକ ଭିଡିଓ ସମ୍ମିଳନୀ ମଧ୍ୟ ବାତିଲ କରାଯାଇଛି । ଏଥି ସହିତ ଆମେରିକାର ରାଷ୍ଟ୍ରପତି ଏହି ଆକ୍ରମଣ ବିଷୟରେ କହିଛନ୍ତି ଯେ ସେ ଆକ୍ରମଣକାରୀଙ୍କୁ କ୍ଷମା କରିବେ ନାହିଁ।

ଆତଙ୍କୀଙ୍କୁ ତ୍ରାହି ମିଳିବ ନାହିଁ . .

ଆମେରିକାର ରାଷ୍ଟ୍ରପତି କଡ଼ା ସ୍ୱରରେ ଏହି ଘଟଣାକୁ ନିନ୍ଦା କରିବା ସହ ଆତଙ୍କୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, 'ଯେଉଁମାନେ ଏହି ଆକ୍ରମଣ କରିଛନ୍ତି, ସେମାନଙ୍କୁ ଆଦୌ କ୍ଷମା ଦିଆଯିବ ନାହିଁ । ବର୍ତ୍ତମାନ ଆତଙ୍କୀକୁ ଶିକାର କରିବ ଆମେରିକା । ' ଆକ୍ରମଣ କରିଥିବା ଆଇଏସ୍ ନେତାଙ୍କୁ ଆମେରିକା ଭଲଭାବେ ଜାଣେ । କୌଣସି ପ୍ରମୁଖ ସାମରିକ ଅପରେସନ୍ ବିନା ମଧ୍ୟ ସେମାନଙ୍କୁ ଧରିବ ଆମେରିକା । ଆମେରିକା ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି ।

ବାଇଡେନ୍ ଜୋର ଦେଇ କହିଛନ୍ତି ଏହି ମିଶନକୁ କୌଣସି ଉପାୟରେ ମଧ୍ୟ ପୂରଣ କରାଯିବ । ଆମେ ଆତଙ୍କବାଦୀଙ୍କୁ ଭୟ କରୁନାହୁଁ । କୌଣସି ପରିସ୍ଥିତିରେ ମିଶନ ବନ୍ଦ କରିପାରିବେ ନାହିଁ ଆତଙ୍କୀ । ବର୍ତ୍ତମାନ ମଧ୍ୟ ନିଜର ସେନା ଏବଂ କର୍ମଚାରୀଙ୍କ ସ୍ଥାନାନ୍ତର ଜାରି ରହିବ । ସେ ଆହୁରି କହିଛନ୍ତି, 'ଆଜି ଆମେ ଯାହାଙ୍କୁ ହରାଇଛୁ, ସେମାନା ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଛନ୍ତି । ସୁରକ୍ଷା ତଥା ଅନ୍ୟମାନଙ୍କ ସେବାରେ ଏବଂ ଆମେରିକାର ସେବାରେ ସେମାନେ ନିଜ ଜୀବନ ଦେଇଛନ୍ତି ।

ସୂଚନାଯୋଗ୍ୟ ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ଦିନ ତିନୋଟି ବିସ୍ଫୋରଣ ଘଟିଛି । ପ୍ରଥମ ଦୁଇଟି ବିସ୍ଫୋରଣ ସନ୍ଧ୍ୟା ସମୟରେ କିଛି ମିନିଟ୍ ବ୍ୟବଧାନରେ ହୋଇଥିବାବେଳେ ତୃତୀୟ ବିସ୍ଫୋରଣ ବିଳମ୍ବିତ ରାତିରେ ହୋଇଥିଲା । ​​ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଥିବା ବେଳେ ୧୨୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଆମେରିକାର ନାଗରିକଙ୍କ ସମେତ ଚାରିଜଣ ଆମେରିକୀୟ ମରିନ୍ କମାଣ୍ଡୋ ଅଛନ୍ତି ।