Advertisment

ଘରେ ଥୁଆ ହୋଇଛି କାର୍‌, ହେଲେ ପିଲାବେଳୁ ସାଇକେଲକୁ ସାଥୀ କରିଛନ୍ତି ଏହି ବ୍ୟକ୍ତି

ଜୀବନରେ କେବେ ମୋଟର ସାଇକେଲ ଚଢି ନାହାନ୍ତି ପ୍ରଶାନ୍ତ

ଅଦ୍ୟତନ ହୋଇଛି
World Environment Day 2023

cycle man

Advertisment

ସାଇକେଲ ଚଲାଇଲେ ଶରୀର ସୁସ୍ଥ ରହିବ ଆମେ ସମସ୍ତେ ଜାଣିଛନ୍ତି। ହେଲେ ବିଭିନ୍ନ କାରଣରୁ ସାଇକେଲ ବ୍ୟବହାର କମି କମି ଯାଉଥିବା ବେଳେ ଏବେ ବି କିଛି ଏମିତି ବ୍ୟକ୍ତି ଅଛନ୍ତି ଯେଉଁମାନେ ସାଇକେଲକୁ ସାଥୀ କରି ରଖିଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରିର ଜଣେ ଏମିତି ବ୍ୟକ୍ତିଙ୍କ କାହାଣୀ, ଯିଏ ପେସାରେ ପ୍ରିନସିପାଲ୍ ହୋଇ ମଧ୍ୟ ଜୀବନରେ କେବେ ମୋଟର ସାଇକେଲ ଚଢି ନାହାନ୍ତି ବରଂ ସାଇକେଲକୁ ସାଥୀ କରି ରଖିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କିପରି ରକ୍ଷା କରିବା ଆମ ଚାରିପାଖର ପରିବେଶକୁ

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ପଞ୍ଚଲିଙ୍ଗେଶ୍ୱର କନିଷ୍ଠ କଲେଜର ପ୍ରିନସିପାଲ୍... ପ୍ରଶାନ୍ତ କୁମାର ବେହେରା। ବର୍ଷ ବର୍ଷ ଧରି ଏଇ ସାଇକେଲରେ ସେ କଲେଜ୍ ଯିବା ଆସିବା କରିବା ସହିତ ବାଟରେ କିଏ ସାହାଯ୍ୟ ମାଗିଲେ ତାକୁ ବି ସାଇକେଲରେ ବସାଇ ଆଣନ୍ତି... । ବର୍ତ୍ତମାନ ସମୟରେ ସମସ୍ତେ ଦୁଇଚକିଆ ଚାରିଚକିଆ ମୋଟର ଯାନ ଉପରେ ନିର୍ଭର କରୁଥିବା ବେଳେ ସେ କିନ୍ତୁ ନିଜ ସାଇକେଲ ଉପରେ ଭରସା କରିଛନ୍ତି । ଯୁଆଡେ ବି ଯିବାକୁ ପଡେ ଏଇ ପୁରୁଣା ସାଇକେଲ ଖଣ୍ଡକୁ ଧରି ବାହାରି ଯାଆନ୍ତି ।

ଦୀର୍ଘ ପ୍ରାୟ ୬୦ ବର୍ଷର ଜୀବନ କାଳ ଭିତରେ ଏ ବ୍ୟକ୍ତି ଜଣକ କେବେ ବି ବାଇକ୍ କିମ୍ବା କାର୍ ଚଢ଼ି ନାହାନ୍ତି। ଏମିତି ନୁହେଁ ଯେ, ସେ ଗାଡି ମୋଟର କିଣି ପାରିବେନି ବା ତାଙ୍କର ଗାଡି ମୋଟର ନାହିଁ। ଘରେ କାର୍ ଥୁଆ ହୋଇଥିଲେ ବି ତାଙ୍କର ପସନ୍ଦ ସାଧାରଣ ସାଇକଲ ଖଣ୍ଡିକ ।

Advertisment

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ପ୍ରଥମ କେଉଁଠି ପାଳନ ହୋଇଥିଲା ପରିବେଶ ଦିବସ...

ପ୍ରଶାନ୍ତ ସାର୍ ପିଲାଟି ବେଳୁ ବୁଝି ଆସିଛନ୍ତି, ସାଇକେଲ ଚଲାଇଲେ ଦେହ ସୁସ୍ଥ ରହିବ, ପରିବେଶ ମଧ୍ୟ ପ୍ରଦୂଷଣ ମୁକ୍ତ ରହିବ । ଅଧ୍ୟାପକ ହେବା ପରେ ପ୍ରଶାନ୍ତ ସାରଙ୍କ ବାପା ଖୁସିରେ ଗୋଟେ ଲୁନା କିଣି ଦେଇଥିଲେ ବି ତାକୁ ଚଲାଇ ନଥିଲେ । ଏମିତିକି ପୁଅ ବାୟୁସେନାରେ ଚାକିରି ପାଇଲା ପରେ ବାପାଙ୍କୁ ଗୋଟେ କାର୍ ଉପହାର ଦେଇଥିଲା ବେଳେ କାରଟି ଗାଁ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ଭଳି ବ୍ୟବହାର କରାଯାଉଛି।

ପ୍ରଶାନ୍ତ ସାରଙ୍କ ସାଇକେଲ ଜୀବନକୁ ପତ୍ନୀ ରାଜଶ୍ରୀ ବେହେରା ହସି ହସି ଆଦରି ନେଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ପାଖରେ ସାରଙ୍କ ସାଧାରଣ ଜୀବନଶୈଳୀ ଆଦର୍ଶ ହୋଇ ରହିଛି ।

Advertisment
Principal Cycle World Environment Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ