Advertisment

Hyderabad Fire Tragedy: ନିଆଁର ଆଁରେ ଚିତ୍କାର କରୁଥିଲା ମାଆର ମମତା, ଶେଷ ନିଶ୍ୱାସ ଯାଏଁ ୪ ସନ୍ତାନଙ୍କୁ ଜାବୁଡ଼ି ଧରିଥିଲେ ମହିଳା

ହାଇଦ୍ରାବାଦରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୧୭ ଜଣଙ୍କ ଜୀବନ ଯାଇଛି । ଚାରମିନାର ନିକଟ ବିଲ୍ଡିଂ ଯେତେବେଳେ ଜଳୁଥିଲା ସେତିକି ବେଳେ କିଛି ଛାତିଥରା ଦୃଶ୍ୟ ସାମନାକୁ ଆସିଥିଲା । ମା'ର ମମତାର କରୁଣ ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରିିଛି ।

ଅଦ୍ୟତନ ହୋଇଛି
Woman Found Holding Children During Fire Mishap

Woman Found Holding Children During Fire Mishap

Advertisment

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା । ଅଗ୍ନିକାଣ୍ଡରେ ୧୭ ଜଣଙ୍କ ଜୀବନ ଯାଇଛି । ଆଉ ଏହି ଅଘଟଣ ଭିତରେ ଦେଖିବାକୁ ମିଳିଥିଲା ଛାତିଥରା ଦୃଶ୍ୟ । ଯେତେବେଳେ ହୁତୁହୁତୁ ହୋଇ ନିଆଁ ଜଳୁଥିଲା ସେତେବେଳେ ବାହୁନି ବାହୁନି କାନ୍ଦୁଥିଲା ମାଆର ମମତା ।  ନିଜ ଜୀବନକୁ ପଛରେ ପକାଇ ୪ ସନ୍ତାନଙ୍କୁ କିପରି ବଞ୍ଚାଇବେ ସେହି ଚିନ୍ତାରେ ଥିଲା ଜଣେ ମାଆ । ନିଜର ଅଧା ପୋଡିଯାଇଥିବା ଶରୀରକୁ ଖାତିର ନକରି ସନ୍ତାନମାନଙ୍କୁ ନିଆଁର ପ୍ରକୋପରୁ ବଞ୍ଚାଇବାକୁ ପାଲଟିଥିଲା ସୁରକ୍ଷା ବଳୟ । ହେଲେ ସେହି ସୁରକ୍ଷାବଳୟକୁ ଭେଦ କରି ଅମାନିଆ ନିଆଁ  ସିନା ସବୁକିଛି ଛାରଖାର କରିଦେଲା । କିନ୍ତୁ ମା' ଓ ସନ୍ତାନଙ୍କୁ  ମୃତ୍ୟୁ ବି ଅଲଗା କରିପାରିଲାନି । ସନ୍ତାନଙ୍କ ମୃତଦେହକୁ ଜାବୁଡ଼ି ଧରି ରଖିଥିଲା ମା'ର ମୃତଦେହ ।

Advertisment

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଜାହିଦ କହିଛନ୍ତି, "ବିଲ୍ଡିଂ ଟି ହୁତୁହୁତୁ ହୋଇ ଜଳୁଥିବାବେଳେ ଯେତେବେଳେ ଆମେ କୌଣସି ପ୍ରକାରେ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲୁ ସେତେବେଳେ ପ୍ରଥମ ମହଲାରେ ଏହି ଦୃଶ୍ୟ ଦେଖିଥିଲୁ । ଜଣେ ମହିଳା ନିଜେ ଅର୍ଦ୍ଧଦଗ୍ଧ ହୋଇଯାଇଥିଲେ । ହେଲେ ନିଜ ୪ ସନ୍ତାନଙ୍କୁ ନିଆଁ ଦାଉରୁ ବଞ୍ଚାଇବାକୁ ଜାବୁଡ଼ି ଧରିଥିଲେ । ସେହି ପିଲାମାନଙ୍କ ଭିତରୁ ଦୁଇ ଜଣ ଝିଅ, ଜଣେ ପୁଅ ଏବଂ ଆଉ ଜଣେ ନବଜାତ ଶିଶୁ ଥିଲେ । ହେଲେ ସେମାନଙ୍କ ଭିତରୁ କେହି ବି ବଞ୍ଚିଲେ ନାହିଁ । ସମସ୍ତ ମୃତଦେହ ଯେତେବେଳେ ନିଆଗଲା ସେତେବେଳେ ମଧ୍ୟ ସମସ୍ତେ ସମାନ ଅବସ୍ଥାରେ ଥିଲେ । ମହିଳା ଜଣଙ୍କ ସେମିତି ପୂର୍ବ ପରି ସନ୍ତାନଙ୍କୁ ଧରି ରହିଥିଲେ, ଯେତେବେଳେ ମହିଳା ନିଜେ ବି ମୃତ୍ୟୁବରଣ କରିସାରିଥିଲେ ।"

"ଯେହେତୁ ଏହି ଦୃଶ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା, ସେମାନଙ୍କ ଶରୀର ସବୁ ପୋଡି ଯାଇଥିଲା ତେଣୁ ଆମେ ଏକ ବେଡସିଟ୍ ମାଧ୍ୟମରେ ଢାଙ୍କି ଦେଇଥିଲୁ । ଆମେ ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ସେଠାରେ ଦେଖିଥିଲୁ ଯାହା ଶବ୍ଦରେ ବର୍ଣ୍ଣନା କରିବା ଆମ ପକ୍ଷେ ସମ୍ଭବ ନୁହେଁ" ବୋଲି କହିଛନ୍ତି ଜାହିଦ ।  

Advertisment

ଅଧିକ ପଢନ୍ତୁ : ହାଇଦ୍ରାବାଦ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ

Hyderabad Fire Mishap Charminar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ