Advertisment

ଦୃଷ୍ଟିବାଧିତ ମାଲିକର ଆଖି ପାଲଟିଯାଇଛି କୁକୁର

କୁକୁରର ଏପରି କାର୍ଯ୍ୟ ପାଇଁ ଭ୍ୟୁୟର୍ସ ତାକୁ ସାବାସୀ ଜଣାଇଛନ୍ତି।

Visually-impaired Man Shares Story Of His Guide Dog

Visually-impaired Man Shares Story Of His Guide Dog

Advertisment

ବନ୍ଧୁ, ଯେଉଁଠି ମଣିଷ ତାର ସ୍ୱାର୍ଥ ପୂରଣ ପାଇଁ ଅନ୍ୟକୁ ପର କରିଦିଏ, ଆଜି ସେଠି ମଣିଷର ସାଥୀ ହୋଇଛି କୁକୁର। ପଶୁ ବୋଲି ସିନା ସେ ସିନା କଥା କହିପାରିବନି, ହେଲେ ମଣିଷର ଆଖି ତ ହୋଇପାରିବ। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କାହିଁକିନା ଗୋଟିଏ କୁକୁର ତାର ମାଲିକର କେବଳ ସାଥୀ ନୁହେଁ, ବରଂ ତାର ମାର୍ଗ ଦର୍ଶକ ସାଜିଛି।   

Advertisment

ପଶୁଙ୍କ ମଧ୍ୟରେ ଅଧିକ ଚତୁର ହେଉଛି କୁକୁର। ଚୋର ଧରିବା ଠୁ ଆରମ୍ଭ କରି ମାଲିକର ସୁରକ୍ଷା, ସବୁଥିରେ ମାହିର୍ ପୋଷା କୁକୁର। ଏପରିକି କୁକୁରଙ୍କ ରାମ୍ପ୍‌ ଶୋରେ ଜଲୱା ଦେଖିଥିବେ। କିନ୍ତୁ ଚାଲନ୍ତୁ ଏବେ ଜାଣିବା ଏମିତି ଏକ କୁକୁର ଯିଏ ତାର ମାଲିକର କେବଳ ବିଶ୍ୱସ୍ତ ନୁହେଁ ବରଂ ଦୃଷ୍ଟିହୀନ ମାଲିକର ମାର୍ଗଦର୍ଶକ ମଧ୍ୟ।

ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ଡକ୍ଟର ଅମିତ ପଟେଲ ଇଲଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦୃଷ୍ଟିହୀନ ମାଲିକ ତାଙ୍କ ଜାବନର କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କୁକୁରର ନାଁ ହେଉଛି କିକା। ଭିଢିଓରେ ଦେଖାଯାଉଛି ଯେ ମାଲିକ ତାଙ୍କ କୁରୁର କିକାକୁ ନେଇ ମଲ୍‌କୁ ଯାଇଛନ୍ତି। ମଲ୍‌ର ଉପର ମହଲାରୁ ତଳକୁ ଓହ୍ଲାଇବା ସମୟରେ ମାଲିକଙ୍କୁ ଗାଇଡ୍‌ କରୁଛି କିକା। ମାଲିକ ଗୋଟିଏ ହାତରେ ସିଡିର ରେଲିଂକୁ ଧରିଛନ୍ତି। ଅନ୍ୟ ଏକ ହାତରେ କିକା ମାଲିକକୁ ବାଟ ଦେଖାଉଛି।

Advertisment

ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ କୁକୁରଟି ମାଲିକଙ୍କୁ ଯେପରି ଦେଖାଇଲା, ତାହା ଭ୍ୟୁୟର୍ସମାନଙ୍କୁ ଚକିତି କରିଛି। ଏହାସହ କୁକୁରର ଏପରି କାର୍ଯ୍ୟ ପାଇଁ ଭ୍ୟୁୟର୍ସ ତାକୁ ସାବାସୀ ଜଣାଇଛନ୍ତି। ଏହି ଭିଡିଓଟି ୧୫,୨୯୩ ଜଣ ଲାଇକ କରିଛନ୍ତି।

Advertisment
Visually Impaired Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ