Advertisment

ଭଦ୍ରକରେ ନିଆରା ବାହାଘର, ସାତ ଜନ୍ମର ସାଥୀ ହେଲେ ଦୁଇ ଦିବ୍ୟାଙ୍ଗ

ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକର ଦିବ୍ୟାଙ୍ଗ ନବଦମ୍ପତି ।

ଅଦ୍ୟତନ ହୋଇଛି
unique Divyang Marriage In Bhadrak

unique Marriage

Advertisment

ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବାକୁ ପଡିନଥାଏ, କେତେବେଳେ ଯେ ଏଇ ଚୁପି ଚୁପି ପ୍ରେମ ନିବିଡ଼ ସଂପର୍କର ରୂପ ନିଏ, ତାହା କେହିବି ଜାଣି ପାରନ୍ତିନି । ଆମେ ଯୋଉ କାହାଣୀ ଏବେ ଆପଣମାନଙ୍କୁ କହିବୁ, ତାହା ହେଉଛି ଦୁଇ ଦିବ୍ୟାଙ୍ଗଙ୍କ କାହାଣୀ । ଏ କାହାଣୀ ଆପଣଙ୍କୁ ନିଶ୍ଚୟ ଛୁଇଁବ। ଏମାନେ ଦୁଇ ପ୍ରେମୀ ଯୁଗଳ। କିନ୍ତୁ ଭାଗ୍ୟର ବିଡ଼ମ୍ବନା। ଦୁଇ ଜଣ ହେଲେ ମୁକ ଓ ବଧିର ।

Advertisment

ଅଧିକ ପଢ଼ନ୍ତୁ: ଫେସବୁକରୁ ଦେଖା, ବେଦୀରେ ବାହାଘର: ନିଆରା ପ୍ରେମକୁ ନେଇ ଚର୍ଚ୍ଚା ଜୋର

ପ୍ରଥମ ଦେଖାରୁ ହିଁ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ। ଚାଲିଲା ମନ ଦିଆନିଆ। ଠାରରେ ଠାରେ ଦୁହେଁ ଦୁହିଁଙ୍କୁ ନିଜ ମନ କଥା କହିପାରିଲେ। ବାସ୍ ତା’ପରେ ସବୁଦିନ ପାଇଁ ବାନ୍ଧି ହୋଇ ରହିବାକୁ ମନ କଲେ। ବାସ୍,ଏଇଟା ହିଁ ତ ପ୍ରେମ। ସେଇ ପ୍ରେମ ହିଁ ସେମାନଙ୍କୁ ବିବାହା ବନ୍ଧନରେ ବାନ୍ଧିଦେଲା। ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଲେ ସଂକଳ୍ପ । ପରସ୍ପର ସାହାରା ହେବେ ବୋଲି ହେଲେ ପ୍ରତିଶ୍ରୁତିବଦ୍ଧ । ଏହି ବିବାହ ସାଧାରଣ ବିବାହ ପରି ମନେ ହେଉଥିଲେ ହିଁ କିନ୍ତୁ ସାଧାରଣ ନୁହେଁ । ବରବଧୂ ବେଶରେ ବସିଥିବା ଏ ଦୁଇଜଣ ହେଉଛନ୍ତି ଦିବ୍ୟାଙ୍ଗ । ବ୍ରାହ୍ମଣ ମନ୍ତ୍ର ପାଠ ଚାଲୁଥିବା ବେଳେ ପରସ୍ପର ଠାରରେ ଠାରରେ ଭାବର ଆଦାନ ପ୍ରଦାନ କରୁଛନ୍ତି ।

Advertisment

ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସବୁ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକର ଏହି ଦିବ୍ୟାଙ୍ଗ ନବଦମ୍ପତି । ସେମାନଙ୍କ ମନରେ ଭରିଛି ଅସୀମ ଧୈର୍ଯ୍ୟ ଓ ମନୋବଳ । ବୈଦିକ ରୀତିନୀତି ଅନୁଯାୟୀ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ଦୁହେଁ ମୁକ ଓ ବଧିର ହେଲେ କ’ଣ ହେଲା, ଠରା ଠରି ବୁଝିବାରେ ସେମାନେ ମାହିର୍। ସେଇ ଠରାଠରିରେ ହିଁ ଭାବର ଆଦାନ ପ୍ରଦାନ କରି ପାରୁଛନ୍ତି । ଏପରିକି ଉଭୟଙ୍କ ପରିବାର ଲୋକେ ମଧ୍ୟ ଏହି ଠରାଠରିରେ ଅଭ୍ୟସ୍ତ ହୋଇ ଯାଇଛନ୍ତି ।

ଅଧିକ ପଢ଼ନ୍ତୁ: ନିଆରା ବିବାହ; କେବଳ ଟଙ୍କାଟିଏ ଆଉ ଗୋଟିଏ ନଡିଆରେ ହେଲା ବାହାଘର; ବିବାହ ପରେ ଏମିତି କହିଲେ ବରପକ୍ଷ

Advertisment

ଜଣେ ହେଉଛନ୍ତି ବଙ୍ଗାଳିଦପା ଗାଁର ଅଜୟ ମଳିକଙ୍କ ଝିଅ ସୋନାଲୀ ମଳିକ । ଆଉ ଜଣେ ହେଉଛନ୍ତି ବାସୁଦେବପୁରର ନିରାକାର ମଳିକଙ୍କ ପୁଅ ତପନ ମଳିକ। ଏ ଦୁହେଁ ପରସ୍ପରକୁ ବରଣମାଳା ଦେଇ ସାତ ଜନମର ସାଥି ହୋଇଛନ୍ତି । ଶତାଧିକ ଅତିଥିଙ୍କ ଗହଣରେ ଏହି ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏ ଦୁହିଁଙ୍କ ବିବାହ ଏବେ ଅନ୍ୟ ଦିବ୍ୟାଙ୍ଗମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ। 

Divyang Girl Unique Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ