• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଚିତ୍ର କଦଳୀ ଗଛ । ଫୁଟୁଚି ଫୁଲ , ସୁର୍ଯ୍ୟଙ୍କୁ ଚାହିଁ ରହିଚି ଫଳ । ଆଉ ଏ କାନ୍ଧିରେ କଶି କଶି ନେଳି କଦଳୀ ଫଳିଛି । ବୋଧେହୁଏ ଏମିତି କଦଳୀ ଗଛ କେହି କେହି ପ୍ରଥମ ଥର ପାଇଁ ଦେଖୁଥିବେ । ଏଭଳି କଦଳୀ ଗଛ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ତୋଡା ଘାଗୀ ଜଳପ୍ରପାତ ନିକଟରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ । ସମୁଦ୍ର ପତନ ଠାରୁ ୧୩୦୦ ମିଟର ଉଚ୍ଚତା ଉପରେ ଏହି ସ୍ଥାନ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା କେଉଁ କାଳରୁ ରହିଚି ଏହି କଦଳୀ ଗଛ କାହା ପାଖରେ ସଠିକ ଉତ୍ତର ନାହିଁ । ସ୍ଥାନୀୟ ଲୋକେ କୁହନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସ ସମୟରେ ଏହି ସ୍ଥାନରେ ରାତ୍ରୀ ଜାପନ କରିଥିଲେ । ଆଉ ସେହି ଦିନ ଠାରୁ ଏଠାରେ ଥିବା କଦଳୀ ଗଛର କଦଳୀ ଗୁଡିକ ସୂର୍ଯ୍ୟ ଦେବତାଙ୍କୁ ଚାହିଁ ରହିବା ସହିତ ଏହି କଦଳୀ ଗଛରେ ଫୁଟୁଥିବା ଫୁଲ ମଧ୍ୟ ଭିନ୍ନ । ସାଧାରଣତ କଦଳୀ ଗଛର ଫଳ ତଳକୁ ଚାହିଁ ରହିଥିବା ଦେଖା ଯାଇଥାଏ କିନ୍ତୁ ଏଠାରେ ସମ୍ପୂର୍ଣ୍ଣ ଅଲଗା ପ୍ରକାର ଦେଖାଯାଏ ।

ରାଜ୍ୟରେ ଏପରି ଅନେକ ନିଆରା ପର୍ଯ୍ୟଟନ ସ୍ଥଳୀ ଥିଲେ ମଧ୍ୟ ଆମ ସରକାର ଏହାକୁ ଅଣଦେଖା କରି ଦେଉଛନ୍ତି । ପର୍ଯ୍ୟଟଙ୍କ ପାଇଁ ଏଠାରେ ସେମିତି ବିଶେଷ କିଛି ସୁବିଧା ନାହିଁ। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ପାହାଡିଆ ଅଞ୍ଚଳରେ ସରକାର ବିକାଶ କଲେ ଏହା ମଧ୍ୟ ଏକ ପର୍ଯ୍ୟଟନ ସ୍ଥଳୀ ହୋଇପାରନ୍ତା ।

OTV is now on Whatsapp

Join and get latest news update delivered to you via whatsapp

Join Now