Advertisment

ମାଲିକଙ୍କ ମହାନତା...ମୃତ୍ୟୁ ପୂର୍ବରୁ କର୍ମଚାରୀଙ୍କ ନାଁରେ ଲେଖିଦେଲେ କମ୍ପାନୀ...ଜାଣନ୍ତୁ କାହିଁକି...

ସେ କହିଥିଲେ, 'ସଫଳତା ପାଇଁ କଠିନ ପରିଶ୍ରମ ଏବଂ ଦୟା କେତେ ଗୁରୁତ୍ୱପୂର୍ଣ୍ଣ ତାହା ମୁଁ ପ୍ରାୟ ୭୦ ବର୍ଷ ପୂର୍ବେ ଶିଖିଥିଲି । କର୍ମଚାରୀ ଓ ମାଲିକଙ୍କ ଭିତରେ ଥିବା ପାର୍ଥକ୍ୟ ଦୂର ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ।

ଅଦ୍ୟତନ ହୋଇଛି
Millionaire Transferred Ownership

Millionaire Transferred Ownership

Advertisment

ଆମେ ଅନେକ ବ୍ୟବସାୟୀଙ୍କୁ ଦେଖିଛୁ। ସମସ୍ତେ ନିଜ କମ୍ପାନୀ ପାଇଁ ବେଶ୍ ଚିନ୍ତିତ। କମ୍ପାନୀ କିପରି ଆଗକୁ ବଢିବ ସେନେଇ କର୍ମଚାରୀଙ୍କୁ ଅନେକ ଚାପ ମଧ୍ୟ ପକାଇ ଥାଆନ୍ତି। କିଛି ମାଲିକ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ। ନାମୀଦାମୀ କମ୍ପାନୀରେ ଏଭଳି ଘଟଣା ଅତି ସାଧାରଣ। ମାତ୍ର ଆମେ କହୁଛୁ ଏମିତି ଜଣେ ମାଲିକଙ୍କ କଥା, ଯିଏ ନିଜ କମ୍ପାନୀକୁ କର୍ମଚାରୀଙ୍କ ନାଁରେ କରି ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ନିକଟରେ ବବଙ୍କ ରେଡ୍ ମିଲର ପ୍ରତିଷ୍ଠାତା ବବ୍ ମୋରଙ୍କ ୯୪ବର୍ଷ ବୟସରେ ଦେହାନ୍ତ ହୋଇଛି । ମୃତ୍ୟୁ ପରେ ତାଙ୍କର ଉଦାରତା ନେଇ ସବୁଠାରେ ଆଲୋଚନା କରାଯାଉଛି। ସେ ନିଜ କମ୍ପାନୀର କର୍ମଚାରୀଙ୍କୁ ଖୁବ ଭଲ ପାଉଥିଲେ। ମୃତ୍ୟୁ ପୂର୍ବରୁ ବବ୍ ତାଙ୍କ କମ୍ପାନୀର ୭୦୦ରୁ ଅଧିକ କର୍ମଚାରୀଙ୍କୁ ମାଲିକାନା ହସ୍ତାନ୍ତର କରିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି।

ବବ୍ ୨୦୧୦ରେ କମ୍ପାନୀର ମାଲିକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କର ୮୧ ତମ ଜନ୍ମଦିନରେ ତତ୍କାଳୀନ ୨୦୯ କର୍ମଚାରୀଙ୍କ ପାଇଁ ଷ୍ଟକ୍ ମାଲିକାନା ଯୋଜନା ଆରମ୍ଭ କରିଥିଲେ। ୨୦୨୦ ସୁଦ୍ଧା, କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ୭୦୦କୁ ବୃଦ୍ଧି ପାଇଥିଲା। ବବ୍ ମୋରଙ୍କ ମୃତ୍ୟୁ ପୂର୍ବରୁ କମ୍ପାନୀର ମାଲିକାନା କର୍ମଚାରୀଙ୍କୁ ପ୍ରଦାନ କରିଦେଇଥିଲେ ।

Advertisment

ସେ କହିଥିଲେ, 'ସଫଳତା ପାଇଁ କଠିନ ପରିଶ୍ରମ ଏବଂ ଦୟା କେତେ ଗୁରୁତ୍ୱପୂର୍ଣ୍ଣ ତାହା ମୁଁ ପ୍ରାୟ ୭୦ ବର୍ଷ ପୂର୍ବେ ଶିଖିଥିଲି । ମୋର ପ୍ରିୟ ବାଇବଲ ଶାସ୍ତ୍ର, ମାଥ୍ୟୁ କୁହନ୍ତି, 'ଅନ୍ୟମାନଙ୍କ ପ୍ରତି ତାହା କର ଯାହା ତୁମେ ଚାହଁ। ତେଣୁ ମୁଁ ଅନୁଭବ କରୁଛି ଯେ ଆମେ ଏହି ମନ୍ତ୍ରକୁ ପାଳନ କରିବା ଉଚିତ।' କର୍ମଚାରୀ ଓ ମାଲିକଙ୍କ ଭିତରେ ଥିବା ପାର୍ଥକ୍ୟ ଦୂର ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ।

୨୦୧୮ରେ ସେ କହିଥିଲେ ବବଙ୍କ ରେଡ ମିଲ ସ୍ୱପ୍ନ ସାକାର ହୋଇଛି। ସେ ଏକ ସାକ୍ଷାତକାରରେ କହିଥିଲେ, ସେ କମ୍ପାନୀକୁ ଏତେ ଭଲ ପାଆନ୍ତି ଯେ ସେ ସ୍ଥିର କରିଛନ୍ତି ଏହାକୁ କେବେ ବିକ୍ରୟ କରିବେ ନାହିଁ । ତେଣୁ ଅନେକ ଥର କମ୍ପାନୀ ବିକ୍ରି ପାଇଁ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ସେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ କମ୍ପାନୀର ବୋର୍ଡରେ ଥିଲେ।

Advertisment

ସେ କହିଥିଲେ, 'ମୁଁ ସାରା ବିଶ୍ୱ ଭ୍ରମଣ କରିଛି। ମୋର ଗୋଟିଏ ସୁନ୍ଦର ଘର ଅଛି । ମୁଁ ସଫଳ ହୋଇଛି। ଟଙ୍କା ନଷ୍ଟ କରି ନାହିଁ, ଏସବୁ କରିବା ପ୍ରକୃତରେ ବହୁତ ଭଲ । ତଥାପି, ଗୋଟିଏ କଥା ହେଉଛି ସବୁବେଳେ ଏକ ଉଦ୍ଦେଶ୍ୟ ରହିବା ଜରୁରୀ' ।

କୋଟିପତି ବବ୍ ୪୯ ବର୍ଷ ବୟସରେ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହାପୂର୍ବରୁ ସେ ଜେସି ପେନିରେ ଏକ ଗ୍ୟାସ ଷ୍ଟେସନ ମାଲିକ ଏବଂ ଷ୍ଟୋର ମ୍ୟାନେଜର ଥିଲେ। ଫୋର୍ବସ୍ ଅନୁଯାୟୀ, ୨୦୧୮ ସୁଦ୍ଧା ତାଙ୍କ କମ୍ପାନୀର ଆୟ ୧୦୦ ମିଲିୟନ୍ ଡଲାରରୁ ଅଧିକ ବୋଲି ଆକଳନ କରାଯାଇଥିଲା। ବବଙ୍କ ରେଡ ମିଲ୍ ୭୦ରୁ ଅଧିକ ଦେଶରେ ୨୦୦ ରୁ ଅଧିକ ଉତ୍ପାଦ ବିକ୍ରି କରେ।

ତାଙ୍କ ବିୟୋଗ ପରେ କମ୍ପାନୀର କର୍ମଚାରୀ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, 'ଅନ୍ୟମାନଙ୍କ ପ୍ରତି ତାଙ୍କ ସମ୍ମାନ ସର୍ବଦା ରେଡ୍ ମିଲ୍ କର୍ମଚାରୀ-ମାଲିକମାନଙ୍କୁ ପ୍ରେରଣା ଯୋଗାଇବ। ବିଶ୍ୱର ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ କରି ଆମେ ତାଙ୍କ ଉତ୍ତରାଧିକାରୀ ବହନ କରିବୁ। ଆମେ ପ୍ରକୃତରେ ଜଣେ ବଡ଼ ବ୍ୟକ୍ତିତ୍ୱକୁ ହରାଇଛୁ।

Millionaire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ