Advertisment

ରାସ୍ତାରେ ମରି ପଡ଼ିଛି କାଉ;ବଞ୍ଚାଇବା ଆଶାରେ ରଡ଼ି ଛାଡୁଛନ୍ତି ସାଥୀ, ଦେଖନ୍ତୁ ଭିଡିଓ...

ରାସ୍ତାରେ ପଡ଼ିରହିଛି ପକ୍ଷୀର ମୃତଦେହ, ବଞ୍ଚାଇବା ଆଶାରେ ରାସ୍ତାରୁ ଯାଉନାହାଁନ୍ତି ସାଥୀ ଚଢ଼େଇ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Think Crow Funerals Are Strange? Wait Until You See the Wake

Think Crow Funerals Are Strange? Wait Until You See the Wake

ଆଜିର ଏହି ସ୍ୱାର୍ଥପର ଦୁନିଆରେ ମଣିଷ ମଧ୍ୟ ମଣିଷକୁ ପଚାରୁନାହିଁ । ଏମିତିକି ପରସ୍ପରଙ୍କ ମଧ୍ୟରେ ଭଲପାଇବା ମାତ୍ର କେବଳ ଏକ ନାଁରେ ସୀମିତ । ଦୈନନ୍ଦିନ ଜୀବନରେ କେଉଁଠି ଲୋକେ ନୃଂଶସ ପାଲଟି ନିଜ ପିଲା ଛୁଆକୁ ହତ୍ୟା କରୁଛନ୍ତି ତ ଆଉ କେଉଁଠି ସନ୍ତାନମାନେ ନିଜ ବାପାମାଆଙ୍କୁ ଅସଦାଆଚରଣ ଆଦି ହିଂସାତ୍ମକ ଖବର ସାମ୍ନାକୁ ଆସୁଛି । ଧିରେ ଧିରେ ମଣିଷ ସ୍ୱାର୍ଥପର ପାଲଟୁଥିବାବେଳେ ପଶୁପକ୍ଷୀଙ୍କ ମଧ୍ୟରେ ପ୍ରେମଭାବ ଦେଖିବାକୁ ମିଳିଛି । ନିକଟରେ ବାଲେଶ୍ୱର ରେମୁଣାରେ ପକ୍ଷୀଙ୍କ ମଧ୍ୟରେ ଭଲପାଇବାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବକୁ ମିଳିଛି ।

Advertisment

ଦେଖନ୍ତୁ ଏହି ଭିଡ଼ିଓ :-

ବାଲେଶ୍ୱର ରେମୁଣା ଓଭରବ୍ରିଜ ଉପରେ କୌଣସି କାରଣରୁ ଏକ ନିରୀହ କାଉର ମୃତ ଦେହ ପଡିରହିଛି । ରାସ୍ତା ମଝିରେ ଚଢ଼େଇଟିର ମର ଶରୀର ପଡିଥିବାର ଦେଖି ତାର ସାଥୀମାନେ ତାକୁ ରାସ୍ତା ମଝିରେ ଛାଡି ଅନ୍ୟ କୁଆଡେ ଯାଉନାହାଁନ୍ତି । 'କାଳେ ସେ ବଂଚିଯିବ....ପୁଣି ଆମ ସହ ଉଡ଼ି ଆମ ବସାକୁ ଫେରିଯିବ...' ଏଭଳି ଆଶା ରଖି ଅନ୍ୟ ସାଥି ଚଢେଇ ମାନେ ତାକୁ ଟେକି ନିଜ ସାଥୀରେ ନେବାକୁ ଉଦ୍ୟମ କରୁଛନ୍ତି । ତାହାରି ଭିତରେ ଗୋଟେ ପରେ ଗୋଟେ ଗାଡି ଯାଆଆସ କରୁଛନ୍ତି । ହେଲେ ବି ହାର୍ ନ ମାନି ନିଜ ସାଥୀକୁ ବଞ୍ଚାଇବାକୁ ଉଦ୍ୟମ ଜରି ରଖି ଗାଡି ଯିବାପରେ ପୁଣି ଉଦ୍ୟମରେ ଲାଗିପଡିଛନ୍ତି । ହେଲେ ତାଙ୍କୁ କିବା ଆଉ ଜଣା କି ତାଙ୍କ ସାଥୀର ମୃତ୍ୟୁ ହୋଇଯାଇଛି, ସେ ଆଉ ଉଡିପାରିବନି । ତେଣୁ ନିସ୍ୱାର୍ଥପର ଭାବରେ ନିଜ ସାଥୀକୁ ସାଙ୍ଗରେ ନେଇଯିବା ଆଶାରେ ପାଖଛାଡ଼ି ଯାଉନାହାଁନ୍ତି । 
ଗାଡି ଡ୍ରାଇଭର ଟିକେ ନଜର ପକାଇଥିଲେ ହୁଏତ ପକ୍ଷୀଟି ମୃତ୍ୟୁମୁଖରୁ ବଞ୍ଚିଯାଇଥାନ୍ତା । ତେବେ ରାସ୍ତାରେ ଗାଡ଼ି ଚଳାଇବା ବେଳେ ପଶୁପକ୍ଷୀଙ୍କ ପ୍ରତି ସାମାନ୍ୟ ଦୟାବନ ହେବା ଉଚିତ୍ । ପଶୁପକ୍ଷୀଙ୍କ ପ୍ରତି ଦୟାବାନ୍ ହେବା ଦ୍ୱାରା ହୁଏତ ନିରୀହ ପ୍ରାଣୀଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇପାରେ । 
ବିଶ୍ୱମ୍ୱର ଦାସଙ୍କ ରିପୋର୍ଟ 

Advertisment
Viral Video
Advertisment
Advertisment