Advertisment

Success Story: ଯେମିତି ରୂପ ସେମିତି ଗୁଣ, UPSCରେ ସଫଳତା; ହେବେ ଅଫିସର୍...

ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ। ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାର ପିଲଖୁଆର ବାସିନ୍ଦା ଆଶନା ଚୌଧୂରୀ UPSC CSE 2022 ପରୀକ୍ଷାରେ ସଫଳତା ପାଇଁ ଏହା କରି ଦେଖେଇଛନ୍ତି। ତାଙ୍କ ରୂପ ଦେଖିଲେ ଆପଣ ବି ପାଗଳ ହୋଇଯିବେ।

ଅଦ୍ୟତନ ହୋଇଛି
Success Story Of Aashna Chaudhary Upsc Topper

Success story of aashna chaudhary upsc topper

Advertisment

ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ। UPSC କଥା ଉଠିଲେ ତ ଏହା ଆହୁରି କଠିନ କାମ। UPSC CSE 2022 ପରୀକ୍ଷାରେ ମୋଟ ୯୩୩ ପ୍ରାର୍ଥୀ ସଫଳ ହୋଇଛନ୍ତି। ଆଶନା ଚୌଧୂରୀ ସେମାନଙ୍କ ମଧ୍ୟରୁ ଜଣେ। ସେ ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାର ପିଲଖୁଆର ବାସିନ୍ଦା।

Advertisment

ସେ 'ବିୟୁଟି ୱିଥ୍ ବ୍ରେନ୍'ର ପରଫେକ୍ଟ। ୪ ବର୍ଷ ପୂର୍ବେ ଜୋସ୍ ଟାକ୍ସ ତାଙ୍କୁ ଆନାଲିଷ୍ଟ ପଦ ପାଇଁ ରିଜେକ୍ଟ କରିଥିଲେ, UPSC ପାସ୍ କରିବା ପରେ ସେ ହିଁ ଆଶନାଙ୍କ ସାକ୍ଷାତକାର ନେଇଥିଲେ। ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: UPSC ପ୍ରସ୍ତୁତି ପାଇଁ ସୋସିଆଲ୍ ମିଡିଆ ଠାରୁ ଦୂରେଇ ରହୁଥିଲେ ବେଦିକା ବିହାଣୀ

Advertisment

ଜୀବନୀ:

ଆଶନା ଚୌଧୁରୀ ନିଜକୁ 'ପିଏଚଡି ପରିବାର'ର ଏକ ଅଂଶ ଭାବରେ ବର୍ଣ୍ଣନା କରନ୍ତି। ଏହାର ଅର୍ଥ ତାଙ୍କ ଘରେ ଅଧିକାଂଶ ଲୋକ ପିଏଚ୍‌ଡି ସହିତ ପ୍ରଫେସର ଅଟନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଏହି ପରିବାରର ଜଣେ ସଦସ୍ୟ ଭାବେ ନିଜକୁ ପ୍ରମାଣ କରିବାକୁ ତାଙ୍କ ଉପରେ ବହୁତ ଚାପ ପଡିଥିଲା। ସରକାରୀ ଚାକିରୀ ଏବଂ ବିଶେଷକରି ସିଭିଲ ସର୍ଭିସ ତାଙ୍କ ଭାପାଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲା। ଏଭଳି ପରିସ୍ଥିତିରେ ଆଶନା ମଧ୍ୟ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପ୍ରତି ଆକର୍ଷିତ ହୋଇଗଲେ।

ଶିକ୍ଷା:

ଆଶନା ଚୌଧୁରୀ ଗାଜିଆବାଦରେ ଅବସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ଅଧ୍ୟୟନ କରିଛନ୍ତି। ସେ ହ୍ୟୁମ୍ୟାନିଟିଜ୍ ବିଷୟ ସହିତ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିଲେ। ଏହା ପରେ, ୨୦୧୯ରେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ଇଂରାଜୀ ସାହିତ୍ୟ (ଦିଲ୍ଲୀ ବିଶ୍ୱବିଦ୍ୟାଳୟ) ରେ ଅନର୍ସ କରିଥିଲେ। ତା’ପରେ ୨୦୨୩ ମସିହାରେ, ସେ ନୂଆଦିଲ୍ଲୀରେ ଅବସ୍ଥିତ ଦକ୍ଷିଣ ଏସୀୟ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ରିଲେସନ୍ସରେ ମାଷ୍ଟର କରିଛନ୍ତି। ଗ୍ରାଜୁଏସନ୍‌ ପରେ ଆଶନା ଏକ ବର୍ଷର ବିରତି ନେଇ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

Advertisment
Success story of aashna chaudhary (ସୁନ୍ଦରୀ ଆଶନା ଚୌଧୁରୀଙ୍କ UPSCରେ ସଫଳତା)

ପ୍ରସ୍ତୁତି:

UPSC ପରୀକ୍ଷାର ପ୍ରଥମ ଏବଂ ଦ୍ୱିତୀୟ ପ୍ରୟାସରେ ଆଶନା ବିଫଳ ହୋଇଥିଲେ। ପ୍ରଥମ ପ୍ରୟାସ ପାଇଁ ସେ ୧ ବର୍ଷର ବିରତି ନେଇ ଭାଜିରାମ ଆଣ୍ଡ୍‌ ରବିଙ୍କ ଅନ୍‌ଲାଇନ୍ ପୋର୍ଟାଲରେ ପ୍ରାୟ ୫ ମାସ ପାଇଁ ନାମ ଲେଖାଇଥିଲେ।

ଗ୍ରାଜୁଏସନ୍ ପରେ ହିଁ ସେ UPSC ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ପୂରା ସିଲାବସ୍ ସ୍କାନ୍ କରିଥିଲେ, ପୂର୍ବ ବର୍ଷର ପ୍ରଶ୍ନପତ୍ରଗୁଡ଼ିକୁ ଦେଖି ତା’ପରେ ତାଙ୍କ ରଣନୀତି ପ୍ରସ୍ତୁତ କରିଥିଲେ।

UPSC ରାଙ୍କ୍:

ତୃତୀୟ ପ୍ରୟାସରେ ଆଶନା UPSC CSE 2022 ପରୀକ୍ଷାରେ ୧୧୬ ତମ ସ୍ଥାନ ହାସଲ କରିଛନ୍ତି। ଭାଜିରାମ ଏବଂ ରବିଙ୍କ ପୋର୍ଟାଲ ବ୍ୟତୀତ ସେ Unacademy ର T20 ଫ୍ରି ଟେଷ୍ଟ୍ ସିରିଜ୍ ମଧ୍ୟ ଦେଉଥିଲେ। କରେଣ୍ଟ ଆଫେୟାର୍ସ ପାଇଁ ପ୍ରସ୍ତୁତ ହେବା ଏବଂ ନୋଟ୍ ପ୍ରସ୍ତୁତ କରିବାରେ ଏହା ତାଙ୍କୁ ସାହାଯ୍ୟ କରିଥିଲା। ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ସେ ପ୍ରସ୍ତୁତି ଛାଡିବେ ବୋଲି ତାଙ୍କ ମା ଭାବି ନେଇଥିଲେ କିନ୍ତୁ ଆଶନା ହାର ମାନି ନଥିଲେ।

ପ୍ରସ୍ତୁତି ଟିପ୍ସ:

ଆଶନା ଚୌଧୁରୀ ତାଙ୍କ ମାଷ୍ଟର୍ସ ଅଧ୍ୟୟନ ସହିତ UPSC ପରୀକ୍ଷା ପ୍ରସ୍ତୁତି ପାଇଁ ଦୈନିକ ୪-୮ ଘଣ୍ଟା ଦେଉଥିଲେ। ସେ ବହୁତ ଖୁସିବାସିଆ ଓ ପଜେଟିଭ୍। ଜୀବନରେ ଆସୁଥିବା ଚ୍ୟାଲେଞ୍ଜ କିମ୍ବା ସମସ୍ୟାକୁ ସେ ନିଜ ଉପରେ ଭାରି କରିବାକୁ ଦିଅନ୍ତି ନାହିଁ। ମନ ଖରାପ ବେଳେ ସେ କମେଡି ଭିଡିଓ ଦେଖି ନିଜର ମନୋବଳକୁ ସତେଜ କରିନିଅନ୍ତି।

UPSC ଆଶାୟୀଙ୍କୁ ଆଶନା ପରାମର୍ଶ ଦେଇ କୁହନ୍ତି ସେ ସର୍ବଦା ନିଜ ପ୍ଲାନ୍ ବି ପ୍ରସ୍ତୁତ କରି ରଖିବାକୁ। ବର୍ତ୍ତମାନ ସେ ସର୍ଭିସ୍ ଓ କ୍ୟାଡର ଆବଣ୍ଟନକୁ ଅପେକ୍ଷା କରିଛନ୍ତି।

UPSC Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ