Advertisment

ଇଏ ବି ପ୍ରେମ : ସ୍ୱାମୀ କାନ୍ଧରେ ଦୁନିଆ ଦେଖୁଛି ସ୍ତ୍ରୀ

ଦାରିଙ୍ଗବାଡି ଦନେକବାଡି ଗାଁର ସୁନିତା ନାୟକ ଆଉ ତାଙ୍କୁ ବିବାହ କରିଛନ୍ତି ଟିକାବାଲି ବ୍ଲକ ବଡିମୁଣ୍ଡା ଗାଁର ମଳୟ ଦିଗାଳ । ଦୁହେଁ ପ୍ରେମରେ ପଡିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ଭାବେ ସମାଜରେ ଚଳି ଆସୁଛନ୍ତି । ଏମାନଙ୍କର ଖୁସି ଦେଖିଲେ ଆପଣ ବି ଆନନ୍ଦିତ ହେବେ। ଆଇନାରେ ନିଜକୁ ଦେଖି ମଥାରେ  ଟୋପାଏ ସିନ୍ଦୁର ପିନ୍ଧନ୍ତି ତ ଆଉ କେତେବେଳେ ପ୍ରେମିକ ମଳୟ ଦିଗାଳ ପାଖରେ ବସି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି।

ଅଦ୍ୟତନ ହୋଇଛି
Know The Love Story Of This Divyang Couple

Disable Lover

Advertisment

ପ୍ରେମ ଯେବେ ରଙ୍ଗ ନମ୍ବରରୁ ହୁଏ...ଏମିତି ଅନେକ କାହାଣୀ ଆପଣ ଜାଣିଥିବେ, ଶୁଣିଥିବେ ନିଶ୍ଚୟ। ସେଇଥିପାଇଁ ତ କେହି କେହି କୁହନ୍ତି ପ୍ରେମ ଅଢେଇ ଅକ୍ଷର। ଯିଏ ପ୍ରେମ କରିଛି ସିଏ ଜାଣିଛି ପ୍ରେମରେ ପଡିଲେ କଣ ହୁଏ?

Advertisment

ପ୍ରେମ ଦେଖେନା ଜାତି, ପ୍ରେମ ଦେଖେନା ଧର୍ମ...ବାସ୍‌ ଦୁଇଟି ହୃଦୟର ମିଳନ ହେଲେ ହୋଇଯାଏ ପ୍ରେମ। ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳର ବାଲିଗୁଡାରୁ। ଦିବ୍ୟାଙ୍ଗ ହେବା ପରେ ବି ଏମାନଙ୍କ ପ୍ରେମର ରେଳ ଗାଡି ବେଶ୍‌ ଆଗକୁ ବଢିଥିଲା। ସ୍ୱାମୀଙ୍କ ପିଠିରେ ଲାଉ ହୋଇ ନିତ୍ୟକର୍ମ କରିବାକୁ ଯାଉଛନ୍ତି ଯୁବତୀ ଜଣକ। ଖାଲି ଏତିକି ନୁହେଁ ପ୍ରେମିକାର ସବୁ କାମରେ ସହଯୋଗ ଓ ସାହାଯ୍ୟର ହାତ ବଢାନ୍ତି ପ୍ରେମିକ...

ଅଧିକ ପଢ଼ନ୍ତୁ: ପ୍ରେମର ବିଜୟ; ହୋଇଯାଇଥିଲା ବ୍ରେକ୍‌ଅପ୍, ୪୩ ବର୍ଷ ପରେ ଫେରିଲା ପ୍ରେମିକା

Advertisment

ସ୍ତ୍ରୀ ଦିବ୍ୟାଙ୍ଗ, ହେଲେ ଜମାରୁ ମନ ଦୁଃଖ କରୁନାହାନ୍ତି ସ୍ୱାମୀ। କାରଣ ସେ ଜାଣିଛନ୍ତି...ଏ ସ୍ୱାର୍ଥପର ଦୁନିଆରେ କେବଳ ସେ ହିଁ ତାଙ୍କର ସାଥୀ। ସେଇଥିଲାଗି ତ ପ୍ରତି କାମରେ ତାଙ୍କର ଦିଅନ୍ତି ସାଥ୍‌। ରୋଷେଇ କରିବାଠୁ ଆରମ୍ଭ କରି ଲୁଗା ଶୁଖାଇବା ପର୍ଯ୍ୟନ୍ତ ସବୁ କାମରେ ସହଯୋଗ କରନ୍ତି ସ୍ୱାମୀ। ଆଉ ଏମାନଙ୍କ ପ୍ରେମ ଦେଖିଲେ ଯେ କେହି ବି ଇର୍ଷା କରିବ ଆଉ କହିବ ଏ ହେଉଛନ୍ତି ଯୋଡି ନମ୍ବର ୱାନ୍‌।

ଦାରିଙ୍ଗବାଡି ଦନେକବାଡି ଗାଁର ସୁନିତା ନାୟକ । ଆଉ ତାଙ୍କୁ ବିବାହ କରିଛନ୍ତି ଟିକାବାଲି ବ୍ଲକ ବଡିମୁଣ୍ଡା ଗାଁର ମଳୟ ଦିଗାଳ । ଦୁହେଁ ପ୍ରେମରେ ପଡିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ଭାବେ ସମାଜରେ ଚଳି ଆସୁଛନ୍ତି । ଏମାନଙ୍କର ଖୁସି ଦେଖିଲେ ଆପଣ ବି ଆନନ୍ଦିତ ହେବେ। ଆଇନାରେ ନିଜକୁ ଦେଖି ମଥାରେ ଟୋପାଏ ସିନ୍ଦୁର ପିନ୍ଧନ୍ତି ତ ଆଉ କେତେବେଳେ ପ୍ରେମିକ ମଳୟ ଦିଗାଳ ପାଖରେ ବସି ମୁଣ୍ଡ କୁଣ୍ଡାଇ ଦିଅନ୍ତି। ପୁଣି ଆଉ କେତେବେଳେ ପାଖରେ ବସି ମାଣ୍ଡିଆ ଜାଉ ଖୁଆଇ ଦେଉଛନ୍ତି । ପରସ୍ପର ଦୁହେଁ ଦିନେ ଅଜଣା ରାଇଜରେ ଅଚିହ୍ନା ଭାବେ ଜୀବନ ଜୀଉଁଥିଲେ । ହେଲେ ଏବେ ଦୁଇଟି ହୃଦୟକୁ ଏକ କରି ପ୍ରେମର ମହଲ ଗଢିବାରେ ଦୁହେଁ ଲାଗି ପଡିଛନ୍ତି ।

Advertisment

ମୋବାଇଲର ରଙ୍ଗ ନମ୍ବରରୁ ପ୍ରେମ ଆରମ୍ଭ ହୋଇ ଦୁହେଁ ଏବେ ବିବାହ କରିଛନ୍ତି । ଅଭାବ ଅନଟନ ଭିତରେ ନିଜର ପ୍ରେମକୁ ସାର୍ଥକ କରିବା ଲାଗି ସଂଘର୍ଷ କରୁଛନ୍ତି ସୁନିତା ଓ ମଳୟ । ସେମାନଙ୍କ ପ୍ରେମ ଜୀବନ କୌଣସି ଫିଲ୍ମର କାହାଣୀ ଠାରୁ କମ ନଥିଲା । ମୋବାଇଲରେ କଥା ହେଉ ହେଉ ଦିବ୍ୟାଙ୍ଗ ଯୁବତୀ ସୁନିତାଙ୍କ ପ୍ରେମରେ କିଭଳି ପଡିଲେ ମଳୟ ତାହା ସେ ଜାଣି ପାରିଲେ ନାହିଁ । ଆଉ ଯେତେବେଳେ ଦିବ୍ୟାଙ୍ଗ ଯୁବତୀ ସୁନିତା ବିଷୟରେ ସବୁ ଜାଣିଲେ, ତାଙ୍କୁ ହିଁ ବିବାହ କରିବାକୁ ସେ ମନସ୍ଥ କଲେ । ଆଉ ଏବେ ଏମାନଙ୍କର ପ୍ରେମକୁ ନେଇ ପୂରା ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

ଦାରିଙ୍ଗବାଡରୁ ଅଜିତ ନାୟକଙ୍କ ରିପୋର୍ଟ

Unique Love Story Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ