Advertisment

Special Story: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୃଦ୍ଧାବସ୍ଥା; ବୟସ ୮୦, ରୋଜଗାର ଲକ୍ଷ ଲକ୍ଷ...

ଯେଉଁ ବୟସରେ ଘରେ ବସି ନାତି ନାତୁଣୀ ମାନଙ୍କ ସହ ସମୟ ବିତାଇବା କଥା ସେଇ ବୟସରେ ବାଉଁଶ ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମନିନ୍ଦ୍ର ମୋହନ ପାଣି ।

Bamboo Farming Generating Significant Income

Bamboo Farming Generating Significant Income

Advertisment

ବୟସର ଅପରାହ୍ଣରେ ଭାଙ୍ଗିନି ମନୋବଳ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୃଦ୍ଧାବସ୍ଥା । ଯେଉଁ ବୟସରେ ଘରେ ବସି ନାତି ନାତୁଣୀ ମାନଙ୍କ ସହ ସମୟ ବିତାଇବା କଥା ସେଇ ବୟସରେ ବାଉଁଶ ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମନିନ୍ଦ୍ର ମୋହନ ପାଣି । ଆଉ ଏହି ବାଉଁଶ ଚାଷ ମନିନ୍ଦ୍ରଙ୍କୁ ଏକ ନୂଆ ପରିଚୟ ଦେଇଛି ।

Advertisment

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସୋଧ ଗାଁର ୮୦ ବର୍ଷୀୟ ବୃଦ୍ଧ ହେଉଛନ୍ତି ମନିନ୍ଦ୍ର ମହନ ପାଣି । ଗେଙ୍ଗୁଠି ନଦୀ କୁଳରେ ଥିବା  ନିଜର ପାଞ୍ଚ ଏକର ଚାଷ ଜମିରେ ସେ ବାଉଁଶ ଚାଷ କରି ସଫଳତା ପାଇଛନ୍ତି । ଓଡ଼ିଶାର ୧୫ ଟି ଜିଲ୍ଲାରେ ବାଉଁଶ ଚାଷ ପାଇଁ  ବନ ବିଭାଗ ତରଫରୁ ସରକାରୀ ସହାୟତା ଦିଆଯାଉଥିବା ବେଳେ କିନ୍ତୁ ଭଦ୍ରକରେ ଏହା ମିଳୁନାହିଁ । ତଥାପି ମନିନ୍ଦ୍ର ଏଠାରେ ବାଉଁଶ ଚାଷ କରି ଉଦାହରଣ ପାଲଟିଛନ୍ତି । 

ପୂର୍ବରୁ ବାଉଁଶ ଚାଷ କରିବାକୁ ମନ ବଳାଇଥିଲେ ମନିନ୍ଦ୍ର । ଯାହା ଧିରେ ଧିରେ ପାଞ୍ଚ ଏକର ଜମିରେ ପହଞ୍ଚି ସାରିଛି । କମ୍ ଖର୍ଚ୍ଚରେ ବାଉଁଶ ଚାଷ ଲାଭ ମଧ୍ୟ ଦେଉଛି । ଏହି ବାଉଁଶକୁ ଭଦ୍ରକ, ପାରାଦୀପ, ଯାଜପୁର ଓ ଆଖପାଖ ଅଂଚଳର ବ୍ୟବସାୟୀମାନେ ନେଇ ବ୍ୟବସାୟ ପାଇଁ ନେଉଛନ୍ତି । ଆଉ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରୁଛନ୍ତି । 

Advertisment

ତେବେ ମନିନ୍ଦ୍ର ନିଜେ ଏବେ ବାଡ଼ି ଧରି ଚାଲୁଛନ୍ତି ସତ କିନ୍ତୁ ପାଞ୍ଚ ଏକର ଜମିରେ ବାଉଁଶ ଚାଷ କରି ଧାମନଗର ଅଞ୍ଚଳରେ ଚର୍ଚ୍ଚା ମଧ୍ୟ ରହିଛନ୍ତି ୮୦ ବର୍ଷୀୟ ମନିନ୍ଦ୍ର।

Farming Bamboo Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ