Advertisment

ଏମିତି ମଣିଷକୁ ଶହେ ସଲାମ୍‌, ଗାଈଗୋରୁଙ୍କ ପାଇଁ ବାଢ଼ି ଦେଲେ ୫୬ ଭୋଗ...

ଗୋଶାଳାରେ ଗୋ-ମାତାଙ୍କୁ ୫୬ ପ୍ରକାର ଭୋଗ ଦିଆଗଲା । ପ୍ରାୟ ୧୫୦ ଗୋରୁଙ୍କ ପାଖରେ ଏମିତି ସ୍ୱତନ୍ତ୍ର ଭାବରେ ଲଗାଯାଇଛି ଭୋଗ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ଗାଈମାନଙ୍କୁ ୫୬ ପ୍ରକାର ଭୋଗ ଦିଆଯାଉଛି। ଯାହାକୁ ନେଇ ଏବେ ସବୁଠି ଲାଗିରହିଛି ଚର୍ଚ୍ଚା

ଅଦ୍ୟତନ ହୋଇଛି
Rourkela Man Prepares 56 Different Types Of 'Bhog' For Gaumata

Man makes 56 different types of foods for cows

Advertisment

ବିରାଟ ବିରାଟ ଥାଳି ରଖାଯାଇଛି...ସେଥିରେ ଥୁଆ ହୋଇଛି ବିଭିନ୍ନ ପ୍ରକାର ମିଠା, ପରିବା, ଫଳ, ରୁଟି, ଘାସ ସହ ଅନେକ ପ୍ରକାର ବ୍ୟଞ୍ଜନ । ଏମିତି ସବୁ ଦେଖିବା ପରେ ଆପଣ ଭାବୁଥିବେ କାହାର ବୋଧହୁଏ ବାହାଘର କିମ୍ବା କୌଣସି ଉତ୍ସବ ରହିଛି । ସେଇଥି ପାଇଁ ଏତେ ସବୁ ଖାଇବା ଗୋଟିଏ ଜାଗାରେ ରଖାଯାଇଛି । ନା ଦର୍ଶକବନ୍ଧୁ...ଏଇଠି କୌଣସି ବାହାଘର ନାହିଁ କି କିଛି ଉତ୍ସବ ନାହିଁ । ବରଂ ଗୋମାତାଙ୍କୁ ଖାଇବାକୁ ଦେବାକୁ ଏଇଠି ଭଳିକି ଭଳି ମିଠା ରଖାଯାଇଛି । ଆଶ୍ଚର୍ଯ୍ୟ ହୋଇଗଲେ କି? ଜମାରୁ ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ...କାରଣ  ସବୁ ମିଠା ଗାଈଙ୍କ ଲାଗି ହିଁ ରଖାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ସରକାରୀ ସ୍କୁଲ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟପରାୟଣତାକୁ ସଲାମ୍‌ : ୧୩ ବର୍ଷରେ ନେଇନାହାନ୍ତି ଗୋଟିଏ ବି ଛୁଟି  

ଗୋଶାଳାରେ ଗୋ-ମାତାଙ୍କୁ ୫୬ ପ୍ରକାର ଭୋଗ ଦିଆଗଲା । ପ୍ରାୟ ୧୫୦ ଗୋରୁଙ୍କ ପାଖରେ ସ୍ୱତନ୍ତ୍ର ଭାବରେ ଲଗାଯାଇଛି ଏମିତି ଭୋଗ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ଗାଇମାନଙ୍କୁ ୫୬ ପ୍ରକାର ଭୋଗ ଦିଆଯାଉଛି। ଯାହାକୁ ନେଇ ଏବେ ସବୁଠି ଲାଗିରହିଛି ଚର୍ଚ୍ଚା । ହିନ୍ଦୁ ଧର୍ମରେ ଗୋରୁଙ୍କ ମଧ୍ୟରେ ୩୩ କୋଟି ଦେବାଦେବୀ ବାସ କରୁଥିବା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବାରୁ ଗୋମାତାଙ୍କୁ ସନ୍ତୁଷ୍ଟ କରି ସମସ୍ତଙ୍କ କଲ୍ୟାଣ କରିବା ଲାଗି ଏମିତି ଭୋଗ ଲଗାଉଛନ୍ତି ରାଉରକେଲାର ଗଣେଶ ବାଗେଡ଼ିୟା ଓ ତାଙ୍କ ପତ୍ନୀ।

Advertisment

ରାଉରକେଲା ପାନପୋଷ ଅଞ୍ଚଳରେ ରହୁଥିବା ଶ୍ରୀ ବାଗେଡିଆଙ୍କ ଗୋଟିଏ ମସଲା କମ୍ପାନୀ ବି ଅଛି । ହେଲେ ଗୋମାତାଙ୍କ ସେବା କରିବାକୁ ନିଜର ବ୍ରତ ବୋଲି ସେ ଭାବିଛନ୍ତି । ସେଇଥି ଲାଗି ତ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଓ ସହଯୋଗରେ କରିଛନ୍ତି ଗୋଶାଳା । ଆଉ ଏଇ ଗୋଶାଳାରେ ଗାଈଙ୍କ ଯତ୍ନ ନେବା ସହିତ ସେମାନେ କେମିତି ଖାଇବେ ଓ କେମିତି ଭଲରେ ରହିବେ ସେନେଇ ନିଇତି କରୁଛନ୍ତି ତଦାରଖ ।

Advertisment

ଦିନେ ଅଧେ ନୁହେଁ ଗତ ୩୦ ବର୍ଷ ହେଲା ୫୬ ପ୍ରକାର ଭୋଗ ଗୋରୁଙ୍କୁ ଏଠାରେ ଦିଆଯାଉଛି। ରାଉରକେଲାର ଛିନ୍ଦ ଅଞ୍ଚଳରେ ରହିଛି ଏହି ଗୋଶାଳା। ତେବେ ଗତ ୫ ତାରିଖରେ ଏଠାରେ ୫୬ ଭୋଗ କରାଯିବା ସହିତ ବିରାଟ ଉତ୍ସବର ବି ଆୟୋଜନ ହୋଇଥିଲା । ତେବେ ଗାଈଙ୍କ ପାଖରେ ୫୬ ପ୍ରକାର ଭୋଗ ଲଗାଯିବାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ଚାଲିଛି ।

(ରିପୋର୍ଟ- ପୱନ ତିୱାରୀ, ରାଉରକେଲା)

Cow Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ