Advertisment

Retirement Farewell Ceremony: ବାଜିଲା ଡିଜେ, ଲୁହ ଛଳ ଛଳ ଆଖିରେ ସାର୍‌ଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ

କିଏ କାନ୍ଦୁଛି, ତ କିଏ ଛାତିରେ କୋହ ଧରି ସାରଙ୍କୁ କୁଣ୍ଢାଇ ପକାଉଛି । ଏସବୁକୁ ଦେଖି ବୋଲ ମାନୁନି ସାରଙ୍କ ଆଖିର ଲୁହ । ସାର୍ କାହାକୁ ଆଲିଙ୍ଗନ କରୁଛନ୍ତି ତ ପୁଣି କାହାର ପିଠି ଥାପୁଡ଼ାଇ ଦେଇ ଆଶ୍ୱାସନା ଦେଉଛନ୍ତି ।

ଅଦ୍ୟତନ ହୋଇଛି
ଶିକ୍ଷକ ହେବ ତ ଏମିତି

ଶିକ୍ଷକ ହେବ ତ ଏମିତି

Advertisment

ସଜେଇ ହୋଇ ଅପେକ୍ଷା କରିଛି ରଥ । ପୁରୁଣା କଥାକୁ ମନେପକାଇ ଭାବବିହ୍ବଳ ସମସ୍ତେ । ଡିଜେ ବି ବାଜିବାକୁ ଅପେକ୍ଷା କରିଛି । ସାଂସଦଠୁ ଆରମ୍ଭ କରି ମନ୍ତ୍ରୀ, ଗ୍ରାମବାସୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଏବେର ପିଲାମାନେ ସବୁ ଏକାଠି ହୋଇଛନ୍ତି ଗୋଟିଏ ମଞ୍ଚରେ । ଏ ସମସ୍ତ ବ୍ୟବସ୍ଥାକୁ ଦେଖିଲେ କୌଣସି ବିବାହ କିମ୍ବା ଅନ୍ୟ କିଛି ଉତ୍ସବର ଭାବନା ମନରେ ଆସିବ ନିଶ୍ଚୟ । ହେଲେ ଏହା ହେଉଛି ଜଣେ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା । ଏଠି ଶିକ୍ଷକଙ୍କୁ ବିଦାୟ ଦେବା ପୂର୍ବରୁ ସମସ୍ତଙ୍କ ଆଖି ଛଳଛଳ ।

Advertisment

ଯାଜପୁର ଜିଲ୍ଲା କୋରେଇ ବ୍ଲକ ମୁଳୁସରଗଡା ପଂଚାୟତ ଉଚ୍ଚ ବିଦ୍ୟାଳୟର ଏ ଦୃଶ୍ୟ । ସ୍କୁଲର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ସାହୁ ଅବସର ନେବା ସମୟର ଚିତ୍ର । ସୁଧାଂଶୁ ସାର୍ ନିଜ ଗାଁରେ ନିଜେ ବହୁ କଷ୍ଟରେ ତୋଳିଥିଲେ ଏହି ବିଦ୍ୟାଳୟ । ସ୍କୁଲର ପ୍ରତିଷ୍ଠା ପାଇଁ ସେ କିଭଳି କଷ୍ଟ କରିଛନ୍ତି ସେ ବିଷୟରେ କହି ଭାବବିହ୍ଵଳ ହୋଇ ପଡୁଛନ୍ତି ।

ଆଉ ସେଇଥିପାଇଁ କିଏ କାନ୍ଦୁଛି, ତ କିଏ ଛାତିରେ କୋହ ଧରି ସାରଙ୍କୁ କୁଣ୍ଢାଇ ପକାଉଛି । ଏସବୁକୁ ଦେଖି ବୋଲ ମାନୁନି ସାରଙ୍କ ଆଖିର ଲୁହ । ସାର୍ କାହାକୁ ଆଲିଙ୍ଗନ କରୁଛନ୍ତି ତ ପୁଣି କାହାର ପିଠି ଥାପୁଡ଼ାଇ ଦେଇ ଆଶ୍ୱାସନା ଦେଉଛନ୍ତି ।

Advertisment

ମୁଳୁସରଗଡା ହାଇସ୍କୁଲରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ହେବ ହିମାଂଶୁ ସାର୍ ପାଠ ପଢ଼ାଇ ଆସୁଥିଲେ । ହେଲେ ଏବେ ସେ ଅବସର ନେଇଛନ୍ତି । ସେଇଥିପାଇଁ ଏ ଭଲପାଇବା ଆଉ ଏ ଆୟୋଜନ । ବାଜା ବାଜୁଛି ବାଣ ଫୁଟୁଛି, DJର ତାଳେତାଳେ ନାଚୁଛନ୍ତି ଛାତ୍ରଛାତ୍ରୀ । ସତେ ଯେମିତି ସମସ୍ତେ ଏହି ଦିନଟିକୁ ଉତ୍ସବ ଭାବେ ପାଳନ କରୁଛନ୍ତି ।

Student Teacher Farewell Memorable Farewell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ