Advertisment

Child Scientist: କୁନି ବୈଜ୍ଞାନିକ ତିଆରି କଲେ ଯାନ୍ତ୍ରିକ ଭୂତ...ଦିନ ରାତି ଜଗିବ ଫସଲ

ସବୁଜ ଉପାୟରେ ପୋକ ନିରାକରଣ ଏବଂ ଦିନ ରାତି ଫସଲ ଜଗିବା ସହିତ ଜୀଵ ଜନ୍ତୁଙ୍କୁ ଘଉଡେଇଵ। ଏଥି ସହ ଚାଷୀ ଭିତ୍ତିକ କାର୍ଯ୍ୟରେ ସହାୟକ ହୋଇପାରିବ।

ଅଦ୍ୟତନ ହୋଇଛି
ଚାନ୍ଦବାଲିର କୁନି ବୈଜ୍ଞାନିକ

ଚାନ୍ଦବାଲିର କୁନି ବୈଜ୍ଞାନିକ

Advertisment

କଥାରେ ଅଛି ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ଏଇ କଥାଟିକୁ ପ୍ରମାଣ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ରାୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ନୃସିଂହ ନାରାୟଣ ଦାସ। ଗାଁ ଚାଷୀଙ୍କ ଅସୁବିଧାକୁ ଅନୁଭବ କରି ସେ ତିଆରି କରିଛନ୍ତି ଏକ ଯାନ୍ତ୍ରିକ ଭୂତ( ଇଲେକ୍ଟ୍ରୋନିକ୍ସ ଭୂତ)। ଏହା ଦିନରାତି ଫସଲ ଜଗିବାରେ ସହାୟକ ହୋଇପାରିବ ବୋଲି ସେ ଆଶା ରଖିଛନ୍ତି। ଚାନ୍ଦବାଲି ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ସେ ଏହି କୌଶଳ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି।   

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବ୍ଲକ ସ୍ତରୀୟ ଵାଲ୍ ବୈଜ୍ଞାନିକଙ୍କ ଦ୍ଵାରା ନୂତନ କୌଶଳରେ ବିଜ୍ଞାନ ପ୍ରଦର୍ଶନୀ କରାଯାଇଛି। ମତୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ୧୨୦ରୁ ଉର୍ଦ୍ଧ୍ବ ବିଜ୍ଞାନ ପ୍ରକଳ୍ପ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସଫଳତାକୁ କେମିତି ଆଗକୁ ନିଆଯାଇପାରିବ ତାହା ହେଉଛି ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ବୈଜ୍ଞାନିକ ପଦ୍ଧତିରେ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ କରିବାକୁ ଆୟୋଜିତ ଏହି ପ୍ରତିଯୋଗିତାରେ କୁନି କୁନି ଛାତ୍ରମାନେ ସେମାନଙ୍କ ବୈଜ୍ଞାନିକ କଳା କୌଶଳ ପ୍ରଦର୍ଶନ କରିଥିଲେ।

ତେବେ ରାୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ର ତଥା କୁନି ବୈଜ୍ଞାନିକ ନୃସିଂହ ନାରାୟଣ ଦାସଙ୍କ ଦ୍ୱାରା ପ୍ରଦର୍ଶିତ ଯାନ୍ତ୍ରିକ ଭୂତ ବେଶ୍ ପ୍ରଶଂସିତ ହୋଇଥିଲା। ବୈଜ୍ଞାନିକ କୌଶଳରେ ନିର୍ମିତ ଏହି ଭୂତ ଏକ ଆଟୋମେଟିକ ଇଲେକ୍ଟ୍ରିକାଲ ସେନ୍ସର ଭୂତ। ଏହା କ୍ଷେତରେ ମଣିଷ ବଦଳରେ ଫସଲ ଜଗିବ। ଏହି ଯନ୍ତ୍ରଟି ଛାତ୍ର ଛାତ୍ରୀଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହାର କାର୍ଯ୍ୟକାରିତା ମଧ୍ୟ କୃଷି ଓ କୃଷକଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ଏହି କୁନି ବୈଜ୍ଞାନିକ କହିଛନ୍ତି। ସେ କହିଛନ୍ତି ଏହା ଦ୍ୱାରା ବିନା ଖର୍ଚ୍ଚରେ ଫସଲ ଜଗାରଖା କରାଯାଇପାରିବ। ଭବିଷ୍ୟତରେ ଏହାର ବହୁଳ ବ୍ୟବହାର ହୋଇପାରିବ ବୋଲି ସେ ଆଶା ରଖିଛନ୍ତି।

Advertisment

ଏଥି ସହ ସବୁଜ ଉପାୟରେ ପୋକ ନିରାକରଣ ସହିତ କୃଷି ଭିତ୍ତିକ କାର୍ଯ୍ୟରେ ଏହା ସହାୟକ ହୋଇପାରିବ। ସୋଲାର କିମ୍ବା ଇଲେକ୍ଟ୍ରିକାଲ ଡଭାଇସ୍ ସାହାଯ୍ୟରେ ଆଟୋମେଟିକ ସେନ୍ସର ଭୂତଟି ଚାଷ ଜମିକୁ ଜଗିବା ପାଇଁ ଏକମାତ୍ର ବିକଳ୍ପ ଓ ମାଧ୍ୟମ ରୂପେ କାର୍ଯ୍ୟ କରିବ । ଚାଷ ଜମିକୁ ଯିବା ରାସ୍ତାରେ କୋୖଣସି ଶବ୍ଦ କିମ୍ବା ଚାଷୀଙ୍କ ଚାଷ ଜମି ରାସ୍ତାରେ ଯଦି ଗାଈଗୋରୁ ଯିବା ପାଇଁ ଚେଷ୍ଠା କରିଥାଆନ୍ତି, ତେବେ ହଠାତ୍ ସାଇରନ୍ ଭଳି ଶବ୍ଦ ଦେଇଥାଏ । ଏହି ଶବ୍ଦ ଏତେ ଭୟଙ୍କର ହୋଇଥାଏଯେ, ଫସଲ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଜୀଵଟି ଵାଟରୁ ଫେରି ଆସିଥାଏ। ଯେତେ ଥର ସିଏ  ଫସଲ ଖାଇବାକୁ ବା ନଷ୍ଟ କରିବାକୁ ଉଦ୍ୟମ କରିଥାଏ, ଏହି ଶବ୍ଦ ଶୁଣି ସେ ବାରମ୍ବାର ଫେରିବାକୁ ବାଧ୍ୟ ହୁଏ। ଫଳରେ ଫସଲ ନିରାପଦ ରହିଥାଏ। କୁନି ବୈଜ୍ଞାନିକ ନୃସିଂହଙ୍କ ଏଭଳି କମାଲ୍ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। 

Odisha Student Odisha Scientist Odia Scientist Farming Innovative Farming Technique
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ