Advertisment

ଦୁଇ ଦିବ୍ୟାଙ୍ଗ ଗଢିବେ ଶବ୍ଦହୀନ ସଂସାର

ନରସିଂହପୁରରେ ବିରଳ ବାହାଘର। ଦୁଇ ଦିବ୍ୟାଙ୍ଗଙ୍କର ବାହାଘରକୁ ନେଇ ଛୁଟିଛି ଆଶୀର୍ବାଦର ବର୍ଷା।

Rare Marriage

Rare Marriage

Advertisment

ନରସିଂହପୁରରେ ବିରଳ ବାହାଘର। ଦୁଇ ଦିବ୍ୟାଙ୍ଗ ଗଢିବେ ଶବ୍ଦହୀନ ସଂସାର। ଚକ୍ରଧର ଜାଲି ସୁସଜ୍ଜିତ କାରରେ ବାହାହେବାକୁ ଆସିଥିଲେ । ସେ ଜନ୍ମରୁ ଦିବ୍ୟାଙ୍ଗ। ପାଟି ଖୋଲି କଥା ବି କହିପାରନ୍ତି ନାହିଁ । କନିଆଁ ବିଷ୍ଣୁପ୍ରିୟା ସ୍ୱାଇଁ ଓରଫ ଜଲିଙ୍କର ଘର କାନପୁର ଥାନା ଅଧିନ କଅଁରପୁର ଗ୍ରାମରେ ହୋଇଥିବା ବେଳର ବର ଚକ୍ରଧରଙ୍କର ଘର ବାଲିଝରି ଗ୍ରାମରେ।

Advertisment

ସମାଜରେ ଏମାନଙ୍କୁ କିଏ ବାହା ହେବ? ଏହି ଚିନ୍ତାରେ ଉଭୟଙ୍କର ପରିବାର ଚିନ୍ତିତ ଥିଲେ । ହେଲେ ଉଭୟ ବାକ ବାଧିତ ହୋଇଥିବାରୁ ଦେଖା ଚାହାଁ ପରେ ଏବେ ସେମାନଙ୍କର ବିବାହ ହୋଇଛି। ସ୍ଥାନୀୟ ବାସେଳିହତା ଶିବ ମନ୍ଦିର ନିକଟରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କର ହୋଇଛି ବିବାହ। ଆଉ ଜଲିଙ୍କର ମଥାରେ ଲାଗିଛି ଚକ୍ରଧରଙ୍କର ସିନ୍ଦୂର।

ଆଉ ବିବାହ ଶେଷରେ ଠାରରେ ଠାରରେ ମଧ୍ୟ ଖୁସି ଥିବାର ପ୍ରକାଶ କରିଛନ୍ତି। ଚକ୍ରଧର ମଧ୍ୟ ଶଙ୍ଖା ସିନ୍ଦୂର ପିନ୍ଧାଇ ବିଷ୍ଣୁପ୍ରିୟାଙ୍କୁ ସାରା ଜୀବନ ପାଇଁ ଜୀବନସାଥୀ କରିଛନ୍ତି । ଦିବ୍ୟାଙ୍ଗ ହୋଇ ବି ଏମାନେ ଜୀବନକୁ କେତେ ଖୁସି ରେ ଜିଇଁପାରନ୍ତି ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ। ପ୍ରେମର ପ୍ରକୃତ ଅର୍ଥକୁ ପ୍ରମାଣିତ କରି ଦେଖାଇଛନ୍ତି ଏହି ଦମ୍ପତି। ନରସିଂହପୁରର ଏହି  ଦିବ୍ୟାଙ୍ଗ ଦମ୍ପତି ସାରା ରାଜ୍ୟରେ ଏବେ ଚର୍ଚ୍ଚାର ପାତ୍ର ହୋଇଛନ୍ତି। 

Advertisment
Marriage Party Bride Groom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ