Advertisment

ମାଟ୍ରିକ୍ ପରୀକ୍ଷାରେ ବିଧାୟକ ପାଇଲେ ଫାଷ୍ଟକ୍ଲାସ୍

ମାଟ୍ରିକ ପାସ୍‌ କରିବାର ଇଛା ମନରୁ ହଟି ନଥିଲା ବୋଲି କହିଥିଲେ ଅଙ୍ଗଦ।

ଅଦ୍ୟତନ ହୋଇଛି
MLA Angad Kanhar

MLA Angad Kanhar

Advertisment

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ୍ କଲେ। ମାଟ୍ରିକ ପରୀକ୍ଷାରେ ବିଧାୟକ ବି-୧ ଗ୍ରେଡ୍ ପାଇଥିବା ସୂଚନା ମିଳିଛି। ୫୮ ବର୍ଷ ବୟସ୍କ ବିଧାୟକ ୭୨ ପ୍ରତିଶତ ମାର୍କ ପାଇଥିବା ସୂଚନା ମିଳିଛି। ଓଡ଼ିଶା ଓପନ ସ୍କୁଲ ଜରିଆରେ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ମୋଟ ୫୦୦ ନମ୍ବରରୁ ବିଧାୟକ ଅଙ୍ଗଦ କହଁର ୩୬୪ ମାର୍କ ରଖିଛନ୍ତି।

Advertisment

ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ବିଧାୟକ ଓ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ପରୀକ୍ଷା ଦେଇଥିଲେ। ବିଧାୟକ ସାଧାରଣ ପରୀକ୍ଷାର୍ଥୀଙ୍କ ଭଳି ପରୀକ୍ଷା କେନ୍ଦ୍ରକୁ ଆସିବା ସହ ଆଡମିଟ୍ କାର୍ଡ ଯାଞ୍ଚ ପରେ ହଲ୍‌ ଭିତରକୁ ଯାଇଥିଲେ। 

ସେହିପରି ବିଧାୟକଙ୍କ ସରପଞ୍ଚ ବନ୍ଧୁ ତଥା ଲୁଇସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ବିଧାୟକଙ୍କ ସହ ଗୋଟିଏ ସ୍କୁଲରେ ପରୀକ୍ଷା ଦେଇଥିଲେ। ଜଣେ ବିଧାୟକ ତା’ବି ପୁଣି ଏହି ବୟସରେ ପରୀକ୍ଷା ଦେବା ଓ ଫାଷ୍ଟକ୍ଲାସ୍ ପାଇବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। 

Advertisment

ପରୀକ୍ଷା ଦେବାକୁ ଯିବା ସମୟରେ ବିଧାୟକ ଅଙ୍ଗଦ କହଁର କହିଥିଲେ, ଛାତ୍ର ସମୟରେ ପାରିବାରିକ ସମସ୍ୟା ଯୋଗୁ ମାଟ୍ରିକ ପରୀକ୍ଷା ଦେଇପାରିନଥିଲି। ହେଲ ମାଟ୍ରିକ ପାସ୍‌ କରିବାର ଇଛା ମନରୁ ହଟି ନଥିବାରୁ ଏଇ ବୟସରେ ସେ ପରୀକ୍ଷା ଦେଉଥିବା ବିଧାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ପାଠପଢା ପାଇଁ କୌଣସି ବୟସ ସୀମା ନଥାଏ। ତେଣୁ କୌଣସି ସଙ୍କୋଚ ବିନା ପରୀକ୍ଷା ଦେଉଛି। 

BSE MLA Matric Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ