Advertisment

Family Celebrates Failure: ପରୀକ୍ଷାରେ ଫେଲ୍ ହୋଇଗଲା ପୁଅ, ପରିବାର ଲୋକ କାଟିଲେ କେକ୍

ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍ ହୋଇଥିବା ପୁଅର ବିଫଳତାକୁ ଉତ୍ସବ ଭାବେ ପାଳନ କରିଛନ୍ତି ବାପା ମାଆ । ପୁଅ ପରୀକ୍ଷାରେ ଫେଲ ହୋଇଛି, କିନ୍ତୁ ଜୀବନରେ ଫେଲ୍ ହୋଇନାହିଁ ବୋଲି ତାଙ୍କ ବାପା କହିଛନ୍ତି।

ଅଦ୍ୟତନ ହୋଇଛି
ପରୀକ୍ଷାରେ ଫେଲ୍ ହେବା ପରେ...

ପରୀକ୍ଷାରେ ଫେଲ୍ ହେବା ପରେ...

Advertisment

ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍ ହୋଇଥିବା ପୁଅର ବିଫଳତାକୁ ଉତ୍ସବ ଭାବେ ପାଳନ କରିଛନ୍ତି ବାପା ମାଆ । ପୁଅ ପରୀକ୍ଷାରେ ଫେଲ ହୋଇଛି, କିନ୍ତୁ ଜୀବନରେ ଫେଲ୍ ହୋଇନାହିଁ ।

Advertisment

ମୁଖ୍ୟତଃ ଯେତେବେଳେ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଏ, ସେତେବେଳେ ଟପ୍ପରଙ୍କ ସଫଳତାର ମନ୍ତ୍ର ସମସ୍ତେ ଜାଣିବାକୁ ଚାହିଁଥାନ୍ତି । ଏପରିକି ଗଣମାଧ୍ୟମଠାରୁ ଆରମ୍ଭ କରି ସବୁଠି ଟପ୍ପରଙ୍କ ଚର୍ଚ୍ଚା ଚାଲିଥାଏ । ଘରେ ବାପା ମାଆଙ୍କ ଖୁସି କହିଲେ ନସରେ । କିନ୍ତୁ ଆମେ ଏପରି ଏକ କାହାଣୀ କହିବାକୁ ଯାଉଛୁ, ଯେଉଁଠି ପୁଅର ବିଫଳତାର ଉତ୍ସବ ମନାଇଛନ୍ତି ପରିବାର ଲୋକେ । ଏପରି ଏକ କାହାଣୀ ସାମନାକୁ ଆସିଛି କର୍ଣ୍ଣାଟକରୁ । କର୍ଣ୍ଣାଟକର ଦଶମ ବୋର୍ଡ ପରୀକ୍ଷାରେ ପୁଅ ଫେଲ୍ ହୋଇଯିବା ପରେ ମଧ୍ୟ ତାଙ୍କ ବାପା ମାଆ ମନ ଦୁଃଖ କରିବା ପରିବର୍ତେ ପୁଅର ବିଫଳତାକୁ ଉତ୍ସବ ଭାବେ ପାଳନ କରିଛନ୍ତି । 

ଅଧିକ ପଢ଼ନ୍ତୁ: ଏମିତି ଥିଲା ସୀତାଙ୍କ ପିଲାଦିନ, ସ୍ୱୟମ୍ୱରରେ ଘଟିଥିଲା ଏହିସବୁ ଘଟଣା 

କର୍ଣ୍ଣାଟକର ବଗଲକୋଟରେ ଥିବା ବଶବେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢୁଥିଲେ ଅଭିଷେକ ଚୋଳଚାଗୁଡ୍ଡା (୧୭) । ସେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ହେଲେ ସେ ୬୦୦ ମାର୍କରୁ ୨୦୦ ମାର୍କ ରଖି ସମସ୍ତ ବିଷୟରେ ଫେଲ୍ ହୋଇଯାଇଥିଲେ । ଯେତେବେଳେ ତାଙ୍କ ସାଙ୍ଗମାନେ ମାତ୍ର ୩୨ ପ୍ରତିଶତ ମାର୍କ ରଖିଥିବା ହେତୁ ତାଙ୍କୁ ଚିଡାଇବା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ବାପା ୟେଲ୍ଲାପ୍ପା ଚୋଳଚାଗୁଡ୍ଡା ପରୀକ୍ଷାରେ ତାଙ୍କ ପ୍ରଦର୍ଶନକୁ ନେଇ କେକ୍ କାଟି ଉତ୍ସବ ପାଳନ କରିବେ ବୋଲି ଭାବିଥିଲେ । 

Advertisment

ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ୟେଲ୍ଲାପ୍ପା କହିଥିଲେ ଯେ, ଯେତେବେଳେ ଅଭିଷେକ ବର୍ଷକର ହୋଇଥିଲେ, ସେତେବେଳେ ତାଙ୍କ ପାଦରେ ବହୁତ ଜୋର ଆଘାତ ଲାଗିଥିଲା । ଯାହାକି ତାଙ୍କୁ ମାନସିକ ଆଘାତ ଦେଇଥିଲା ଏବଂ ସେ ତାଙ୍କ ସ୍ମୃତି ଶକ୍ତି ହରାଇ ବସିଥିଲେ । ଏହି ଘଟଣା ପରେ ତାଙ୍କ ସ୍ମୃତି ଶକ୍ତି ହ୍ରାସ ପାଇବାକୁ ଲାଗିଲା । ତେଣୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ତାଙ୍କ ପାଇଁ ଏକ ଉପଲବ୍ଧି । ମୋ ପୁଅ ପରୀକ୍ଷାରେ ଫେଲ୍ ହୋଇଯାଇଛି, କିନ୍ତୁ ଜୀବନରେ ଫେଲ୍ ହୋଇନାହିଁ । ମୁଁ ବହୁତ ଖୁସି ଯେ, ସେ ୨୦୦ ମାର୍କ ରଖିଛି । ମୁଁ ତାଙ୍କୁ କହିବାକୁ ଚାହୁଁଛି ଯେ, ପୂରା ପରିବାର ତାଙ୍କ ସହିତ ଅଛନ୍ତି । ମୁୁଁ ଏହାକୁ ପାଳନ କରିବାକୁ ମନସ୍ଥ କରି ତାଙ୍କ ପାଇଁ ଦୁଇଟି କେକ୍ ଆଣିଥିଲି, ଯେଉଁଥିରେ ମାର୍କ ଲେଖା ହୋଇଥିଲା । ଆମେ ମାନେ ଖୁସି ଅଛୁ । ମୁଁ ଦେଖିଛି ଯେ, ବହୁ ସ୍ନାତକଧାରୀମାନେ ପାସ୍ କରି ମଧ୍ୟ ବେରୋଜଗାରୀ ଅଛନ୍ତି । କିନ୍ତୁ ମୋ ପୁଅ ବହୁ ଶକ୍ତିଶାଳୀ । ତା ଭିତରେ ସଂଘର୍ଷ କରିବାକୁ ଇଚ୍ଛା ଅଛି । ଯାହା ଆମ ପାଇଁ ବହୁତ ।  

ଅଭିଷେକ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ତାଙ୍କ ରିବାର ତାଙ୍କ ସହିତ ଥିବାରୁ ସେ ବହୁତ ଖୁସି ଅଛନ୍ତି । ମୁଁ ପୁଣି ଆଉଥରେ ପରିକ୍ଷା ଦେବି । ଯଦି ମୁଁ ପୁଣି ଫେଲ୍ ହେଲି ତାହାଲେ ସଫଳତା ପାଇବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିବି । ଯେପର୍ଯ୍ୟନ୍ତ ଯାଏଁ ସଫଳତା ପାଇନାହିଁ, ମୁଁ ଅଟକିବି ନାହିଁ ।

Advertisment

ସୂଚନାଯୋଗ୍ୟ, ଗତ ଶୁକ୍ରବାର କର୍ଣ୍ଣାଟକ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ୬୨.୩୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ ।

ଅଧିକ ପଢ଼ନ୍ତୁ: କୁକୁରର ଶୁଦ୍ଧିକ୍ରିୟା; ଏକାଦଶାହ ପାଳିଲେ, ଲଣ୍ଡା ହେଲେ 

Board Exam Dates Karnataka Special Cake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ