Advertisment

Arti Dogra: ଦିନେ ଗେଡ଼ି ବୋଲି ସମସ୍ତେ ଥଟ୍ଟା କରୁଥିଲେ , ଆଜି ସେ...

ଆରତୀ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ୨୦୦୬ ବ୍ୟାଚରେ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଫିସର ହେଲେ। ଆରତୀ ବିକାନେର ଓ ଆଜମେରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ କାମର ପ୍ରଶଂସା କରିଛନ୍ତି ।

ଅଦ୍ୟତନ ହୋଇଛି
IAS

IAS

Advertisment

ଉଚ୍ଚତା ନୁହେଁ, କାମ କଥା କହେ... ଏହି କଥାକୁ ସତ କରିଛନ୍ତି ୩.୫ ଫୁଟ ଉଚ୍ଚତାର ଆଇଏଏସ୍ ଅଫିସର ଆରତୀ ଡୋଗରା। ସ୍କୁଲ ଓ କଲେଜରେ ତାଙ୍କ ଉଚ୍ଚତାକୁ ନେଇ ଉପହାସ କରାଯାଉଥିଲା। କିନ୍ତୁ ସେ ନିରାଶ ନହୋଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ପ୍ରଥମ ପ୍ରୟାସରେ ୫୬ତମ ର‍୍ୟାଙ୍କ ହାସଲ କରି ଉପହାସ କରୁଥିବା ଲୋକଙ୍କୁ ଚୁପ କରାଇ ଦେଲେ।

Advertisment

ଆରତୀଙ୍କ ଜନ୍ମ ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲାରେ ହୋଇଥିଲା। ସେ ତାଙ୍କ ମାତାପିତାଙ୍କର ଏକମାତ୍ର ସନ୍ତାନ। ତାଙ୍କ ପିତା ରାଜେନ୍ଦ୍ର ଡୋଗରା ଜଣେ କର୍ଣ୍ଣେଲ ଏବଂ ମାତା କୁମକୁମ ଜଣେ ସ୍କୁଲ ପ୍ରିନ୍ସିପାଲ।

ଆରତୀଙ୍କ ସ୍କୁଲ ଶିକ୍ଷା ଡେରାଡୁନର ଓ୍ଵେଲହାମ ଗାର୍ଲ୍ସ ସ୍କୁଲରେ ଏବଂ ଗ୍ରାଜୁଏସନ ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ହୋଇଥିଲା। ଆରତୀଙ୍କର ଉତ୍ତରାଖଣ୍ଡର ପ୍ରଥମ ମହିଳା ଆଇଏଏସ୍ ମନୀଷା ପାଓ୍ଵାରଙ୍କ ସହ ସାକ୍ଷାତ ହୋଇଥିଲା । ମନୀଷା ପାଓ୍ଵାର ଆରତୀଙ୍କୁ ଯୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ନେବାକୁ ପରାମର୍ଶ ଦେଇଥିଲେ।

Advertisment

ଆରତୀ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ୨୦୦୬ ବ୍ୟାଚରେ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଫିସର ହେଲେ। ଆରତୀ ବିକାନେର ଓ ଆଜମେରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ କାମର ପ୍ରଶଂସା କରିଛନ୍ତି । ଆରତୀ ଡୋଗରାଙ୍କୁ ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ଅନେକ ପୁରସ୍କାର ମିଳିଛି।

ବିକାନେରର ଜିଲ୍ଲାପାଳ ଭାବେ ଆରତୀ ‘ବଂକୋ ବିକାଣୋ’ ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ‘ଖୋଲା ସ୍ଥାନରେ ଶୌଚ ନକରିବା’ ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା। ‘ବଂକୋ ବିକାଣୋ’ର ସଫଳତା ପରେ ଆରତୀଙ୍କୁ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରରେ ଅନେକ ପୁରସ୍କାର ମିଳିଥିଲା।

Advertisment

ଆରତୀଙ୍କ ଶାରୀରିକ ଗଠନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା, କିନ୍ତୁ ସେ କେବେ ନିରାଶ ହୋଇ ନଥିଲେ। କମ ଉଚ୍ଚତା ହେତୁ ସେ ଛୋଟବେଳୁ ଉପହାସ ଶୁଣୁଥିଲେ। କିନ୍ତୁ ଏହି ଉପହାସ ତାଙ୍କ ମନରେ କୌଣସି ହୀନମନ୍ୟତା ସୃଷ୍ଟି ନକରି ବରଂ ଏକ ଶକ୍ତି ଜନ୍ମ ଦେଇଥିଲା। ସେ ନିଷ୍ପତ୍ତି ନେଇଥିଲେ ଯେ ଦିନେ ନିଜର ଯୋଗ୍ୟତା ଓ ପରିଶ୍ରମ ବଳରେ ଏହି ଅଭାବକୁ ଛୋଟ କରିଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ