Advertisment

ଦିନେ ଥିଲେ ଇଂରାଜୀ ଶିକ୍ଷକ, ଆଜି ଦାଣ୍ଡର ଭିକାରି

ଦିନେ ଶିକ୍ଷକତା କରୁଥିଲେ I ପିଲାଙ୍କୁ ଇଂରାଜୀ ପାଠ ପଢ଼ାଉଥିଲେ I କିନ୍ତୁ ପରିସ୍ଥିତିର ଦାଶ ହୋଇ ଏବେ ସେ ଭିକାରି ପାଲଟିଛନ୍ତି । ହେଲେ ରାସ୍ତାରେ ଇଂରାଜୀରେ କଥାବାର୍ତ୍ତା ହେଉଥିବାରୁ ଲୋକମାନେ ଜାଣିପାରୁଛନ୍ତି କି ସେ ଜଣେ ଉଚ୍ଚଶିକ୍ଷିତ ବୋଲି

ଅଦ୍ୟତନ ହୋଇଛି
Once an English Teacher, This Man Has Been Begging In Bhadrak

English teacher

Advertisment

ରାସ୍ତାରେ ଏକାଏକା ପଥିକ ହୋଇ ଚାଲୁଛନ୍ତି । ମନେ ମନେ ଇଂରାଜୀରେ କଥାବାର୍ତ୍ତା ବି ହେଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିଲେ ଆପଣ ବି ଭାବିବେ ସିଏ ନିଶ୍ଚୟ ବାବାଜୀ କି ଯୋଗୀ ହୋଇଥିବେ । ଆମେ ବି ପ୍ରଥମେ ଯେତେବେଳେ ତାଙ୍କୁ ଦେଖିଥିଲୁ ଠିକ୍‌ କିଛି ଏମିତି ଭାବିଥିଲୁ । ହେଲେ ସତ୍ୟ ଜାଣିବା ପରେ ହାତଯୋଡି ନମସ୍କାର କରିଥିଲୁ । କାରଣ ସିଏ ହେଉଛନ୍ତି ଜଣେ ଶିକ୍ଷକ । ହଁ, ଦର୍ଶକବନ୍ଧୁ ସିଏ ଜଣେ ଶିକ୍ଷକ।

Advertisment

ଦିନେ ଶିକ୍ଷକତା କରୁଥିଲେ I ପିଲାଙ୍କୁ ଇଂରାଜୀ ପାଠ ପଢ଼ାଉଥିଲେ I କିନ୍ତୁ ପରିସ୍ଥିତିର ଦାଶ ହୋଇ ଏବେ ସେ ଭିକାରି ପାଲଟିଛନ୍ତି । ହେଲେ ରାସ୍ତାରେ ଇଂରାଜୀରେ କଥାବାର୍ତ୍ତା ହେଉଥିବାରୁ ଲୋକମାନେ ଜାଣିପାରୁଛନ୍ତି କି ସେ ଜଣେ ଉଚ୍ଚଶିକ୍ଷିତ ବୋଲି ।

ଦେଖନ୍ତୁ ଭିଡିଓ | ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ

Advertisment

ଭଦ୍ରକ ଚାନ୍ଦବାଲି ବ୍ଲକ ହରିପୁର ଗାଁର ରମେଶ ବଳ । ଲମ୍ୱା ଦାଢ଼ି, ମୁଣ୍ଡରେ ପଗଡ଼ି ଆଉ ହାତରେ ଗୋଟେ କଲମ ଆଉ କିଛି କାଗଜ ଯେତେବେକେ ଯେଉଁଠି ବସିଲେ କିଛି ଲେଖିପକାନ୍ତି । ରାସ୍ତା କଡରେ ବସି ଲେଖିଥିବା ଦେଖିବା ପରେ ଆମେ ତାଙ୍କୁ ପଚାରିଥିଲୁ କାହିଁକି ସେ ରାସ୍ତା କଡରେ ବସି ଏମିତି ଲେଖୁଛନ୍ତି । ହେଲେ ସତ ଜାଣିବା ପରେ କିଛି ସମୟ ଲାଗି ସ୍ତବ୍ଧ ହୋଇଯାଇଥିଲୁ ।

ମୌସୁଦା ପଂଚାୟତ ହାଇସ୍କୁଲରେ ୧୯୯୨ ମସିହାରେ ଶିକ୍ଷକତା କରୁଥିଲେ ରମେଶ । ହେଲେ ସ୍କୁଲ ସମ୍ପାଦକଙ୍କ ସହିତ କିଛି ଅର୍ଥ ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ଆଉ ଚାକିରି ଛାଡିଦେଇଥିଲେ ରମେଶ । ଚାକିରି ସିନା ଛାଡିଦେଲେ ହେଲେ ପାଠର ନିଶାକୁ କିନ୍ତୁ ସେ ଛାଡିପାରିଲେ ନାହିଁ । ଏବେ ବୁଲିବୁଲି ଖାତା କଲମ ଧରି କିଛି ଲେଖିପକାଉଛନ୍ତି । ଯିଏ ଯାହା ଦେଲା ସେତିକିରେ ପେଟକୁ ଦାନା ଦେଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରମେଶଙ୍କୁ ଯଦି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ ତେବେ ସେ ଶୀଘ୍ର ସୁସ୍ଥ ହେବା ସହିତ ପିଲାଙ୍କୁ ପଢାଇପାରନ୍ତେ ପାଠ ।

Advertisment

(ଚାନ୍ଦବାଲିରୁ ବାସୁଦେବ ଦାସ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ