Advertisment

ଓଡ଼ିଆକୁ ଓଲଟାଇ ନନଷ୍ଟପ୍ କହୁଛନ୍ତି କାଳୀଚରଣ

କିଛି ନବୁଝିଲେ ବି କଥାବାର୍ତ୍ତାର ମଜା ଉଠାଇଥାନ୍ତି ଗ୍ରାହକ।

undefined

Odisha man’s zeal & skill to speak reverse Odia

Advertisment

ଭାଷା ଓଡ଼ିଆ ହେଲେ ଓଲଟା କଥା। ଓଡ଼ିଆକୁ ଓଲଟାଇ କଥା ହେଉଛନ୍ତି। ହଠାତ୍ ଲାଗିବ କେଉଁ ଭାଷାରେ କଥା ହେଉଛନ୍ତି ଗୋଟିଏ କି ଦୁଇଟି ଶବ୍ଦକି ଗୋଟିଏ ଲାଇନ୍ ନୁହେଁ, ଲଗାତର ନିରନ୍ତର ଏଭଳି କଥା ହୋଇପାରନ୍ତି। ଅନ୍ୟମାନଙ୍କ ପାଇଁ ଅବୁଝା, ହେଲେ ସେମାନେ ବେଶ୍ ଆରାମରେ ବୁଝିପାରନ୍ତି, କହିପାରନ୍ତି। ସେମିତି ଜଣେ ହେଲେ ଭୁବନେଶ୍ୱରର କାଳୀଚରଣ ଡାକୁଆ। ଜଗନ୍ନାଥ ବିହାର ଅଞ୍ଚଳରେ ସେଲୁନ କରିଛନ୍ତି। କାଳୀଙ୍କ ହାତରେ ଖୁର କଇଁଚି ଯେମିତି ସାଇଁ ସାଇଁ ଚାଲେ, ଠିକ୍ ସେମିତି ପାଟିରୁ ବାହାରେ ଓଲଟା ଓଡ଼ିଆ କଥା।

Advertisment

ସ୍କୁଲ ସାଙ୍ଗଙ୍କ ସହ କଥା ହେଉ ହେଉ ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଗଲା। ୩୫ ବର୍ଷ ହେଲା ସେ ଏମିତି ନନଷ୍ଟପ୍ କଥା ହୋଇପାରୁଛନ୍ତି। କେବଳ କାଳୀ ନୁହଁନ୍ତି, ତାଙ୍କ ସହ କାମ କରୁଥିବା ରଘୁନାଥ ବାରିକ ଓ ମୃତ୍ୟୁଞ୍ଜୟ ଡାକୁଆ ମଧ୍ୟ ଏମିତି ଓଲଟା କଥାରେ ଅଭ୍ୟସ୍ତ। କିଛି ସିକ୍ରେଟ୍ କଥା ହେଉ ଅବା କଷ୍ଟମରଙ୍କ ବିଷୟରେ ଆଲୋଚନା, ପରସ୍ପର ମଧ୍ୟରେ ଏଭଳି ମଜାଦାର ଭାବେ କଥା ହୁଅନ୍ତି। କିଛି ନବୁଝିଲେ ବି ଏମାନଙ୍କ ମଧ୍ୟରେ କଥାବାର୍ତ୍ତାର ମଜା ଉଠାଇଥାନ୍ତି ଗ୍ରାହକ।

ଭାଷା ଏକ ଜାତିକୁ ପରିଚୟ ଦେଇଥାଏ। କିନ୍ତୁ ସେହି ଭାଷାର ପ୍ରୟୋଗକୁ ନେଇ ବ୍ୟକ୍ତି ନିଜସ୍ୱ ପରିଚୟ ସୃଷ୍ଟି କରିପାରେ। ନିଜ କଥିତ ଭାଷାକୁ ଭିନ୍ନ ଶୈଳୀରେ କହି ସେମିତି ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି କାଳୀଚରଣ।

Advertisment

(ରିପୋର୍ଟ: ଭୁବନେଶ୍ୱରରୁ ସ୍ୱାତୀ ଜେନା ଓ ଅର୍ଚ୍ଚନା ଶତପଥୀ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ