Advertisment

Special Story: ଅଢ଼େଇ ବର୍ଷରେ ଇଣ୍ଡିଆ ବୁକ୍ ରେକର୍ଡ

ବୟସ ଅଢେଇ, କିନ୍ତୁ ସ୍ଥାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ। ଭଦ୍ରକ ଜିଲ୍ଲା ଚାନ୍ଦବାଲିର ମୃଣାଳିନୀ ସାହୁ ଜିଲ୍ଲା ସମେତ ପୂରା ରାଜ୍ୟକୁ କରିଛନ୍ତି ଗର୍ବିତ।

ଅଦ୍ୟତନ ହୋଇଛି
undefined

ଅଢ଼େଇ ବର୍ଷରେ ଇଣ୍ଡିଆ ବୁକ୍‌ ରେକର୍ଡ

Advertisment

ଖନେଇ ଖନେଇ ସିନା କହୁଛି, କିନ୍ତୁ ସବୁ ମନେ ରଖି ଦେଇଛି । ପାଟି ଭଲରେ ଖୋଲିନି ସତ, ହେଲେ ମୁଖସ୍ତ ହୋଇଯାଇଛି କବିତା । କେବଳ କବିତା ନୁହେଁ, ମାସ, ବର୍ଷ, ଋତୁ ସାଙ୍ଗକୁ ବିଭିନ୍ନ ପନିପରିବାର ନାମ ଏବଂ ସପ୍ତାହ ଆଉ ମହାପୁରୁଷଙ୍କ ନାଁ ଅନର୍ଗଳ କହି ପକାଉଛି। ମାତ୍ର ଅଢେଇ ବର୍ଷରୁ ଏପରି ଚମତ୍କାରିତା ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ । ଆଜ୍ଞା ହଁ, କୁନି ପିଲାଟିର ବିଚକ୍ଷଣ ସ୍ମରଣ ଶକ୍ତି ତାକୁ ଏହି ବିରଳ ରେକର୍ଡର ଅଧିକାରୀ କରିପାରିଛି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଲଜ୍ଜା: କନ୍ୟା ସନ୍ତାନର ମା’ ହେଲେ ଦଶମଶ୍ରେଣୀ ଛାତ୍ରୀ

ପରିବାର ସହ ଜିଲ୍ଲା ସମେତ ସାରା ରାଜ୍ୟକୁ ଗର୍ବିତ କରିଥିବା ମୃଣାଳିନୀ ସାହୁ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସୁଶାନ୍ତ ସାହୁ ଓ ମଧୁସ୍ମିତା ସାହୁଙ୍କ କନ୍ୟା । ବୟସ ଏବେ ଦୁଇ ବର୍ଷ ୧୦ ମାସ ଚାଲିଛି । କିନ୍ତୁ କାମ ଯାହା କରି ଦେଖାଇଛନ୍ତି ତାହା ସମସ୍ତଙ୍କୁ ଗର୍ବିତ କରିଛି । 'ତୁଳସୀ ଦୁଇ ପତ୍ରରୁ ବାସିବା' ପରି ମାତ୍ର ୨ ମାସରୁ ମୃଣାଳିନୀଙ୍କ ପ୍ରତିଭା ଚହଟି ଥିଲା। ମୃଣାଳିନୀ ଯେତେବେଳେ ୨ ମାସର ହୋଇଥିଲେ 'ଝୁଲରେ ନୀତାଇ ଝୁଲ ' ଗୀତକୁ ଖୁବ୍ ଆଗ୍ରହର ସହ ଶୁଣୁଥିଲେ । ଗୀତ ବନ୍ଦ ହୋଇଗଲେ, କାନ୍ଦୁଥିଲେ । ଏଥିରୁ ତାଙ୍କର ଗୀତ ପ୍ରତି ଆଗ୍ରହ ଥିବା ଜାଣିପାରିଥିଲେ ମୃଣାଳିନୀଙ୍କ ମାଆ ।

ଏହାପରେ ୯ ମାସ ଭିତରେ ପାଟି ଖୋଲିଯିବା, ପରେ ନିଜେ ସବୁ ପଚାରି ବୁଝିବା, ସବୁ କିଛି ଅତି କମ୍ ସମୟରେ ମନେ ରଖିବା ଭଳି ବିଚକ୍ଷଣତା ତାଙ୍କ ପାଖରେ ପରିଲକ୍ଷିତ ହୋଇଥିଲା । ଫଳରେ ମୃଣାଳିନୀଙ୍କ ମାଆ ଅଙ୍ଗନବାଡ଼ି କାମ ସାରି ଘରେ ରୋଷେଇ, ଟେଲର ଏବଂ ଟ୍ୟୁସନ୍‌ ପରେ ଯାହା ସମୟ ମିଳେ, ସେଥିରେ ଝିଅକୁ ଶିକ୍ଷା ଦେବାରେ ବିତାନ୍ତି । ଯଦି ତାଙ୍କୁ ଭଲ ଭାବେ ଗାଇଡ୍ କରାଯିବ ତେବେ ସେ ଆଗକୁ ଆହୁରି କିଛି ବଡ଼ କାମ କରି ଦେଖାଇ ପାରିବ ବୋଲି ମୃଣାଳିନୀଙ୍କ ବାପା କହିଛନ୍ତି ।

Advertisment

ଯେଉଁ ବୟସରେ ପିଲାଙ୍କ ପାଟି ଖୋଲେନି, ସେହି ବୟସରେ ଇଂରାଜୀ ଓ ଓଡ଼ିଆ ଶବ୍ଦକୁ ବୁଝିବା ନିଶ୍ଚିତ ରୂପେ ବିଚକ୍ଷଣତା । ମୃଣାଳିନୀ ବଡ଼ ହୋଇ ଏକାଧିକ ସୁନାମ ଅର୍ଜନ କରନ୍ତୁ, ଏତିକି ହିଁ କାମନା ।

India Book Of Records Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ