Advertisment

ସଫଳତାର ଶୀର୍ଷରେ ଗରିବ ପରିବାରର କନ୍ୟାରତ୍ନ, ମାଟ୍ରିକରେ ରଖିଛନ୍ତି ୯୦% ନମ୍ବର

ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି।

undefined

Odisha BSE Results

Advertisment

ଯେଉଁଠି ଚା’ଖଣ୍ଡେ ପେଟ ପାଇଁ ବିଡ଼ି ମୋଡ଼ିବାକୁ ହୁଏ, ସେଇଠି ବା’ ପିଲାଏ ପଢ଼ିବେ, ଆଗକୁ ବଢ଼ିବେ, ସେକଥା ଏତେ ସହଜ ନୁହେଁ। କିନ୍ତୁ ଏହି କଠିନ ପରିସ୍ଥିତି ଭିତରେ ସବୁ ଅସମ୍ଭବକୁ ସମ୍ଭବ କରି ଆଜି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି କଟକ ବଡ଼ମ୍ବା ବ୍ଲକ ରତାପାଟର ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ଧଳ। ୨୦୧୬ରେ ବାପା ରାମଚନ୍ଦ୍ରଙ୍କ ପରଲୋକ ପରେ ବିଡ଼ି ଶ୍ରମିକ ସାଜି ଦୁଇ ପିଲାଙ୍କ ବୋଝ ମୁଣ୍ଡେଇ ଚାଲିଛନ୍ତି ମା’ ରେବତୀ।

Advertisment

ଓଳିଏ ଖାଇ ଓଳିଏ ଉପାସ ଅବସ୍ଥା। ତା’ସତ୍ୱେ ପିଲାଙ୍କ ଖାତା, ବହି, କଲମ ଖର୍ଚ୍ଚ ବହନ କରିବା ସହ ଭଲ ପାଠପଢ଼ି ମଣିଷ କରାଇବାର ଦୁର୍ବାର ଇଚ୍ଛା ଆଜି ଝିଅ ଶୁଭଲକ୍ଷୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଶୁଭଲକ୍ଷ୍ମୀ ଚଳିତ ମାଟ୍ରିକ ପରୀକ୍ଷାରେ ୯୪.୬୭ ପ୍ରତିଶତ ସହ କୃତିତ୍ୱ ଅର୍ଜନ କରିଛନ୍ତି। ତା’ପୁଣି ବିନା ଟ୍ୟୁସନରେ। 

ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି। କାରଣ ସୁନା ଝିଅ ଶୁଭଲକ୍ଷ୍ମୀ ଆଜି ଗୌରବ ଆଣିଛି ପରିବାର ଏବଂ ସାରା ଅଞ୍ଚଳ ପାଇଁ। ଭଦ୍ରକ ଜିଲ୍ଲା ବଛିପୁରର ଗୟାଧର ବେହେରା ଓ ଗୀତାଞ୍ଜଳିଙ୍କ ଝିଅ ଶୁଭଲକ୍ଷ୍ମୀ ମାଟ୍ରିକରେ ୫୭୦ ମାର୍କ ରଖି କୃତୀ ଅର୍ଜନ କରିଛନ୍ତି।

Advertisment

ଗାଁରେ ସେଭଳି କିଛି ରୋଜଗାରର ପନ୍ଥା ନାହିଁ ବୋଲି ବାପା ଗୟାଧର ରାଜ୍ୟ ବାହାରକୁ ଦାଦନ ଖଟି ଯାଇଛନ୍ତି। ସେହି ଅଭାବ ଭିତରେ କଠୋର ପରିଶ୍ରମ କରି ପରିବାର ପାଇଁ ଆଜି ଶୁଭଲକ୍ଷ୍ମୀ ଆଣିଛନ୍ତି ଶୁଭ ଖବର। 

BSE Class 10 Exam Matric Exam Odisha Matric Results Matric Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ