Advertisment

Chartered Accountant's Struggle: ଗରିବ ପୁଅ ଯେବେ ନାଁ କରେ ... ସବୁଠି ଶୁଭେ ବାଃ ବାଃ

ପୁଅ ଯେତେବେଳେ ନାଁ କରେ, ଦୁନିଆରେ ଯଦି ସବୁଠୁ ବେଶି କିଏ ଖୁସି ହୁଏ ତାହାଲେ ସିଏ ବୋଧେ ମା ଆଉ ଭଉଣୀ । ଯେଉଁମାନଙ୍କ କଷ୍ଟ ଆଜି ସବୁ ଆଖିର ଲୁହ ହୋଇ ଝରି ଯାଉଛି ।

ଅଦ୍ୟତନ ହୋଇଛି
Chartered Accountant's Struggles

Chartered Accountant's Struggles

Advertisment

ପୁଅ ଯେତେବେଳେ ନାଁ କରେ, ଦୁନିଆରେ ଯଦି ସବୁଠୁ ବେଶି କିଏ ଖୁସି ହୁଏ ତାହାଲେ ସିଏ ବୋଧେ ମା ଆଉ ଭଉଣୀ । ଯେଉଁମାନଙ୍କ କଷ୍ଟ ଆଜି ସବୁ ଆଖିର ଲୁହ ହୋଇ ଝରି ଯାଉଛି । ଆଉ ଏଣିକି ସେମାନଙ୍କୁ ଅସୁବିଧା ଭୋଗିବାକୁ ପଡିବନି କି ମାଆକୁ ପରଘରେ ବାସନ ମାଜିବାକୁ ପଡିବନି । ତାଙ୍କ କଷ୍ଟର ଦିନ ଆଜି ଶେଷ ହୋଇଛି ।

Advertisment

ତାଙ୍କ ପୁଅ ଆଜି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ହୋଇଛି । ୬୦୦ ମାର୍କ ପରୀକ୍ଷାରୁ ୪୩୭ ରଖି ସାରା ଭାରତରେ ୩୬ତମ ସ୍ଥାନ ଅଧିକାର କରି CA ଭଳି ଏକ କଷ୍ଟସାଧ୍ୟ ପାଠକୁ ଏକାଥରକେ ପାସ୍ କରିଛି । ଗଞ୍ଜାମ ଜିଲ୍ଲା ବୁଗୁଡା ରାମଗଡ ଅଞ୍ଚଳର ସିମାଞ୍ଚଳ ରାଉତଙ୍କ ପୁଅ କ୍ରୀଷ୍ଣା ରାଉତ୍ । ବାପା ମା ଢେର୍ ବର୍ଷ ହେବ ସୁରତରେ ରହି ଦୁଃଖ ଧନ୍ଦା କରି ଚଳୁଥିବା ବେଳେ ଅତି ଅଭାବ ଅସୁବିଧାରେ କ୍ରୀଷ୍ଣା ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଅଫ୍ ଇଣ୍ଡିଆ (ICAI) ରେ ନାଁ ଲେଖାଇ ଦିନ ରାତି ମେହେନତ୍ କରି ଆଜି CA ମାନ ପତ୍ର ହାସଲ କରିଛି ।

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ଧନୀ ଭିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ୍ !

କ୍ରିଷ୍ଣା ଏଣିକି ଚାର୍ଟାର୍ଡ୍ ଆକାଉଣ୍ଟାଣ୍ଟ୍ । ବଡ ବଡ ସଂସ୍ଥାର ଆର୍ଥିକ କାରବାରକୁ ସେ ଅଡିଟ୍ କରିବ । ତା ଦସ୍ତଖତର ଦାମ୍ ବଢିଯିବ । କ୍ରୀଷ୍ଣାର ବାପା ସୀମାଞ୍ଚଳ ରାଉତ ସିକ୍ୟୁରିଟି ସଂସ୍ଥାରେ କାମ କରି ଗୋଟେ ଛୋଟିଆ ଘରେ ପିଲା ଛୁଆଙ୍କୁ ମଣିଷ କରିଛନ୍ତି । ଭଉଣୀମାନେ ଭାଇକୁ ପାଠ ପଢାଇବା ପାଇଁ ଅଧାରୁ ପାଠ ଛାଡ଼ି ସିଲେଇ ଶିଖିଛନ୍ତି ।

Advertisment

ଛୋଟିଆ ଘରେ ସିଲେଇ କରି ଯେଉଁ ଦୁଇ ପଇସା ରୋଜଗାର କରିଛନ୍ତି, ସେଥିରେ ପରିବାର କେମିତି ଚଳିବ ସେ କଥା ଚିନ୍ତା କରିଛନ୍ତି । ଆଉ ଆଜି ଯେତେବେଳେ ତାଙ୍କ ସ୍ୱପ୍ନ ପୂରା ହୋଇଛି ସେ ପୁରୁଣା ଦିନ କଥା ମନେ ପଡିବନି କେମିତି । ଛୋଟବେଳେ କ୍ରୀଷ୍ଣା ଫୁଲ ଗୁନ୍ଥି ପଇସା ରୋଜଗାର କରିଛି…

ସେ ଦିନ କଣ ସେ କେବେ ଭୁଲି ପାରିବ? କ୍ରୀଷ୍ଣା ପାଇଁ ବାପା ମା ଭଉଣୀ ଶିକ୍ଷକ ସମସ୍ତେ ଖୁସି । ଗରିବ ଘରର କ୍ରୀଷ୍ଣା ଏବେ ଚାର୍ଟାର୍ଡ୍ ଆକାଉଣ୍ଟାଣ୍ଟ୍ । ଯିଏ ସଦାବେଳେ ମନେ ରଖିଥିବ ‘ଅଡିଟର୍ ଇଜ୍ ଏ ୱାଚ୍ ଡଗ୍ ନଟ୍ ଏ ବ୍ଲଡ୍ ହାଉଣ୍ଡ୍’ (auditor is a watchdog not a bloodhound) ।

Advertisment

ଅଧିକ ପଢ଼ନ୍ତୁ: ୧୮ଫୁଟ କୂଅ ଭିତରେ ରୁହନ୍ତି ମହାଦେବ, କାଳୀ ଗାଈ କରେ ଦୁଗ୍ଧ ସ୍ନାନ

Chartered Accountant Mother Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ