Advertisment

ଏକାବେଳେ ପରୀକ୍ଷା ଦେଲେ ମା-ଝିଅ; ହେଲେ ସବ୍-ଇନ୍ସପେକ୍ଟର

ସବ୍-ଇନ୍ସପେକ୍ଟର ପଦବୀ ପାଇଁ ମା-ଝିଅ ସାଜିଲେ କମ୍ପିଟେଟର୍। ଉଭୟ ମଧ୍ୟ ପାଇଲେ ସଫଳତା। ଦୁହେଁ ଏବେ ସବ୍-ଇନ୍ସପେକ୍ଟର ହୋଇ ସେବା କରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Mother & Daughter Compete With Each Other For Sub-Inspector

Mother & Daughter Compete With Each Other For Sub-Inspector

ତେଲେଙ୍ଗାନାର ଖମ୍ମମ୍‌ ଜିଲ୍ଲାର ନେଲକୋଣ୍ଡାପାଲ୍ଲି ମଣ୍ଡଳର ଚେନ୍ନାରାମ ଗାଁର ଏକ ମା-ଝିଅ ‌ଯୋଡି ଆଜିକାଲି ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ଉଭୟ ମା-ଝିଅ ଯୋଡି ପୋଲିସର ଶାରୀରିକ ଦକ୍ଷତା ପରୀକ୍ଷାରେ ସଫଳ ହୋଇ ସବ୍-ଇନ୍ସପେକ୍ଟର ହୋଇଯାଇଛନ୍ତି। ମା ଥୋଲା ନାଗମଣିଙ୍କୁ ୩୮ ବର୍ଷ ବର୍ଷ ହୋଇଥିବା ବେଳେ ଝିଅ ତ୍ରିଲୋକିନୀଙ୍କ ବୟସ ୨୧। ଏହି ଦୁଇ ମା-ଝିଅ ଶହ ଶହ ଲୋକଙ୍କ ସହ ପୋଲିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

Advertisment

ଡିସେମ୍ବର ୧୪, ବୁଧବାର ଦିନ ପୋଲିସ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡ୍‌ରେ ଚାଲିଥିବା ପୋଲିସ୍‌ ସବ୍‌-ଇନ୍ସପେକ୍ଟର ପଦବୀ ପାଇଁ ଉଭୟ ଏକାଠି ଫିଜିକାଲ୍‌ ଫିଟନେସ୍‌ ଟେଷ୍ଟ୍‌ କ୍ଲିଅର କରିଛନ୍ତି ଏବଂ ଲିଖିତ ପରୀକ୍ଷାରେ ମଧ୍ୟ ସଫଳ ହୋଇଛନ୍ତି। ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସବ-ଇନ୍ସପେକ୍ଟର ହୋଇଛନ୍ତି।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଥୋଲା ନାଗମଣି ଜଣେ ବି.କମ୍ ସ୍ନାତକ ହୋଇଥିବା ବେଳେ ତ୍ରିଲୋକିନୀ ନିକଟରେ ଖମ୍ମମ୍‌ରେ ଆର୍‌ଜେସି ଡିଗ୍ରୀ ଏବଂ ପିଜି କଲେଜରେ ବି.ଏସ୍.ସି (ଜୀବନ ବିଜ୍ଞାନ) ଶେଷ କରିଛନ୍ତି। ନାଗମଣି ୨୦୦୭ରେ ହୋମଗାର୍ଡ ଭାବରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ। ଏହା ପରେ ସେ ଜଣେ କନଷ୍ଟେବଳ ଭାବରେ ମନୋନୀତ ହୋଇଥିଲେ ଏବଂ ନିକଟରେ ମୁଲୁଗୁକୁ ସ୍ଥାନାନ୍ତରିତ ହୋଇଥିଲେ।

Advertisment

ତ୍ରିଲୋକିନୀ କହିଛନ୍ତି, "ମୋ ମା’ ଜଣେ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଥିଲେ ତେଣୁ ସେ ମୋ ସହିତ ଏହି ପଦବୀ ପାଇଁ ଆବେଦନ କରିଥିଲେ ଏବଂ ଆମେ ଏକାଠି ପରୀକ୍ଷା ଦେଇଥିଲୁ। ମୋ ମା’ ପୋଲିସ୍ ବିଭାଗରେ ଅଛନ୍ତି। ସେ ମତେ ପୋଲିସ୍ ହେବାକୁ ପ୍ରେରଣ ଦେଇଛନ୍ତି। ଆମେ ଦୁହେଁ ପରସ୍ପରକୁ ପରୀକ୍ଷାରେ ପାଶ୍ ହେବା ପାଇଁ ଉତ୍ସାହିତ କରୁଥିଲୁ।"

ଥୋଲା ନାଗମଣି କହିଛନ୍ତି, “ମୁଁ ଗର୍ବିତ ଅନୁଭବ କରୁଛି ଯେ ଯେଉଁ ଦିନ ମୁଁ ମୋର ପରୀକ୍ଷା ଦେଇଥିଲି ସେହିଦିନ ମୋ ଝିଅ ମଧ୍ୟ ଆଜି ମନୋନୀତ ହୋଇଛି। ଏବେ ଆମେ ଦୁହେଁ ପୋଲିସ ଅଫିସର ଭାବେ କାମ କରିବୁ। ମୁଁ ବହୁତ ଖୁସି ଏବଂ ଗର୍ବିତ ଅନୁଭବ କରୁଛି ଯେ ଆମେ ଏହା କରିପାରିଛୁ।”

Police Job Successful Woman Successful Successful Story
Advertisment
Advertisment