୭୭୫ କୋଟିର ମାଲିକ, ୩୦ ବର୍ଷରେ ପ୍ରଥମ ଥର ପାଇଁ କିଣିଲେ ନୂଆ ଶାଢ଼ି !

ଆପଣ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଅଛନ୍ତି କିମ୍ବା ନଜର ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କମ୍‌ରୁ କମ୍‌ ଜିନିଷ ସହିତ ବଞ୍ଚିବା ଶିଖନ୍ତୁ । ଏହା ଆପଣଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ଭଲ ଉପାୟ ।

Sudha Murty

ଇନଫୋସିସ୍ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ନାରାୟଣ ମୁର୍ତ୍ତୀ ଏବଂ ତାଙ୍କ ପତ୍ନୀ ସୁଧା ମୁର୍ତ୍ତୀ, ସରଳ ଜୀବନ ଏବଂ ଉତ୍ତମ ଚିନ୍ତାଧାରା ପାଇଁ ଜଣାଶୁଣା । କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ ସେ ସରଳ ଜୀବନଯାପନ କରିବାକୁ ବିଶ୍ୱାସ କରନ୍ତି । ସୁଧା ମୁର୍ତ୍ତୀ ୭୭୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ । ତାଙ୍କ ଜ୍ୱାଇଁ ହେଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । ତଥାପି ସେ ୩୦ ବର୍ଷ ପରେ ଏକ ଶାଢ଼ି କିଣିଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏବେ ଆପଣ ଭାବୁଥିବେ ଯେ, ଏତେ ସରଳ ହେବା କ’ଣ ଆବଶ୍ୟକ ଯେ ନିଜ ପାଇଁ ସପିଂ ମଧ୍ୟ କରନ୍ତି ନାହିଁ । କିନ୍ତୁ ଯଦି ଏହି ଅର୍ଥରେ ଦେଖାଯାଏ, ତେବେ ତାଙ୍କର ସରଳ ଜୀବନଯାପନ ମଧ୍ୟ ଅନେକ କିଛି ଶିକ୍ଷା ଦିଏ । ତାଙ୍କର ଏହି ଜୀବନ ଶୈଳିକୁ 'ମିନିମାଲିଷ୍ଟ ଜୀବନଶୈଳୀ' ମଧ୍ୟ କୁହାଯାଏ । ଜୀବନକୁ ସରଳ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ୪୦ ହଜାର କୋଟିର ସମ୍ପତ୍ତି ଛାଡ଼ିଲେ, ବନିଲେ ସନ୍ୟାସୀ; ଜାଣନ୍ତୁ କାହିଁକି...

ସର୍ବନିମ୍ନ ଜୀବନଶୈଳୀ ଅର୍ଥ ସର୍ବନିମ୍ନ ଜିନିଷ ସହିତ ଜୀବନଯାପନ କରିବା । କେବଳ ଜରୁରୀ ଜିନିଷ କିଣିବା ଉଚିତ୍ । ଯଦି ଆପଣ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଚିନ୍ତାରେ ଅଛନ୍ତି କିମ୍ବା ନଜର ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କମ୍‌ରୁ କମ୍‌ ଜିନିଷ ସହିତ ବଞ୍ଚିବା ଶିଖନ୍ତୁ । ଏହା ଆପଣଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ଭଲ ଉପାୟ ।

ମିନିମାଲିଷ୍ଟ ଲୋକ ଖୁବ୍‌ କମ୍ ଜିନିଷ ବ୍ୟବହାର କରନ୍ତି, ଯାହା ଜରୁରୀ ରହିଥାଏ । ସେହି ଜିନିଷଗୁଡିକ ସେ ନିଜ ଜୀବନଠାରୁ ଦୂରେଇ ଦିଅନ୍ତି, ଯାହା ସେମାନଙ୍କ ଧ୍ୟାନକୁ ବିଭ୍ରାନ୍ତ କରିଥାଏ । ତେବେ ମିନିମାଲିଷ୍ଟ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭିନ୍ନ ହୋଇପାରେ । ତେଣୁ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ, କି ଆପଣ କଣ ରଖିବେ କ’ଣ ଦୂରେଇବେ । ଚାପ କମାଇବା ପାଇଁ ଅନେକ ଲୋକ ଏଭଳି ଜୀବନଶୈଳୀକୁ ଗ୍ରହଣ କରନ୍ତି ।

ଗୋଟିଏ ଶବ୍ଦ ଲୋକଙ୍କ ମନରେ ବହୁତ ଭଲ ଭାବେ ରହିଯାଇଛି । ତାହା ହେଲା 'ଅଧିକ' | ଅଧିକ ଟଙ୍କା, ଅଧିକ ବୁଲିବା, ଅଧିକ ମନୋରଞ୍ଜନ ଇତ୍ୟାଦି । ଏଥିପାଇଁ ଲୋକେ ଅଧିକ ରୋଜଗାର କରି ଅଧିକ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି । ଏହା କିଛି ଲୋକଙ୍କୁ ଖୁସି ଏବଂ ସଫଳ ଅନୁଭବ କରାଇଥାଏ । ତେଣୁ ପ୍ରକୃତରେ ଏହାକୁ ବୁଝିବାକୁ ପଡିବ । ଆମେ ଅଧିକ ଆଶା କରିବା ଆବଶ୍ୟକ ନାହିଁ ।