Advertisment

କିଏ ଏହି ଶାନ୍ତନୁ...କାହିଁକି ତାଙ୍କ ସହ ବନ୍ଧୁତା କରିଥିଲେ ରତନ ଟାଟା ? ଜାଣନ୍ତୁ...

ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଘନିଷ୍ଠ ବନ୍ଧୁତା କଥା ଉଠିଲେ ମନକୁ ଆସେ ରତନ ଟାଟା ଓ ଶାନ୍ତନୁ ନାଇଡୁଙ୍କ ମଧ୍ୟରେ ଗଢ଼ି ଉଠିଥିବା ଅସମ୍ଭାବ୍ୟ ବନ୍ଧୁତାର କଥା। ରତନଙ୍କ ପରଲୋକ ପରେ ହଠାତ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଅଦ୍ୟତନ ହୋଇଛି
Shantanu Naidu

Shantanu Naidu

Advertisment

ଜୀବନରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବ ‌ହେଉଛି ଶ୍ରେଷ୍ଠ ଆଶୀର୍ବାଦ। ବନ୍ଧୁତ୍ବ ହିଁ ଜୀବନକୁ ସୁନ୍ଦର ଓ ସୁଖମୟ କରେ। ପ୍ରତ୍ୟେକଙ୍କ ଜୀବନରେ କିଛି ନା କିଛି ଖାଲିପଣ ଥାଏ, ଯାହାକୁ ବନ୍ଧୁଟିଏ ପୂରଣ କରିଥାଏ। ସେଥିପାଇଁ ବୋଧହୁଏ କୁହାଯାଏ ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଘନିଷ୍ଠ ବନ୍ଧୁତା କଥା ଉଠିଲେ ମନକୁ ଆସେ ରତନ ଟାଟା ଓ ଶାନ୍ତନୁ ନାଇଡୁଙ୍କ ମଧ୍ୟରେ ଗଢ଼ି ଉଠିଥିବା ଅସମ୍ଭାବ୍ୟ ବନ୍ଧୁତାର କଥା। ରତନଙ୍କ ପରଲୋକ ପରେ ହଠାତ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ କିଏ ଏହି ଶାନ୍ତନୁ ଏବଂ କିପରି ସେ ରତନ ଟାଟାଙ୍କ ଏତେ ନିକଟତର ହେଲେ ଆସନ୍ତୁ ଜାଣିବା।

Advertisment

ରତନ ଟାଟାଙ୍କ ଅତି ପ୍ରିୟ ଶାନ୍ତନି। ବୟସ ୩୧ ବର୍ଷ। ୧୯୯୩ରେ ମହାରାଷ୍ଟ୍ରର ପୁଣେରେ ତାଙ୍କ ଜନ୍ମ। ସେ ମୁମ୍ବାଇର ବାସିନ୍ଦା। କୁକୁର ପ୍ରୀତି ହିଁ ଥିଲା ସେମାନଙ୍କ ବନ୍ଧୁତ୍ବର ଆଧାର। ନିଜର ପଶୁପ୍ରେମକୁ ନେଇ ୨୦୧୪ରେ ସେ ରତନ ଟାଟାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଶାନ୍ତନୁ ବୁଲା କୁକୁରଙ୍କ ପାଇଁ ‘ଗ୍ଲୋ-ଇନ୍‌-ଦି-ଡାର୍କ କଲର୍ସ’ ଅଭିଯାନ ଚଳାଇଥିଲେ।ତା’ପରେ ଦୁହିଁଙ୍କ ମଧ୍ୟରେ ଇ-ମେଲ୍‌ ବିନିମୟ ଚାଲିଲା। ବୁଲା କୁକୁରଙ୍କ ସୁରକ୍ଷା ପ୍ରତି ଶାନ୍ତନୁଙ୍କର ଚିନ୍ତା ଦେଖି ସେ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ଦୁହେଁ ପରସ୍ପରର ଭଲ ବନ୍ଧୁ ପାଲଟିଥିଲେ।

ଶାନ୍ତନୁ ଜଣେ ବ୍ୟବସାୟୀ, ଇଞ୍ଜିନିୟର, ଜୁନିୟର ଆସିଷ୍ଟାଣ୍ଟ, ଡିଜିଏମ୍‌, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର, ଲେଖକ, ଉଦ୍ୟୋଗୀ ଭାବେ ଜଣାଶୁଣା। ୨୦୧୭ ଜୁନରେ ଶାନ୍ତନୁ ଟାଟା ଟ୍ରଷ୍ଟ ସହ ଯୋଡ଼ି ହୋଇଥିଲେ। ଶାନ୍ତନୁ ଟାଟା ଟ୍ରଷ୍ଟର ଡେପୁଟି ଜେନେରାଲ ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କ ପ୍ରତିଭା ରତନ ଟାଟାଙ୍କୁ ପସନ୍ଦ ଆସିଥିଲା। ଶାନ୍ତନୁଙ୍କୁ ସେ ତାଙ୍କ ଆସିଷ୍ଟାଣ୍ଟ ହେବାକୁ କହିଥିଲେ। ପରେ ୨୦୨୨ରେ ସେ ରତନ ଟାଟାଙ୍କ ଅଫିସରେ ମ୍ୟାନେଜର ହୋଇଥିଲେ।

Advertisment

ଆମେରିକାର କାର୍ନେଲ ୟୁନିଭର୍ସିଟିରେ ଏମ୍‌ବିଏ କରିଛନ୍ତି ଶାନ୍ତନୁ। ଶାନ୍ତନୁଙ୍କ ସ୍ନାତକ ସମାରୋହ ଅବସରରେ ମଧ୍ୟ ରତନ ଟାଟା ଯୋଗ ଦେଲେ। ଆଜିକାଲିର ତରୁଣ ପିଢ଼ିଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା ପାଇଁ ଶାନ୍ତନ୍ତୁ ରତନ ଟାଟାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଖୋଲି ଦେଇଥିଲେ। ବୟସଗତ ତାରତମ୍ୟ ଅଧିକ ଥିଲେ ବି ଆଜି ପର୍ଯ୍ୟନ୍ତ ଦୁହିଁଙ୍କ ବନ୍ଧୁତ୍ବ ଅତୁଟ ଥିଲା । ବୟସ ମାତ୍ର ୩୧ ବର୍ଷ ହୋଇଥିଲେ ହେଁ ନିଜର ପାରଦର୍ଶିତାକୁ ନେଇ ରତନଙ୍କ ବନ୍ଧୁ ହେବାରେ ସେ ସଫଳ ହୋଇଥିଲେ । ପାରିବାରିକ ସମ୍ପର୍କ ନ ଥିଲେ ହେଁ ରତନ ଟାଟା ଅଧିକାଂଶ ସମୟ ଶାନ୍ତନୁଙ୍କ ସହ ବିତାଉଥିଲେ। ଅଧିକାଂଶ ସମୟ ଦୁହେଁ ଏକାଠି ନଜର ଆସୁଥିଲେ।

Ratan Tata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ