Advertisment

ହାର ମାନିଛି ଶାରୀରିକ ଅକ୍ଷମତା: ସବୁ କାମରେ ମାହିର୍‌ ସନ୍ତୋଷ

କପଡା କାଟି ସିଲେଇ ମେସିନରେ ପୋଷାକ ତିଆରି କରିବା ହେଉ ବା ଇଲେକ୍ଟ୍ରି ସରଞ୍ଜାମ  ମରାମତି  ହେଉ  ସବୁଥିରେ ମାହିର ଏହି ବ୍ୟକ୍ତି।

ଅଦ୍ୟତନ ହୋଇଛି
Multi Talented

ସନ୍ତୋଷ କୁମାର ନାଥ

Advertisment

ଦିବ୍ୟାଙ୍ଗ ହେଲେବି ଇଚ୍ଛା ଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ସାଧାରଣ ବ୍ୟକ୍ତିଙ୍କ ଠାରୁ ବି କୌଣସି ଗୁଣରେ କମ୍ ନୁହଁନ୍ତି। ଗୀତଗାଇ  ଶ୍ରୋତାଙ୍କୁ  ମତୁଆଲା କରିବା ସହିତ ଅନେକ କିଛି କାର୍ଯ୍ୟ କରି ପାରୁଥିବା ଜଣେ ବ୍ୟକ୍ତି  ସାଧାରଣ ମଣିଷଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ।

Advertisment

ସାଧାରଣ ମଣିଷପରି ଦେଖା ଯାଉଥିବା ଏହି ମଣିଷ ଅନେକ କିଛି କାମ କରିପାରନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ   କଟକ ଜିଲ୍ଲା  ଟାଙ୍ଗୀ  ଗୋବିନ୍ଦପୁର  ପଞ୍ଚାୟତର ସନ୍ତୋଷ କୁମାର ନାଥ। ବୟସ ୫୦ ଟପିଲାଣି ତଥାପି ସେ ନିଜକୁ କେବେ ଭିନ୍ନକ୍ଷମ  ବୋଲି ଭାବିନାହାନ୍ତି। କପଡା କାଟି ସିଲେଇ ମେସିନରେ ପୋଷାକ ତିଆରି କରିବା ହେଉ ବା ଇଲେକ୍ଟ୍ରି ସରଞ୍ଜାମ  ମରାମତି ହେଉ ସବୁଥିରେ  ମାହିର ଏହି ବ୍ୟକ୍ତି।

କେବଳ ସେତିକି ନୁହେଁ ନିଜର ଟେଣ୍ଟହାଉସ୍ ମଧ୍ୟ ଅଛି। ଯାହା ଦ୍ଵାରା ସେ ଅଞ୍ଚଳର ବିଭିନ୍ନ ପୂଜା ପର୍ବାଣୀ ଓ ବାହାଘର  ଆଦିରେ  ତାଙ୍କ ଟେଣ୍ଟ କାମରେ ଲାଗେ। ନିଜେ ମାଇକ ମେସିନ ଲଗାଇବା ପିଲା ରଖି ଡେକୋରେସନ  କରିବା  ତାଙ୍କର  ଜୀବିକା  ହୋଇଯାଇଛି। ଏହା ସହିତ ସେ ଭଲ ବାଦ୍ୟକାର ବୋଲି ଅଞ୍ଚଳରେ ତାଙ୍କ ନାଁ ଅଛି । ହାରମୋନିଅମ୍ ଓ  ତବଲା  ଧରିଲେ  ସେ  ସବୁ ଭୁଲିଯାଆନ୍ତି। ଆଉ ତାଙ୍କ ପାଟିରୁ ବାହାରି ଆସେ ଭଗବାନଙ୍କ ଭଜନ।  

Advertisment

ଏତେ ସବୁ ଗୁଣର ଅଧିକାରୀ ବ୍ୟକ୍ତି ଜଣଙ୍କ କିନ୍ତୁ ଦିବ୍ୟାଙ୍ଗ। ତାଙ୍କୁ ୩/୪ବର୍ଷ ବୟସ ହୋଇଥିବାବେଳେ ତାଙ୍କର ଆଖି  ନଷ୍ଟ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ହେଲେ ସେ ଏତେ ଗୁଣର ଅଧିକାରୀ ହେବେ ବୋଲି କେହି ଆଶା  କରିନଥିଲେ। ତାଙ୍କର ଏସବୁ ପ୍ରତିଭା ଦେଖି ପରିବାର ଲୋକେ ବେଶ୍ ଖୁସି। 

ସନ୍ତୋଷଙ୍କ ସ୍ୱପ୍ନ ଗୋଟେ ଭଲ ଟେଣ୍ଟହାଉସ କରିବା। ତେବେ ଏଥି ପାଇଁ ଆର୍ଥିକ ଅନୁଦାନ ଆବଶ୍ୟକ ଥିବାରୁ ସରକାର ଏଥି  ପ୍ରତି ଦୃଷ୍ଟି ଦେବାକୁ ସନ୍ତୋଷ ଓ ଅଞ୍ଚଳବାସୀ ଦାବି କରିଛନ୍ତି।

Advertisment

(ରିପୋର୍ଟ: ପ୍ରକାଶ କୁମାର ନାୟକ, ଚୌଦ୍ୱାର)

Multi Talented
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ