ବାପା ଆରପାରିରେ, ମାଆ ଦିନ ମଜୁରିଆ… ପୁଅ ପାଇଲା IIT

ପ୍ରଥମ ଦିନରୁ ହିଁ ସେ ଭାରି ଦୁଃଖୀ ଜଣାପଡ଼ୁଥିଲେ । କାରଣ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ‘ମୁଁ ଚାରି ବର୍ଷ ଏହି କଲେଜ୍‌ରେ ରହି ପାଠ ପଢ଼ିପାରିବି ତ ?’

IIT Student Aryan Roshan

IIT ପଢ଼ିବା ସାଧାରଣତଃ ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକାର ସ୍ୱପ୍ନ । କିନ୍ତୁ ଅନେକଙ୍କର ଏହି ସ୍ୱପ୍ନ ପୂରଣ ହୁଏ ନାହିଁ । ଏଥିପାଇଁ JEE ପରୀକ୍ଷା ପାସ୍‌ କରିବା ସହ ଅନେକ ଆଡ୍‌ଭାନ୍ସ ପରୀକ୍ଷା ଦେବାକୁ ମଧ୍ୟ ହୋଇଥାଏ । ବହୁତ କଷ୍ଟରେ ଏହି ସବୁ ପାହାଚ ଅତିକ୍ରମ କରିବା ପରେ ମଧ୍ୟ କିଛି ଛାତ୍ରଛାତ୍ରୀ IIT ପଢ଼ିବାରୁ ବଞ୍ଚିତ ହୁଅନ୍ତି । କାରଣ ସେମାନଙ୍କ ପାଖରେ ନଥାଏ ଆବଶ୍ୟକ ଆର୍ଥିକ ସମ୍ବଳ । ସେଇମାନଙ୍କ ମଧ୍ୟରେ ଜଣେ ହେଲେ ଆର୍ଯ୍ୟନ୍‌ ରୋଶନ । ଯିଏ କି ଏହି ସବୁ ସମସ୍ୟାର ନିଜେ ଭୁକ୍ତ ଭୋଗୀ ।

ଅଗଷ୍ଟ ୧ ତାରିଖରୁ ଖୋଲିଲା IIT ତିରୁପତି କଲେଜର ଗେଟ୍‌ । ଏଥିରେ ଏଣ୍ଟ୍ରି ମାରିଥିଲେ ତେଲାଙ୍ଗାନା ଆର୍ଯ୍ୟନ୍‌ ରୋଶନ । ସେ କେମିକାଲ ଇଞ୍ଜିନିଅରିଂ ପଢ଼ିବା ପାଇଁ କଲେଜରେ ଆଡ୍‌ମିଶନ କରିଥିଲେ । କିନ୍ତୁ ପ୍ରଥମ ଦିନରୁ ହିଁ ସେ ଭାରି ଦୁଃଖୀ ଜଣାପଡ଼ୁଥିଲେ । କାରଣ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ‘ମୁଁ ଚାରି ବର୍ଷ ଏହି କଲେଜ୍‌ରେ ରହି ପାଠ ପଢ଼ିପାରିବି ତ ?’

ଅଧିକ ପଢନ୍ତୁ : Success Story: ସଫଳତା: ଆଇସ୍‌କ୍ରିମ୍‌ ବିକାଳିଙ୍କ ଝିଅ ହେବେ ‍ଇଂଜିନିୟର୍

ଆର୍ଯ୍ୟନ୍‌ଙ୍କ ମାଆ ଜଣେ ଦିନ ମଜୁରିଆ । ବିଭିନ୍ନ ସ୍ଥାନରେ କାମ କରି ସେ ଦିନକୁ ୨୦୦ ଟଙ୍କା ମଜୁରି ପାଉଥିଲେ । କମ୍‌ ବୟସରେ ଆର୍ଯ୍ୟନ୍‌ ନିଜ ବାପାଙ୍କୁ ହରାଇଛନ୍ତି । ତାଙ୍କ ପରିବାର ଖୁବ୍‌ ଅଭାବ ଅନଟନରେ ଗତି କରିଥାଏ । ପିଲାଟି ଦିନରୁ ଖୁବ୍‌ କଷ୍ଟ ଦେଖିଛନ୍ତି ।

ଆର୍ଯ୍ୟନ୍‌ JEE ପରୀକ୍ଷାରେ SC ବର୍ଗରେ ୨୪୦୬ ରାଙ୍କ ପାଇଥିଲେ । ତେବେ IIT କଲେଜ ଫି ଦେବାକୁ ଆର୍ଯ୍ୟନ୍‌ଙ୍କ ପରିବାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ବହୁତ କଷ୍ଟରେ ପରିବାର ଲୋକ ୫୦ ହଜାର ଟଙ୍କା ଯୋଗାଡ଼ କରିଛନ୍ତି IIT ଫି’ ଦେବାକୁ । ଏହି ଟଙ୍କା କେବଳ ପ୍ରଥମ ସେମିଷ୍ଟର ପାଇଁ ବୋଲି ନିଜେ କହିଛନ୍ତି ଆର୍ଯ୍ୟନ୍‌ । କିନ୍ତୁ ଆଗକୁ ସେ ଟଙ୍କା ଯୋଗାଡ଼ କରିପାରିବେ କି ନାହିଁ ତାହା କହିବା ମୁସ୍‌କିଲ୍‌ । ତେବେ ଆର୍ଯ୍ୟନଙ୍କ ଇଚ୍ଛାଶକ୍ତି ତାଙ୍କୁ ଆଗକୁ ଯିବାରେ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ।

ଅଧିକ ପଢନ୍ତୁ : ଚା’ ବିକାଳୀ ବାପାର ପଢ଼ୁଆ ଝିଅ, ହୋଇଗଲେ ଚାଟାର୍ଡ ଆକାଉଣ୍ଟାଣ୍ଟ