Advertisment

ପେଟ ପାଇଁ ସେଲୁନରେ ଚୁଟି କାଟି ମାଟ୍ରିକ୍‌ ପରୀକ୍ଷା ପାଇଁ ସଜବାଜ ହେଉଛନ୍ତି ଚନ୍ଦନ

ବାଲେଶ୍ୱର ଔପଦା ବ୍ଲକ କୁମ୍ଭକହୁଣିଆ ଗାଁର ଚନ୍ଦନ ଜେନା । ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ଚନ୍ଦନ । କିନ୍ତୁ ପରିସ୍ଥିତିର ଦାସ ହୋଇ ଚୁଟି କାଟିବାକୁ ସେ ବାଧ୍ୟ ହେଉଛନ୍ତି । ବାରିକ ଘରର ପୁଅ ହୋଇନଥିଲେ ବି ସେଲୁନ୍‌ରେ ରୀତିମତ କାଟୁଛନ୍ତି ଚୁଟି। ଖାଲି ଏତିକି ନୁହେଁ ବରଂ ଏଇ ଦୋକାନରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ନିଜ ପରିବାର ମୁହଁରେ ଆହାର ଦେବା ସହିତ ନିଜ ପଢାଖର୍ଚ୍ଚ ବି ଉଠାଉଛନ୍ତି ଚନ୍ଦନ ।

ଅଦ୍ୟତନ ହୋଇଛି
Meritorious Student Forced To Become Barber To Support Family

Chandan

Advertisment

ହାତରେ କଇଁଚି, ଖୂର ପୁଣି ଟ୍ରିମର । ସେଲୁନ୍‌ରେ ଖଚାଖଚ ଲାଗିଛି ଭିଡ । ଯିଏ ଯେମିତି ଚାହୁଁଛନ୍ତି ସେମାନଙ୍କର ସେମିତି ଷ୍ଟାଇଲରେ ଚାଲିଛି ଚୁଟିକଟା । କାମରେ ଟିକିଏ ଫୁରସତ ବି ନାହିଁ । ଯଦି କେତେବେଳେ ଟିକିଏ ସମୟ ମିଳିଲା ଦୋକାନ ଭିତରେ ବହି ସବୁ ପଢିପକାଉଛନ୍ତି ନାବାଳକ ଜଣକ । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ ସେଲୁନରେ ଚୁଟି କାଟୁଥିବା ନାବାଳକ ଜଣକ ଦୋକାନରେ କେମିତି ଓ କାହିଁକି ପଢୁଛନ୍ତି ପାଠ? ଦର୍ଶକବନ୍ଧୁ ସେ ନିଜ ଇଚ୍ଛାରେ ନୁହେଁ ବରଂ ପରିସ୍ଥିତିରେ ପଡି ଦୋକାନରେ ଚୁଟି କାଟିବା ସହିତ ସ୍କୁଲରେ ପଢୁଛନ୍ତି ପାଠ ।

Advertisment

ବାଲେଶ୍ୱର ଔପଦା ବ୍ଲକ କୁମ୍ଭକହୁଣିଆ ଗାଁର ଚନ୍ଦନ ଜେନା । ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ଚନ୍ଦନ । କିନ୍ତୁ ପରିସ୍ଥିତିର ଦାସ ହୋଇ ଚୁଟି କାଟିବାକୁ ସେ ବାଧ୍ୟ ହେଉଛନ୍ତି । ବାରିକ ଘରର ପୁଅ ହୋଇନଥିଲେ ବି ସେଲୁନ୍‌ରେ ରୀତିମତ କାଟୁଛନ୍ତି ଚୁଟି। ଖାଲି ଏତିକି ନୁହେଁ ବରଂ ଏଇ ଦୋକାନରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ନିଜ ପରିବାର ମୁହଁରେ ଆହାର ଦେବା ସହିତ ନିଜ ପଢାଖର୍ଚ୍ଚ ବି ଉଠାଉଛନ୍ତି ଚନ୍ଦନ ।

ଅଧିକ ପଢ଼ନ୍ତୁ: ପେଟ ପାଇଁ ନାଟ; ଗୀତ ଗାଇ ବଖାଣୁଛନ୍ତି ଯନ୍ତ୍ରଣାର କାହାଣୀ

ବାପା ରୋଜଗାର କରୁଥିବା ବେଳେ ଦୁଃଖେ କଷ୍ଟେ ପରିବାର ଚଳୁଥିଲା କିନ୍ତୁ ଦୁର୍ଘଟଣାରେ ବାପାଙ୍କର ଗୋଟିଏ ଗୋଡ କଚିଗଲା। ବାସ୍‌ ଏହାପରଠୁ ପରିବାରର ବୋଝକୁ ନିଜର କଅଁଳ କାନ୍ଧରେ ଉଠାଇବାକୁ ସେ ବାଧ୍ୟ ହେଲେ । ପୂର୍ବରୁ ଚନ୍ଦନଙ୍କ ମାମୁଁ ତାଙ୍କର ସବୁ ଖର୍ଚ୍ଚ ଉଠାଉଥିଲେ। କିନ୍ତୁ ବଡ ହେବା ପରେ ତାଙ୍କଠାରୁ ଟଙ୍କା ନନେଇ କେମିତି ନିଜେ ପରିଶ୍ରମ କରି ରୋଜଗାର କରିବେ ସେନେଇ ସବୁବେଳେ ଚିନ୍ତା କରୁଥିଲେ ଚନ୍ଦନ।

Advertisment

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାହିଁ ଚନ୍ଦନଙ୍କ କ୍ଷେତ୍ରରେ ମଧ୍ୟ ହୋଇଛି । ମାତ୍ର ମାଟ୍ରିକ୍‌ ପଢୁଛନ୍ତି, ହେଲେ କେମିତି ପରିବାର ଚଳିବ ସେହି କଥା ଚିନ୍ତା କରି ପାର୍ଲରରେ କାମ କରି ରୋଜଗାର କରୁଛନ୍ତି ଟଙ୍କା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ କମ୍‌ ବର୍ଷରୁ ସେ ନୂଆନୂଆ ତଥା ଆଜିକାଲି ଯୁବକମାନେ ଯେମିତି ଚାହୁଁଛନ୍ତି ସେମିତି ଚୁଟି କାଟିବାରେ ସେ ପୂରା ମାହିର । ଏମିତିକି ବଡ ହେଲେ ଫିଲ୍ମ କଳାକାରଙ୍କ ଚୁଟି କାଟିବେ ବୋଲି ଅନେକଙ୍କୁ ଚନ୍ଦନ କହୁଥିବା ମାଆ କହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେଲୁନ କରିବା ପରେ ବି ସାମନ୍ୟତମ ନିଜ ପାଠରେ ଅବହେଳା କରିନାହାନ୍ତି ଚନ୍ଦନ । ଏମିତିକି ଗରାଖ ନଥିଲେ ଦୋକାନରେ ପାଠ ପଢନ୍ତି ସେ। ୧୦ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଦେବେ ଚନ୍ଦନ । ତେଣୁ ଏବେ ଅଧିକ ପରିଶ୍ରମ କରିବାକୁ ତାଙ୍କୁ ପଡୁଛି । ହେଲେ ସେ ହାର ମାନିନାହାନ୍ତି ବରଂ ଏମିତି ସ୍ଥିତିରେ ନିଜ ପାଠପଢାକୁ କାଏମ ରଖିବା ସହିତ ବାପା-ମାଆଙ୍କ ମୁହଁରେ ଆହାର ଦେଉଛନ୍ତି...ସତରେ ଚନ୍ଦନଙ୍କ କାମକୁ ଆପଣ ବି ପ୍ରଶଂସା କରିବାକୁ ବାଧ୍ୟ ହେବେ ।

Advertisment

(ରିପୋର୍ଟ- ବିଶ୍ୱମ୍ବର ଦାସ, ନୀଳଗିରି)

Meritorious Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ