Advertisment

ଅପହଞ୍ଚ ଇଲାକାର ସାର୍, ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କୁନି କୁନି ପିଲାଙ୍କୁ ବେଶ୍ ଭଲପାଆନ୍ତି ଶିକ୍ଷକ ବସନ୍ତ କୁମାର ରଣା । ଶିକ୍ଷକ ଓ ଶିକ୍ଷାକୁ ବୃତ୍ତି ଭାବେ ବାଛି ନେଇଥିବା ବସନ୍ତ ସାରଙ୍କୁ ୨୦୨୫ ମସିହା ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମିଳିବାକୁ ଯାଉଛି ।

ଅଦ୍ୟତନ ହୋଇଛି
Basant sir

Basant sir

Advertisment

ମାଲକାନଗିରିର ଶିକ୍ଷକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର । କୋରୁକୋଣ୍ଡା ବ୍ଲକ କଣ୍ଡେଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ନାଚିଗାଇ ପିଲାଙ୍କୁ ପାଠ ପଢାଇ ସମସ୍ତଙ୍କର ପ୍ରିୟ ଶିକ୍ଷକ ପାଲଟିଛନ୍ତି ବସନ୍ତ । ୩୦ ବର୍ଷ ହେଲା ସେ ଶିକ୍ଷକତା କରୁଥିବାବେଳେ ବିଭିନ୍ନ ଅଞ୍ଚଳରେ ପିଲାଙ୍କୁ ପାଠ ପଢାଇଛନ୍ତି । ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ନିଭାଇଛନ୍ତି ।

Advertisment

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କୁନି କୁନି ପିଲାଙ୍କୁ ବେଶ୍ ଭଲପାଆନ୍ତି ଶିକ୍ଷକ ବସନ୍ତ କୁମାର ରଣା । ଶିକ୍ଷକ ଓ ଶିକ୍ଷାକୁ ବୃତ୍ତି ଭାବେ ବାଛି ନେଇଥିବା ବସନ୍ତ ସାରଙ୍କୁ ୨୦୨୫ ମସିହା ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ମିଳିବାକୁ ଯାଉଛି । ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କଣ୍ଡେଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀଯୁକ୍ତ ବସନ୍ତ କୁମାର ରଣା ।

ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ସେ ମନୋନୀତ ହୋଇଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଏହି ଶିକ୍ଷକ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ । ତାଙ୍କ ଶିକ୍ଷକତାକୁ ୩୦ ବର୍ଷ ହେଲାଣି । ଏହି କଣ୍ଡେଲ ବିଦ୍ୟାଳୟ ପୂର୍ବରୁ ଉପାନ୍ତର, ବିଚ୍ଛିନ୍ନ ଅଂଚଳରେ ଶିକ୍ଷା ଦାନ କରିଛନ୍ତି ।

Advertisment
Malkangiri Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ