Advertisment

୪ ଖଣ୍ଡ ବାଉଁଶ ,କିଛି ଛିଣ୍ଡା ଅଖାରେ ବିତୁଛି ଭଗବାନଙ୍କ ଜୀବନ

ଭଗବାନଙ୍କ ଅବସ୍ଥା ଯିଏ ନିଜ ଆଖିରେ ଦେଖୁଛି,  ଆହା ପଦେ କହି ତା ଆଖି ଜକେଇ ଯାଉଛି।  ଆଖପାଖ ଅଞ୍ଚଳରେ ମୁଲ ମଜୁରୀ କରି ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି ଭଗବାନ । ଏପଟେ ପୁଣି ବୋଝ ଉପରେ ନଳିତା ବିଡା ସାଜିଛି ତାଙ୍କର ଶାରୀରିକ ଅସୁସ୍ଥତା, ଯେଉଁଥି ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ରହିଛି । କିନ୍ତୁ ନିଜ ରୋଜଗାରରୁ ଭଲକରି ଗଣ୍ଡିଏ ଖାଇବାକୁ ପାଉନଥିବା ଭଗବାନ ଅସ୍ତ୍ରୋପଚାର ପାଇଁ ଟଙ୍କା ଆଣିବେ କେଉଁଠୁ ?

ଅଦ୍ୟତନ ହୋଇଛି
Bhagaban Helpless

Bhagaban Helpless

Advertisment

ଚାରିଖଣ୍ଡ ବାଉଁଶ..କିଛି ଅଖା ବସ୍ତା, ଛିଣ୍ଡା ଜରି ପାଲକୁ ନେଇ ଭୂଇଁ ଉପରେ ଛିଡା ହୋଇଛି ଭଙ୍ଗା କୁଡିଆ । ଖରା ପବନରୁ ବର୍ତ୍ତିବାକୁ କୁଡିଆ ଚାରିକଡେ ଅଖା ବସ୍ତା ସବୁ ଓହଳାଯାଇଛି । ଭିତରେ ପଡିଛି ଝିଣ୍ଡା ସପଟିଏ । ସେଇଠି ମାଟି ଚୁଲି ଆଉ କିଛି କଂସା ବାସନ, ପୁରୁଣା ଟ୍ରଂକ ଟି ଉପରେ ଲଣ୍ଠନ ଟିଏ ଅଛି । ବାହାରୁ ଯେତିକି ଦେଖାଯାଉଛି ବାସ୍ ସେତିକି ହିଁ ସମ୍ପତ୍ତି । ଏତକ ଧରି ଆମ୍ବଗଛ ତଳେ ଜୀଉଁଛନ୍ତି ଭଗବାନ ।

Advertisment

ଭଗବାନ ନାୟକ..ବୟସ ୫୪ ବର୍ଷ ହେଲାଣି। ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଗଦାଶିଳା ଗାଁର ସେ ବାସିନ୍ଦା । ଯାହାଙ୍କର ମୁଣ୍ଡ ଗୁଞ୍ଜିବାକୁ ଆମ୍ବ ଗଛ ମୂଳର ଏଇ ଭଙ୍ଗା କୁଡିଆ ପାଲଟିଛି ଆଶ୍ରୟସ୍ଥଳୀ । ଯେଉଁଠି ଗାଈଗୋରୁ ବି ରହିପାରିବେନି, ସେଇଠି କିନ୍ତୁ ରହୁଛନ୍ତି ଭଗବାନ । ବର୍ଷକୁ ପ୍ରାୟ ଆଠମାସ ଏମିତି କୁଡିଆରେ ରୁହନ୍ତି ସେ । ବର୍ଷା ଦିନରେ ଆଣ୍ଠୁଏ ପାଣି ପଶିଯାଏ କୁଡିଆ ଭିତରେ।  ସେଇଥିପାଇଁ ବର୍ଷା ଆସିଲେ କୁଡିଆ ଘର ଛାଡି ବାର ଦୁଆର ଶୁଣ୍ଢିପିଣ୍ଡା ହୁଅନ୍ତି ଭଗବାନ।

ଅଧିକ ପଢ଼ନ୍ତୁ: ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ଗଛ ଡାଳ ସାଜିଛି ସାହାରା

ଭଗବାନଙ୍କ ଅବସ୍ଥା ଯିଏ ନିଜ ଆଖିରେ ଦେଖୁଛି,  ଆହା ପଦେ କହି ତା ଆଖି ଭରିଯାଉଛି ।  ଆଖପାଖ ଅଞ୍ଚଳରେ ମୁଲ ମଜୁରୀ କରି ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି ଭଗବାନ । ଏପଟେ ପୁଣି ବୋଝ ଉପରେ ନଳିତା ବିଡା ସାଜିଛି ତାଙ୍କର ଶାରୀରିକ ଅସୁସ୍ଥତା । ଯେଉଁଥି ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ରହିଛି । କିନ୍ତୁ ନିଜ ରୋଜଗାରରୁ ଭଲକରି ଗଣ୍ଡିଏ ଖାଇବାକୁ ପାଉନଥିବା ଭଗବାନ ଅସ୍ତ୍ରୋପଚାର ପାଇଁ ଟଙ୍କା ଆଣିବେ କେଉଁଠୁ ? ଦୁଃଖ କେବଳ ଏତିକିରେ ବି ସରି ନାହିଁ । ଚାରି ବର୍ଷ ପୂର୍ବେ ଖାଦ୍ୟ ସୁରକ୍ଷା ଯୋଜନାରେ ଭଗବାନଙ୍କୁ ରାସନ କାର୍ଡ ଖଣ୍ଡେ ମିଳିଥିଲା ।  କିନ୍ତୁ ହଠାତ ତାହା ବନ୍ଦ କରି ଦିଆଗଲା । ଯେଉଁଥିପାଇଁ ଅନେକ ସମୟରେ ଉପାସରେ ରହୁଛନ୍ତି ଭଗବାନ । 

Advertisment

ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଭଗବାନଙ୍କୁ ଏଇ ଆମ୍ବଗଛ ଦେଇଛି ସାହାରା । ଯାହା କ୍ୟାମେରାରେ କଏଦ ହୋଇଛି ସେତକ ହିଁ ତାଙ୍କ ସମ୍ପତ୍ତି । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି ପରେ ବି ନା ମିଳୁଚି ଘର ଖଣ୍ଡିଏ ନା ପାଞ୍ଚ କେଜି ଚାଉଳ । ଫଳରେ ଖରା ବର୍ଷା କାକରରେ ଭଙ୍ଗା କୁଡିଆରେ ପଡି ରହିଛନ୍ତି ଭଗବାନ ।  କେବେ ଭଗବାନଙ୍କୁ ସାହା ହେବେ ଭଗବାନ, ଆଉ ଗୁହାରି ଶୁଣିବେ ସରକାର..ଚାତକ ପରି ଚାହିଁ ରହିଛନ୍ତି ଭଗବାନ ନାୟକ । 

(ରିପୋର୍ଟ- ରାଜଶ୍ରୀ ଶତପଥୀ, ଢେଙ୍କାନାଳ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ