Advertisment

I Love Radio: ୨୨ ବର୍ଷରେ ପ୍ରେମ ହେଲା; ୬୦ ବର୍ଷ ହେଲାଣି କେହି କାହାକୁ ଛାଡ଼ିନୁ

ଯିଏ ପ୍ରତି ମୁହୂର୍ତ୍ତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ଝାଡକଟା ଗାଁର ଲାଲ ମୋହନ ମଉସାଙ୍କୁ,  I Love u ନୁହେଁ, ବରଂ ଆକାଶବାଣୀ କଟକ କହୁଥିଲା, କହୁଛି ଆଉ କହୁଥିବ…

ଅଦ୍ୟତନ ହୋଇଛି
Radio

Radio

Advertisment

ଶୀର୍ଷକରୁ ପ୍ରେମ କଥା ପଢି ଆପଣ ଏ ଥମ୍ବନେଲରେ ଏ ବ୍ୟକ୍ତିଙ୍କ ପ୍ରେମିକାଙ୍କୁ ଖୋଜୁଥିବେ। ୨୨ ବର୍ଷ ତଳେ ପ୍ରେମ କେମିତି ହେଲା, ଏ ସମ୍ପର୍କ, ଆଜି ଯାଏଁ କେମିତି ତିଷ୍ଠିଚି ସେ କଥା ଜାଣିବାକୁ ବେଶ୍ ଆଗ୍ରହ ଦେଖାଉଥିବେ। ହେଲେ ପାଠକବନ୍ଧୁ ଆମ ଶୀର୍ଷକର ‘ପ୍ରେମିକା’ କୌଣସି ରୂପସି ନାରୀ ନୁହଁନ୍ତି। ଗୋଟାଏ ନିର୍ଜିବ ରେଡ଼ିଓ। ଯିଏ ପ୍ରତି ମୂହର୍ତ୍ତରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ଝାଡକଟା ଗାଁର ଲାଲ ମୋହନ ମଉସାଙ୍କୁ,  I Love u ନୁହେଁ, ବରଂ ଆକାଶବାଣୀ କଟକ କହୁଥିଲା, କହୁଛି ଆଉ କହୁଥିବ…। ପ୍ରତି ମୂହର୍ତ୍ତରେ ପ୍ରେମକା ପରି ତାଙ୍କ ପାଖରେ ରହୁଛି। 

Advertisment

ଆଜିକା ସମୟରେ ମନୋରଞ୍ଜନର ମାଧ୍ୟମ ବଦଳିଛି। ଅନେକ ପ୍ଲାଟଫର୍ମ ମଧ୍ୟ ଆସିଛି, ହେଲେ ବଦଳିନି ଲାଲ ମୋହନ ଅଧିକାରୀ ମଉସାଙ୍କ ରେଡ଼ିଓ ପ୍ରେମ। ସେ ରେଡିଓ ପ୍ରେମରେ ଯେପରି ପାଗଳ। ରେଡ଼ିଓ ତାଙ୍କ ପାଇଁ ଆବେଗ, ଜୀବନ ଏବଂ ଆବଶ୍ୟକତା। ଯେମିତି ତାଙ୍କ ପରିବାରର ସଦସ୍ୟ। ସେଥିପାଇଁ ସେ କୁହନ୍ତି, ‘ରେଡ଼ିଓ ହେଉଛି ମୋ ଜୀବନ ସାଥୀ’।

ଅଧିକାରୀ ମଉସାଙ୍କୁ ୮୩ବର୍ଷ ହେଲାଣି। ଚମ ମଧ୍ୟ ଧଡୁଧୁଡ଼ୁ ହେଲାଣି। ବାଟ ଚାଲିବାକୁ ଦେହରେ ବଳ ପାଉନାହିଁ। ହେଲେ ସକାଳୁ ରାତି ପର୍ୟ୍ୟନ୍ତ ଅଧିକାରୀ ମଉସାଙ୍କ ହାତରେ ଥାଏ ତାଙ୍କ ପ୍ରିୟ ରେଡ଼ିଓ। ରେଡ଼ିଓ ତାଙ୍କ ପାଇଁ ଏକ ମାତ୍ର ମନୋରଞ୍ଜନର ମାଧ୍ୟମ। ଖବର ଠାରୁ ଆରମ୍ଭ କରି ଗୀତ ସଙ୍ଗୀତ ସବୁ କିଛି ଏହି ରେଡ଼ିଓରୁ ହିଁ ଶୁଣନ୍ତି।

Advertisment

ତାଙ୍କର ଏହି ରେଡ଼ିଓ ଶୁଣିବାରେ ପ୍ରାୟ ୬୦ ବର୍ଷ ହେଲାଣି । ଯେତେ ବେଳେ ତାଙ୍କୁ ୨୨ ବର୍ଷ ଵୟସ ହୋଇ ଥିଲା, ସେତେବେଳେ ରେଡିଓକୁ ୫୦ ଟଙ୍କା ଦେଇ କିଣିଥିଲେ। ଯୁଆଡେ ଯାଆନ୍ତି ରେଡ଼ିଓ ନେବାକୁ ଭୁଲନ୍ତି ନାହିଁ। ରେଡ଼ିଓ କଥା ପଡ଼ିଲେ ସେ ଭାବ ବିହ୍ୱଳ ହୋଇ ପଡ଼ନ୍ତି।

ଅଧିକାରୀ ମଉସା କୁହନ୍ତି, ମୋତେ ସେ ଛାଡ଼ି ନାହିଁ, ମୁଁ କେମିତି ରେଡ଼ିଓକୁ ଛାଡିଦେଵି। ଯେତେବେଳେ ବାତ୍ୟା, ବନ୍ୟା ସମୟରେ ଗାଁରେ ଟିଭି, ମୋବାଇଲ କାମରେ ଆସେ ନାହିଁ, ସେତେବେଳେ ଖୋଜା ପଡ଼େ ମଉସାଙ୍କ ଏହି ରେଡିଓ ।

Advertisment

ଅଧିକାରୀ ମଉସାଙ୍କୁ ହଜାର ଟଙ୍କା ଭତ୍ତା ମିଳେ। ଏଥିସହ ପ୍ରତି ମାସ ରାସନ ଚାଉଳ ମିଳିଥାଏ। ଆଉ ପ୍ରତି ମାସରେ ରେଡ଼ିଓ ଶୁଣିବା ପାଇଁ ୯୦ ଟଙ୍କା ଦେଇ ବେଟାରୀ ପକାଇବାକୁ ଭୁଲନ୍ତି ନାହିଁ ମଉସା। ଘରେ ଥିଲେ, ରେଡ଼ିଓ ଆଉ ଘରୁ ଵାହାରିଲେ ରେଡ଼ିଓ। ରେଡ଼ିଓ ସବୁବେଳେ ତାଙ୍କ ପାଖେ ପାଖେ ଥାଏ। ରେଡ଼ିଓ ମୋ ଜୀବନ ସାଥି ବୋଲି କହନ୍ତି ମଉସା।

ଅଧିକ ପଢ଼ନ୍ତୁ: ଭଦ୍ରକରେ ଭାସୁଛି ରାମସେତୁ ପଥର ! ଚାଲିଛି ପୂଜାର୍ଚ୍ଚନା..

ବିଶେଷ କରି ରେଡ଼ିଓରେ ସେ ଭିକାରୀ ଵଳ, ନମିତା ଅଗ୍ରୱାଲଙ୍କ ଗୀତ ଶୁଣିବା ସହିତ ପାଲା ଏବଂ ଖବର ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି ଅଧିକାରୀ ମଉସା। ସେଥିପାଇଁ ତାଙ୍କୁ କୁହାଯାଏ ରେଡ଼ିଓ ମଉସା।

ସମୟ ବଦଳିବା ସହ ବଦଳିଛି ଖବର ଜାଣିବାର ମାଧ୍ୟମ। ଆଜି ଇଣ୍ଟରନେଟ ଯୁଗରେ ସଭିଏଁ ମୋବାଇଲ, ଟିଭି ଉପରେ ନିର୍ଭର କରୁଥିବା ବେଳେ ଏଵେ ବି ଅନେକ ରେଡ଼ିଓକୁ ସାଥୀରେ ରଖିଛନ୍ତି। ୭୧ ମସିହା ବାତ୍ୟା ଠାରୁ 'ଦାନା' ଯାଏଁ ସବୁ ବାତ୍ୟାର ଖବର ସେ ଏହି ରେଡ଼ିଓରୁ ହିଁ ପାଆନ୍ତି ଏବଂ ଅନ୍ୟମାନଙ୍କୁ ଖବର ଶୁଣାନ୍ତି। ୮୩ ବର୍ଷୀୟ ଲାଲମୋହନ ଆଜି ବି ରେଡ଼ିଓକୁ ନିଜର ସାଥୀ ଭାବନ୍ତି। ସେଥିପାଇଁ  ବିଲକୁ କାମ କରିବାକୁ  ଗଲାବେଳେ ସେ ରେଡ଼ିଓକୁ ସାଥୀରେ ନେଇ ଯାଆନ୍ତି। ଏମିତି କି ମରିବା ଯାଏ ରେଡ଼ିଓକୁ ଭୁଲିପାରିବିନି ବୋଲି ମଉସା  କୁହନ୍ତି।

ଗାଁ ଗଣ୍ଡାରେ ଯେତେବେଳେ ଲୋକେ ଟିଭିରେ ବିଭିନ୍ନ ଖବର ଜାଣନ୍ତି ସେତେବେଳେ ମଉସା ରେଡ଼ିଓରେ ଖବର ପାଇ ଲୋକଙ୍କୁ ମଧ୍ୟ ଜଣାଇ ଥାଆନ୍ତି। ବାତ୍ୟା ସମୟରେ କରେଣ୍ଟ ନ ଥିବାବେଳେ ଟିଭିରେ ଖବର ପ୍ରସାରଣରେ ଅସୁବିଧା ବେଳେ ଅଧିକାରୀ ମଉସା ଯେଉଁ ଖବର ରେଡ଼ିଓରେ ଶୁଣି ଥାଆନ୍ତି, ଅନ୍ୟମାନଙ୍କୁ ଖବର ଶୁଣାଇ ବେଶ୍ ଖୁସି ହୋଇ ଥାଆନ୍ତି। ମଲା ପରେ ମୋ ସମାଧି ପାଖରେ ଏହି ରେଡିଓକୁ ଥୋଇ ଦେଇ ଆସିବାକୁ ପରିବାର ଲୋକଙ୍କୁ କହିଛନ୍ତି ଅଧିକାରୀ ମଉସା।

ରେଡ଼ିଓ ପ୍ରେମୀ ଲାଲ ମୋହନ ଅଧିକାରୀ କହିଛନ୍ତି, ମୁଁ ୬୦ ବର୍ଷ ହେବ ରେଡ଼ିଓ ଶୁଣୁଛି। ମୁଁ ଯୁଆଡେ କାମ କରିବାକୁ ଯାଏ, ରେଡ଼ିଓ ନେଇ ଯାଏ। ବିଲରେ ରେଡିଓ ରଖି ଦେଇ କାମ କରେ। ମୁଁ ଟିଭି ଓ ମୋବାଇଲ ବ୍ୟବହାର କରେ ନାହିଁ, ମୁଁ ସବୁବେଳେ ରେଡିଓ ଶୁଣିଥାଏ। ରେଡିଓ ଭଲ ତ ମୁଁ ଭଲ।

ଲାଲମୋହନଙ୍କ ପତ୍ନୀ ଯଶୋଦା ଅଧିକାରୀ କହିଛନ୍ତି, ମୁଁ ତାଙ୍କୁ ବିବାହ କରିବା ପୂର୍ବରୁ ସେ ରେଡ଼ିଓ ଧରୁଛନ୍ତି। ଆମେ ଟିଭି ଓ ମୋବାଇଲ ଦେଖିବାକୁ ପସନ୍ଦ କରୁ ନାହିଁ। ସେହି ରେଡ଼ିଓରୁ ସବୁ ଶୁଣିଥାଉ।

ଅଧିକ ପଢ଼ନ୍ତୁ :ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼

Bhadrak Radio Fair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ