Advertisment

କିଲି ପଲ୍‌ଙ୍କ କଳାରେ ପୁଣି ଝୁମିଲା ସୋସିଆଲ୍ ମିଡିଆ

ଅଲି ଜାଫରଙ୍କ ଗୀତ 'ଝୁମ୍' ପୁଣି ଥରେ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି। ତାଞ୍ଜାନିଆର ସୋସିଆଲ୍ ମିଡିଆ ସେନ୍ସେସ୍ କିଲି ପଲ୍ ମଧ୍ୟ ଏହି ଗୀତରେ ଏକ ଭିଡିଓ ତିଆରି କରିବା ଠାରୁ ଦୂରେଇ ରହିପାରି ନାହାନ୍ତି। ଆସନ୍ତୁ ଦେଖିବା…

author-image
Pramod Behera
ଅଦ୍ୟତନ ହୋଇଛି
Kili Paul and his sister Neema obsessed with ali zafar

Kili Paul and his sister Neema obsessed with ali zafar

ପାକିସ୍ତାନୀ ଗାୟକ ଅଲି ଜାଫରଙ୍କ ଗୀତ 'ଝୁମ୍' ପୁଣି ଥରେ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି। ଯଦିଓ ପ୍ରେମ ପୂର୍ଣ୍ଣ ଭାବନାରେ ପରିପୂର୍ଣ୍ଣ ଏହି ଗୀତ ୧୧ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା, କିନ୍ତୁ ଏହାର 'ଯାଦୁ' ଇନ୍‌ଷ୍ଟାଗ୍ରାମରେ ବର୍ତ୍ତମାନ ଦେଖିବାକୁ ମିଳିଛି। ଇଣ୍ଟର୍‌ନେଟ୍ ଯୁଗରେ ଆଉ ଥରେ ରିଲିଜ୍ ହୋଇଥିବା ଏହି ଗୀତ ଏବେ ପ୍ରତ୍ୟେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ହେଡଲାଇନ୍ ତିଆରି କରିବା ଆରମ୍ଭ କରିଛି, ଯାହାର କ୍ରେଜ୍ ବର୍ତ୍ତମାନ ସୀମା ଅତିକ୍ରମ କରିଛି।

Advertisment

ତାଞ୍ଜାନିଆର ସୋସିଆଲ୍ ମିଡିଆ ସେନ୍ସେସ୍ କିଲି ପଲ୍ ମଧ୍ୟ ଏହି ଗୀତରେ ଏକ ଭିଡିଓ ତିଆରି କରିବା ଠାରୁ ଦୂରେଇ ରହିପାରିଲେ ନାହିଁ। ସେ ତାଙ୍କ ଭଉଣୀ ନୀମାଙ୍କ ସହ ଏହି ଗୀତର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ତାଙ୍କର ଏହି ଭିଡିଓ ମଧ୍ୟ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ବିଶେଷକରି କିଲି ପାଲଙ୍କ ଭାବ ଲୋକଙ୍କୁ ପାଗଳ କରୁଛି।

ନିକଟରେ କିଲି ପାଲ୍ ଶେୟାର କରିଥିବା ଏହି ଭିଡିଓରେ ଦେଖାଯାଉଛି ଯେ ଗୀତର ଭିତରେ ସେ ସଂପୂର୍ଣ୍ଣ ବୁଡି ଯାଇଛନ୍ତି। ସେ ପ୍ରତ୍ୟେକ ଶବ୍ଦ ସହିତ ସଂପୂର୍ଣ୍ଣ ସଠିକ୍ ଅଭିବ୍ୟକ୍ତି ପ୍ରଦାନ କରୁଛନ୍ତି। ଲିପ୍ ସିଙ୍କ୍ ମଧ୍ୟ ଏତେ ଉଚ୍ଚକୋଟିର ଯେ କିଲି ପାଲ୍ ନିଜେ ଏହି ଗୀତ ଗାଉଥିବା ଦେଖାଯାଉଛି।

Advertisment

କିଲି ତାଞ୍ଜାନିଆର ହୋଇଥିଲ ମଧ୍ୟ ହିନ୍ଦୀ ଏବଂ ଉର୍ଦ୍ଦୁ ଶବ୍ଦ ଉପରେ ତାଙ୍କର ଚମତ୍କାର ଭାବବ୍ୟକ୍ତ ତାଙ୍କ ପ୍ରଶଂସକମାଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଯଦିଓ ତାଙ୍କ ଭଉଣୀ ସେଠାରେ ଥାଇ ବି ଲିପ୍ ସିଙ୍କ୍ କରୁନାହାଁନ୍ତି, କିନ୍ତୁ ତାଙ୍କ ହସ ଅତ୍ୟନ୍ତ ହୃଦୟସ୍ପର୍ଶୀ ହେଉଛି। ୨ ଲକ୍ଷ ୨୩ ହଜାରରୁ ଅଧିକ ଲୋକ କିଲି ପାଲଙ୍କ ଏହି ଭିଡିଓକୁ ପସନ୍ଦ କରିଛନ୍ତି।

କେବଳ କିଲି ପାଲ ନୁହଁନ୍ତି, ଅନ୍ୟ ଇନଷ୍ଟାଗ୍ରାମର ଇନ୍‌ଫ୍ଲୁଏନ୍ସର୍ସମାନେ ମଧ୍ୟ ଅଲି ଜାଫରଙ୍କ ଗୀତ 'ଜୁମ୍' କୁ ନେଇ ପାଗଳ ହୋଇଛନ୍ତି। ଏହି କ୍ରେଜ୍‌ରୁ ଅନୁମାନ କରାଯାଇ ପାରେ ଯେ ଗୀତର ପୁନଃ ରିଲିଜ୍ ହେବାର ୧୦ ଦିନ ମଧ୍ୟରେ ଇନ୍‌ଷ୍ଟାଗ୍ରାମରେ ଏହାର ଅନେକ ଭିନ୍ନ ଭିନ୍ନ ଭିଡିଓ ପ୍ରସ୍ତୁତ ହୋଇଛି। ଅଲି ଜାଫର ନିଜେ ଏହି ଭିଡିଓଗୁଡ଼ିକୁ କମ୍ପାଇଲ୍ କରି ଏକ ନୂଆ ଭିଡିଓ ମଧ୍ୟ ରିଲିଜ୍ କରିଛନ୍ତି। ଏହି ଗୀତ ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା, ସେତେବେଳେ ମଧ୍ୟ ଏହା ପାକିସ୍ତାନରେ ସବୁଠାରୁ ଶୀର୍ଷରେ ଥିଲା।

Viral Video
Advertisment
Advertisment