Advertisment

ଭୋଭୋ ହୋଇ କାନ୍ଦୁଛି ମାଆ, ପୁଅ ଜୀବନ ହାରିଲା ସତ ହେଲେ ଦୁଇ ଜଣଙ୍କୁ ଦେଖାଇଲା ନୂଆ ଦୁନିଆ

ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?

ଅଦ୍ୟତନ ହୋଇଛି
Human Interest

Human Interest

Advertisment

ପୁଅକୁ ଝୁରି ଝୁରି ମୁଣ୍ଡ ବାଡେଇ କାନ୍ଦୁଛି ମାଆ । ଧନ ତୁ କୁଆଡେ ଗଲୁରେ, ମତେ କାହିଁକି କନ୍ଦେଇ ଦେଇ ଗଲୁରେ ? ଏମିତି କେତେ କଣ କହି କହି ଚେତା ହାରିଦେଉଛି ମାଆ । ଯେତେ ବୁଝେଇଲେ ସେ ବୁଝିବାକୁ ନାରାଜ । ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?

Advertisment

ପୁଅ ସିନା ଚାଲିଗଲା, ହେଲେ ସେ ଯେଉଁ ବିରାଟ କାମ କରିଦେଇଗଲା ତା’କୁ ନେଇ ନିଶ୍ଚୟ ଏଇ ମାଆଟି ଗର୍ବ କରୁଥିବ । ସାପ କାମୁଡାରେ ଜୀବନ ହାରିଥିବା ପୁଅ ନିଜର ଆଖି ଦୁଇଟିକୁ ଦାନ କରିଦେଇଗଲା । ଆଉ ସେଇ ଆଖିରେ ଏବେ ଦୁଇଜଣ ନୂଆ ଦୁନିଆ ଦେଖିବେ । ହେଲେ ଏ ଖୁସି ଚାଲିଯାଇଥିବା ଶୁଭମର ମାଆ ଉପରେ କିଛି ପ୍ରଭାବ ପକାଉନି । ତା ମୁହଁରେ ଗୋଟିଏ କଥା, ଧନ ତୁ ମୋ କୋଳକୁ ଫେରି ଆସେ । ମୁଁ କିଛି ଚାହୁଁନି, ଖାଲି ତତେ ଟିକିଏ ଗେଲ କରିବାକୁ ଚାହେଁ ।

ମାଆର ଏଭଳି ଚିତ୍କାର ଓ କାନ୍ଦିବାର ଦ୍ୟୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି ତରଳିଯିବ । ଆପଣଙ୍କ ଛାତି ଫାଟିଯିବ । ଆଉ ଆପଣଙ୍କ ଆଖିରୁ ଦୁଇ ଟୋପା ଲୁହ ନିଶ୍ଚୟ ଝରିଆସିବ । ଆଉ ଆପଣ ବି କହିବେ ଏମିତି ଦୁଃଖ ଭଗବାନ ଶତ୍ରୁକୁ ବି ନଦିଅନ୍ତୁ । ପୁଅକୁ ହରାଇ ମାଟିରେ ମୁଣ୍ଡ ପିଟି ପିଟି କାନ୍ଦୁଥିଲା ମାଆ । ସେ ଜାଣିଛି ପୁଅ ଆଉ ଫେରିବନି ହେଲେ ମନ କିନ୍ତୁ ବୁଝୁନଥାଏ । ଗୋଟିଏ ପଟେ ଶୁଭମର ଚିତା ଜଳୁଛି ଅନ୍ୟପଟେ ସେ ଶୁଭମର ଦୁଇ ଆଖି ଅନ୍ୟ ଦୁଇ ଜଣଙ୍କୁ ନୂଆ ଦୁନିଆ ଦେଖାଉଛି ।

Advertisment

ଶୁଭମର ମାଆଙ୍କ କହିବା ଅନୁସାରେ, ରାତିରେ ଖାଇ ପିଇ ସମସ୍ତେ ଶୋଇବା ପରେ ହଠାତ୍‌ ଶୁଭମ ଉଠି ପେଟ ଆଉ ମୁଣ୍ଡ କଣ ହେଉଛି ବୋଲି କହି କାନ୍ଦିଲା । ସାଙ୍ଗେ ସାଙ୍ଗେ ମେଡିକାଲକୁ ନେଇ ଥିଲେ ପରିବାର ଲୋକ । ଇଂଜେକସନ୍‌ ଦେବା ପରେ ବି ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ତେଣୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ ଶୁଭମକୁ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ପରିବାର ଲୋକ ଶୁଭମଙ୍କ ପାଇଁ ନେଇଥିଲେ ବଡ ନିଷ୍ପତ୍ତି । ପରିବାରର ନିଷ୍ପତ୍ତି ଅନୁଯାୟୀ ଶୁଭମର କରାଯାଇଥିଲା ଚକ୍ଷୁଦାନ । ମାତ୍ର ସପ୍ତମ ଶ୍ରେଣୀର ଛାତ୍ର ଚକ୍ଷୁଦାନ କରିଥିବାରୁ ସବୁଆଡୁ ମିଳୁଛି ପ୍ରଶଂସା । ହେଲେ ମାଆ କୋଳ ଖାଲି କରିଦେଇ ଶୁଭମ୍‌ ଚାଲିଯାଇଥିବାରୁ ପୁଅକୁ ଝୁରି ଝୁରି ମୁଣ୍ଡ ପିଟି କାନ୍ଦୁଛି ମାଆ । ଶୁଭମ ସିନା ଚାଲିଗଲା ହେଲେ ଦୁନିଆ ପାଇଁ ସେ ଅମର ହୋଇ ରହିଲା ।

(ରିପୋର୍ଟ- ଦ୍ୱିତିକୃଷ୍ଣ ପଟ୍ଟନାୟକ, ପିପିଲି)

Human Interest Eye Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ