Advertisment

ମରିଗଲେ ଭାବି ଶୁଦ୍ଧିକ୍ରିୟା କରିଥାଆନ୍ତେ, ହଠାତ୍ ଆସି ପହଞ୍ଚିଲେ ସ୍ୱାମୀ

ଦାଦନ ଯିବା ଆଗରୁ ବିଶ୍ୱମ୍ବର ଘରେ ରହି ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବଡଭାଇ ତାଙ୍କୁ କଟକ ନେଇ ଅସ୍ତ୍ରୋପଚାର କରାଇଥିଲେ ।  ଭଲ ହେବା ପରେ କିଛି ବର୍ଷ ପାଇଁ ଭାରି କାମ ନକରିବାକୁ ଡାକ୍ତର ପରମର୍ଶ ଦେଇଥିଲେ, କିନ୍ତୁ କାମଧନ୍ଦା ନକରି ଘରେ ବସି ରହିବା ଫଳରେ ସ୍ତ୍ରୀ ଓ ୪ଟି ଛୋଟ ପିଲା ଖାଇବାକୁ ହଇରାଣ ହେଲେ।

ଅଦ୍ୟତନ ହୋଇଛି
Jajpur Missing Man Returns After 22 Years

After 22 Yrs

Advertisment

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ.. ଦୀର୍ଘ ୨୨ ବର୍ଷ ପରେ ନିଖୋଜ ସ୍ୱାମୀକୁ ଫେରି ପାଇଛନ୍ତି ସ୍ତ୍ରୀ ।  ଛୁଆ ପିଲା ପରିବାରକୁ ଅଭାବ ଅନାଟନରେ ଦେଖି ସହି ନପାରି ଦାଦନ ଖଟିବାକୁ ବାହାରକୁ ଯାଇ ନିଖୋଜ ହୋଇଯାଇଥିଲେ । ୨୨ ବର୍ଷ ପରେ ଏମିତି ଫେରିବେ ବୋଲି କେହି ଆଶା ବି କରିନଥିଲେ ।  ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଅଧିକ ପଢ଼ନ୍ତୁ: ସରିଥିଲା ଶୁଦ୍ଧିକ୍ରିୟା, ୨୫ ବର୍ଷ ପରେ ଘରକୁ ଫେରିଲେ ମାଆ

ବିଶ୍ୱମ୍ବର ରାଉତ, ବୟସ ୫୫ ହେଲାଣି । ୩୩ ବର୍ଷ ବୟରେ ସେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ ଯେ ଆଜି ଯାଏ ନିଖୋଜ ଥିଲେ । ବର୍ଷବର୍ଷ ଧରି ଖୋଜାଖୋଜି ପରେ ବି ବିଶ୍ୱମ୍ବରଙ୍କ କୌଣସି ପତ୍ତା ମିଳିଲାନି । ଅନେକ ବର୍ଷର ଅପେକ୍ଷା ପରେ ପରିବାର ଲୋକେ ଶୁଦ୍ଧିକ୍ରିୟା କରିବାକୁ ଚିନ୍ତା କରୁଥିଲେ କିନ୍ତୁ ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା ।୨୨ ବର୍ଷର ବିଚ୍ଛେଦ ପରେ ଏବେ ଘରକୁ ଫେରିଛନ୍ତି ବିଶ୍ୱମ୍ୱର ।  ଆରି ଭିତରେ କିନ୍ତୁ ବଦଳିଯାଇଛି ବିଶ୍ୱମ୍ବରଙ୍କ ଦୁନିଆ । ଛୁଆ ପିଲା ସବୁ ବଡ଼ ବଡ଼ ହୋଇଗଲେଣି, ଝିଅ ବାହାଘର ସରିଛି । ନାତି ନାତୁଣୀ ହେଲେଣି...ପୂରା ପରିବାର ବିଶ୍ୱମ୍ବରଙ୍କୁ ମିଠା ଖୁଆଇ ଘରକୁ ପାଛୋଟି ନେଇଛି । 

ଦାଦନ ଯିବା ଆଗରୁ ବିଶ୍ୱମ୍ବର ଘରେ ରହି ମୁଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଲା ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବଡଭାଇ ତାଙ୍କୁ କଟକ ନେଇ ଅସ୍ତ୍ରୋପଚାର କରାଇଥିଲେ ।  ଭଲ ହେବା ପରେ କିଛି ବର୍ଷ ପାଇଁ ଭାରି କାମ ନକରିବାକୁ ଡାକ୍ତର ପରମର୍ଶ ଦେଇଥିଲେ କିନ୍ତୁ କାମଧନ୍ଦା ନକରି ଘରେ ବସି ରହିବା ଫଳରେ ସ୍ତ୍ରୀ ଓ ୪ଟି ଛୋଟ ପିଲା ଖାଇବାକୁ ହଇରାଣ ହେଲେ । ପିଲାଙ୍କ ଦୁଃଖ ସହି ନପାରି ସେ ସଂମ୍ପର୍କୀୟଙ୍କ ସହ ଦାଦନ ଖଟିବାକୁ ସୁଦୁର ମୁମ୍ବାଇ ଚାଲିଗଲେ । ମୁମ୍ବାଇରେ ବିଶ୍ୱମ୍ବର ନିଖୋଜ ହୋଇଯାଇଥିଲେ । ତାଙ୍କ ସମ୍ପର୍କିୟ ସେଠାରେ ବହୁ ଖୋଜା ଖୋଜି କରି ତାଙ୍କୁ ପାଇ ନଥିଲେ । ପରେ ପରିବାର ମଧ୍ୟ ମୁମ୍ବାଇ ଯାଇ ୧୫ ଦିନ ରହି ପୁଅକୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନିରାଶ ହୋଇ ଘରକୁ ଫେରିଥିଲେ ଏବେ ଦୀର୍ଘ ୨୨ ବର୍ଷ ପରେ ପରିବାର ଲୋକଙ୍କୁ ସ୍ୱପ୍ନରେ ଦେଖି ଘରକୁ ଫେରିଆସିଛନ୍ତି ବିଶ୍ୱମ୍ବର ।

Advertisment

ଦୀର୍ଘ ବର୍ଷ ପରେ ବିଶ୍ୱମ୍ବର ଘରକୁ ଫେରିଆସି ଏବେ ପରିବାର ସହିତ ବେଶ ଖୁସିରେ ଜୀବନ ଯାପନ କରୁଛନ୍ତି । ସେ ନିଖୋଜ ରହିବା ବେଳେ ତାଙ୍କ ପତ୍ନୀ ଓ ପିଲାଛୁଆ ବଡଭାଇଙ୍କ ପାଖରେ ରହିଆସୁଥିଲେ । ବାହାର ରାଜ୍ୟରେ ବହୁ ବର୍ଷ ଧରି ରହିବା ପରେ ଏବେ ବିଶ୍ୱମ୍ବର ଖଣ୍ଡି ଓଡିଆରେ କଥା ହେଉଛନ୍ତି। ତାଙ୍କୁ ପାଖରେ ପାଇ ପରିବାର ଓ ପଡୋଶୀ ଲୋକେ ବେଶ ଖୁସି । 

(ଯାଜପୁରରୁ ଗୁଲାମ ଗସଙ୍କ ରିପୋର୍ଟ)

Missing Man Return Missing Man In Odisha Missing Man Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ