Astrospeak
  • Live TV
  • Read In English

Divya Tanwar's UPSC Success Story: ପ୍ରଥମ ପ୍ରୟାସରେ ଆଇପିଏସ ଏବଂ ଦ୍ଵିତୀୟ ପ୍ରୟାସରେ ଆଇଏଏସ

ଦିବ୍ୟାଙ୍କ କାହାଣୀ ଦାରିଦ୍ର୍ୟ, ସଂଘର୍ଷ, ପ୍ରେରଣା ଏବଂ ସଫଳତାର ଏକ ସଠିକ୍ ଉଦାହରଣ । ଦୃଢ଼ ନିଷ୍ପତ୍ତି ଏବଂ ତାଙ୍କ ସଫଳତା ରାସ୍ତାରେ ଆସୁଥିବା ବାଧାକୁ ଅତିକ୍ରମ କରି ଅସମ୍ଭବକୁ ସମ୍ଭବକରି ଦେଖାଇଛନ୍ତି ଦିବ୍ୟା ।

Success Twice
ଡବଲ୍ ସଫଳତା, ଥରେ IPS ଥରେ IAS ।

କଠିନ ପରିଶ୍ରମ ଆଣିଦିଏ ସଫଳତା । ବେଳେ ବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡିଥାଏ । ଆଉ ଏହି ବାଧା ବିଘ୍ନକୁ ଗୋଡ଼ରେ ଆଡେଇ ୟୁପିଏସିରେ କୃତକାର୍ଯ୍ୟ ହୋଇଛନ୍ତି ଅନେକ ପରିଶ୍ରମୀ ଛାତ୍ରଛାତ୍ରୀ । କିଏ ନିଜ ଅଭିଭାବକଙ୍କ ସ୍ବପ୍ନକୁ ପୂରଣ ପାଇଁ ଭୋକ ଉପାସରେ ରହି ପାଠ ପଢିଛି ତ ଆଉ କିଏ ନିଜକୁ ସମାଜ ଆଗରେ ପ୍ରମାଣିତ କରିବା ଲାଗି ରାତି ରାତି ଅନିଦ୍ରା ହୋଇଛି । ଦୃଢ ମନୋବଳ,ଆତ୍ମବିଶ୍ବାସ,ନିଷ୍ଠା, ସଂକଳ୍ପର ପ୍ରତିଫଳନ ଅନେକ ସମୟରେ ସଫଳତାରେ ଝଲସି ଉଠିଛି।

ନିଜ ଆବଶ୍ୟକତା, ପ୍ରେରଣାକୁ ନେଇ ଦୃଢମନା ହୋଇ ଲକ୍ଷ୍ୟପଥରେ ଆଗେଇ ଅନେକ ଆଶାୟୀ ପାଇଛନ୍ତି ସଫଳତା । କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସସିରେ କଠିନ ପରିଶ୍ରମ ଦ୍ୱାରା ପ୍ରଥମ ପ୍ରୟାସରେ IPS ଏବଂ ଦ୍ୱିତୀୟ ପ୍ରୟାସରେ IAS ଭାବେ କୃତକାର୍ଯ୍ୟ ହୋଇଥିବା ସେହିଭଳି ଜଣେ ଛାତ୍ରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ସମ୍ପର୍କରେ ଆସନ୍ତୁ ଜାଣିବା...

ଦିବ୍ୟା ତନୱର ହେଉଛି ଏମିତି ଏକ ନାଁ, ଯାହା ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ପ୍ରେରଣା ସାଜିଛି । ହରିୟାଣାର ଏକ ଛୋଟ ଗାଁ ନିମ୍ବିର ବାସିନ୍ଦା ହେଉଛନ୍ତି ଦିବ୍ୟା ତନୱର । ସେ ମାତ୍ର ୨୩ ବର୍ଷ ବୟସରେ ଜଣେ ଆଇପିଏସ୍ ଅଧିକାରୀ ହେବାର ସଫଳତା ଅର୍ଜନ କରିଥିଲେ । ସେ ମାତ୍ର ୨୩ ବର୍ଷ ବୟସରେ ଆଇପିଏସ୍ ହେବା ସହ ଦେଶର ସବୁଠାରୁ କମ୍ ବୟସର ଆଇପିଏସ୍ ଅଧିକାରୀ ହୋଇଥିଲେ । ଏହା ପରେ ମଧ୍ୟ ନିଜର ସ୍ବପ୍ନ ପୂରଣ କରିବାକୁ ପରିଶ୍ରମ ଜାରି ରଖିଥିଲେ । ଆଉ ପରିଶ୍ରମର ଫଳ ସ୍ୱରୂପ ଆଇଏଏସ୍ ଭାବେ ମଧ୍ୟ ସଫଳତା ପାଇଥିଲେ ।

ଅଧିକ ପଢ଼ନ୍ତୁ: IAS ପାଇ ବାପାଙ୍କୁ ବଳିଗଲା ଝିଅ, ଭାବବିହ୍ୱଳ ହେଲେ IFS ଅଧିକାରୀ ଶିଶିର ରଥ 

ଦିବ୍ୟାଙ୍କ କାହାଣୀ ଦାରିଦ୍ର୍ୟ, ସଂଘର୍ଷ, ପ୍ରେରଣା ଏବଂ ସଫଳତାର ଏକ ଅନନ୍ୟ ମିଶ୍ରଣ । ଦୃଢ଼ ନିଷ୍ପତ୍ତି ଏବଂ ତାଙ୍କ ସଫଳତା ରାସ୍ତାରେ ଆସୁଥିବା ବାଧାକୁ ଅତିକ୍ରମ କରି ଅସମ୍ଭବକୁ ସମ୍ଭବକରି ଦେଖାଇଛନ୍ତି ଦିବ୍ୟା । ଦିବ୍ୟା ତନୱର ମହେନ୍ଦ୍ରଗଡ଼ ଜିଲ୍ଲାର ନିମ୍ବି ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟ ଥିବା ବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା । ଫଳରେ ତାଙ୍କ ମାଆ ବବିତା ତନୱାର ପରିବାର ଚଳେଇବା ପାଇଁ ଶ୍ରମିକ ଭାବରେ କାମ କରିଥିଲେ ।

ଦିବ୍ୟା ନିଜର ପ୍ରାଥମିକ ଶିକ୍ଷା ନବୋଦୟ ବିଦ୍ୟାଳୟରେ ପଢ଼ିବା ପରେ ବି.ଏସ.ସି. ଡିଗ୍ରୀ ହାସଲ କରିଥିଲେ । ପରେ ଦିବ୍ୟା UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୧ ମସିହାରେ, ମାତ୍ର ୨୧ ବର୍ଷ ବୟସରେ, ଦିବ୍ୟା ପ୍ରଥମ ଥର ପାଇଁ UPSC ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ୪୩୮ ରାଙ୍କ ହାସଲ କରି ସେ ଦେଶର ସବୁଠାରୁ ଯୁବ IPS ଅଧିକାରୀ ହୋଇଥିଲେ । କିନ୍ତୁ, ସେ ଜଣେ IAS ଅଧିକାରୀ ହେବାକୁ ଚାହୁଁଥିଲେ । ତେଣୁ ସେ ପୁଣି ପ୍ରସ୍ତୁତି ଜାରି ରଖିଥିଲେ ।

ସେ ପୁଣି ଥରେ UPSC ପରୀକ୍ଷା ଦେବା ସହ ନିଜ ସ୍ବପ୍ନ ପୂରଣ କରିଥିଲେ । ୧୦୫ ରାଙ୍କ ହାସଲ କରି ଦିବ୍ୟା ବନିଯାଇଥିଲା IAS । ଏଭଳି ସଫଳତା ପାଇବା ପରେ ଦିବ୍ୟା ସମଗ୍ର ଦେଶ ପାଇଁ ପାଲଟିଯାଇଛନ୍ତି ଉଦାହରଣ ।

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା UPSC ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର