Advertisment

ତିନି ଝିଅଙ୍କ ସଫଳତାର କାହାଣୀ: ଦିନରେ ପାଠପଢା, ସନ୍ଧ୍ୟାରେ ଫାଷ୍ଟଫୁଡ୍ ଷ୍ଟଲ

ପାଠ ପଢିବାକୁ ଉଭୟଙ୍କ ଆଗ୍ରହ, ଦିନେ ବି କ୍ଲାସ୍ ମିସ୍ ହୁଏନି। ଘରେ ବି ପାଠ ପଢନ୍ତି। ହେଲେ ପାଠପଢା ସହ ଆତ୍ମନିର୍ଭରଶୀଳ ହେବାକୁ ଉଭୟଙ୍କ ଥିଲା ଇଚ୍ଛା।

undefined

Inspiring girl students

Advertisment

ସନ୍ଧ୍ୟା ହେଲେ ବଡଦାଣ୍ଡର ରାସ୍ତାକଡ ରଙ୍ଗୀନ ଛତା ତଳେ ଜଳିଉଠେ ଲାଇଟ୍। ଫାଷ୍ଟଫୁଡ୍ ଷ୍ଟଲରେ ଭିଡ ଲାଗିଯାଏ ଗ୍ରାହକଙ୍କର ଗରମ ତେଲରେ ଛଣାହୁଏ ସ୍ପ୍ରିଙ୍ଗ ପଟାଟୋ। ଗରମ ଘୁଗୁନି ସାଙ୍ଗକୁ ମସାଲା ପାମ୍ପଡର ମହକ। ରାସ୍ତାକଡରେ ଛୋଟିଆ ଫାଷ୍ଟଫୁଡ୍ ଦୋକାନ ଅନେକଙ୍କ ପାଇଁ କିଛି ନୂଆ କଥା ନୁହେଁ, ହେଲେ ଏହି ଛତା ତଳେ ରହିଛି ଗୋଟିଏ ପ୍ରେରଣାଦାୟୀ କାହାଣୀ। ତିନି ଝିଅଙ୍କ ସ୍ୱାଭିମାନ ଓ ସଫଳତାର କାହାଣୀ। ଆଳୁକୁ ମେସିନରେ ସ୍ପ୍ରିଙ୍ଗ କରି ଛାଣୁଥିବା ଜଣେ ଝିଅ ସୀମା ମହାନ୍ତ। ଆଉ, ସୀମାଙ୍କ କାନ୍ଧରେ କାନ୍ଧ ମିଶାଇ ଗ୍ରାହକଙ୍କୁ ଗରମ ଘୁଗୁନି ପରସିଦେଉଥିବା ଆଉ ଜଣେ ହେଲେ ଶୁଭଶ୍ରୀ ମହାନ୍ତି। ସକାଳେ ଏହି ରାସ୍ତାରେ ଉଭୟେ କଲେଜ୍ ଯାଆନ୍ତି, ସନ୍ଧ୍ୟାରେ ଖୋଲନ୍ତି ସୁଆଦିଆ ଫାଷ୍ଟଫୁଡ୍ ଷ୍ଟଲ୍।

Advertisment

ସୀମା, ବାରିପଦା ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି କଳା ଛାତ୍ରୀ ଆଉ ଶୁଭଶ୍ରୀ ପଢୁଛନ୍ତି ବାରିପଦା ଏମପିସି କଲେଜରେ। ପାଠ ପଢିବାକୁ ଉଭୟଙ୍କ ଆଗ୍ରହ, ଦିନେ ବି କ୍ଲାସ୍ ମିସ୍ ହୁଏନି। ଘରେ ବି ପାଠ ପଢନ୍ତି। ହେଲେ ପାଠପଢା ସହ ଆତ୍ମନିର୍ଭରଶୀଳ ହେବାକୁ ଉଭୟଙ୍କ ଥିଲା ଇଚ୍ଛା। ସେମାନଙ୍କ ଏହି ଇଚ୍ଛାକୁ ସୁଯୋଗରେ ପରିଣତ କରିଥିଲେ ବିଷ୍ଣୁପ୍ରିୟା। ଡିପ୍ଲୋମା ସହ ଏମବିଏ ପଢୁଆ ଛାତ୍ରୀ ତିନି ଜଣ ମିଶି ଖଣ୍ଡିଏ ଟେବୁଲରେ ଆରମ୍ଭ କରିଥିଲେ ଦୋକାନ ଏବେ ସାରା ବାରିପଦାରେ ପରିଚିତ। ସେମାନଙ୍କ ହାତ ତିଆରି ସୁଆଦିଆ ସ୍ପ୍ରିଙ୍ଗ ପଟାଟୋ।

ପାଠପଢିବା ସହ ଦୋକାନରୁ ଦୁଇ ପଇସା ରୋଜଗାର କରି ନିଜ ଗୋଡରେ ଠିଆ ହୋଇଛନ୍ତି ସୀମା, ଶୁଭଶ୍ରୀ ଓ ବିଷ୍ଣୁପ୍ରିୟା। ଆଗକୁ ବ୍ୟବସାୟ ବଢିଲେ ଅନ୍ୟମାନଙ୍କୁ ରୋଜଗାର ଦେବାକୁ ବି ଲକ୍ଷ୍ୟ ରଖିଛନ୍ତି।  

Advertisment

(ରିପୋର୍ଟ: ମାଣିକଲାଲ ପାଣି, ବାରିପଦା)

Inspiring Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ