Dog's Funeral Ceremony
କୁହାଯାଏ, କୁକୁର ସବୁଠୁ ବିଶ୍ୱସ୍ତ ପ୍ରାଣୀ । ଏହାର ଅନେକ ଉଦାହରଣ ମଧ୍ୟ ଦେଖିବାକୁ ମିଳେ । ସେଭଳି ଏକ କୁକୁର ଥିଲା କାଳୁ । ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ ବର୍ଷ ଧରି କଲୋନୀର ପ୍ରହରୀ ଭଳି ଜଗି ରହୁଥିଲା । ଏବେ ସେହି ବିଶ୍ୱସ୍ତ କୁକୁର ଚାଲିଯିବା ପରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଲୋନୀ ବାସିନ୍ଦା । ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଇନ୍ଦୋରରୁ । କୁକୁରର ଏଗାର ଦିନ ପାଳିଛନ୍ତି କଲୋନୀବାସୀ ।
କୁକୁର ଫଟୋରେ ଫୁଲ ମାଳ ପଡିଛି, ବିଭିନ୍ନ ଖାଦ୍ୟ ପରସା ଯାଇଛି । ଆଉ ଏପଟେ ନିରାମ ପାଳିଥିବା କଲୋନୀ ବାସିନ୍ଦା ଲଣ୍ଡା ହେଉଛନ୍ତି । ଲଣ୍ଡା ହେଉ ହେଉ କାଳୁର ସ୍ମୃତିକୁ ମନେ ପକାଇ କୋହ ସମ୍ଭାଳି ପାରୁନାହାନ୍ତି, କାନ୍ଦି ପକାଉଛନ୍ତି । ସେ କେବଳ ପଶୁ ନଥିଲା, ଆମ କଲୋନୀର ଜଣେ ସଦସ୍ୟ ଥିଲା ବୋଲି କହୁଛନ୍ତି । ସେପଟେ ଅନ୍ୟ କୁକୁରମାନେ ମଧ୍ୟ କାଳୁର ଏକାଦଶହକୁ ଆସିଛନ୍ତି । ଥାଳି ତାଟିଆରେ ସେମାନଙ୍କୁ ଖାଇବାକୁ ଦେଇଛନ୍ତି କଲୋନୀବାସୀ ।
ଅଧିକ ପଢ଼ନ୍ତୁ: IAS ପାଇ ବାପାଙ୍କୁ ବଳିଗଲା ଝିଅ, ଭାବବିହ୍ୱଳ ହେଲେ IFS ଅଧିକାରୀ ଶିଶିର ରଥ
କଲୋନୀ ବାସିନ୍ଦାଙ୍କ କହିବା କଥା ହେଲା, କାଳୁ ଏହି କଲୋନୀରେ ହିଁ ଜନ୍ମ ହୋଇଥିଲା । ଦୀର୍ଘ ୧୫ ବର୍ଷ ଧରି ତା ସହ ସ୍ନେହର ସମ୍ପର୍କ। କାଳୁ ଭାରି କେୟାରିଂ, ସମସ୍ତଙ୍କ ପାଖେ ପାଖେ ରହୁଥିଲା, ରାତିରେ ପୂରା କଲୋନୀକୁ ଜଗୁଥିଲା। କୌଣସି ବାହାର ଲୋକଙ୍କୁ କଲୋନୀ ଭିତରକୁ ପଶାଇ ଦେଉନଥିଲା । ସମସ୍ତେ ତାକୁ ଖୁବ୍ ଭଲ ପାଉଥିଲେ ।
ହେଲେ ହଠାତ୍ ତା ଦେହ ଖରାପ ହୋଇଗଲା, ଆଇସିୟୁରେ ଭର୍ତ୍ତି କରିବା ସତ୍ତ୍ୱେ କାଲୁ ଆର ପାରିକୁ ଛାଡ଼ି ଚାଲିଯାଇଛି । ସତରେ, ଏଠି ଏକାଦଶାହ ପାଳନ ହିଁ ସୂଚାଉଛି, ମଣିଷ ଆଉ ପଶୁର ସମ୍ପର୍କ କେତେ ନିବିଡ଼।
(ବ୍ୟୁରୋ ରିପୋର୍ଟ, ଓଟିଭି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746463110.jpg)