• Astrospeak
  • Live TV
  • Read In English

Entrepreneur: ଟଙ୍କା ଅଛି ଉପଭୋଗ କରିପାରୁନି, ଅନେକ ଘଣ୍ଟା ଧରି କାମ କରିବାକୁ ପଡୁଛି

ଏହି ପୋଷ୍ଟଟି ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା, ତାଙ୍କ ସଫଳତା ପାଇଁ ଅନେକ ପ୍ରଶଂସା କଲେ। ତଥାପି ଜଣେ ୟୁଜର ପଚାରିଲେ ଆପଣ ଖୁସି ଅଛନ୍ତି ସେ କହିଥିଲେ ନା ।

Entrepreneur
Entrepreneur

ବର୍ଷକୁ କୋଟିଏ ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ଖୁସି ନାହାନ୍ତି । ଏଭଳି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଭାରତରେ ଜଣେ ୨୮ ବର୍ଷୀୟ ଉଦ୍ୟୋଗୀ ବାର୍ଷିକ ୧ କୋଟି ଟଙ୍କା ରୋଜଗାର କରିବା ସତ୍ତ୍ୱେ କିପରି ଖୁସି ନାହାନ୍ତି ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚ।ର ପ୍ରସଙ୍ଗ ପାଲଟିଛି ।

ଏକ ସୋସିଆଲ ସାଇଟରେ ସେ ନିଜର ଜୀବନ ଯାତ୍ରା ଉପରେ ଲେଖିଛନ୍ତି । ଏଥିରେ ନିଜର ବେଡରୁମର ଫଟୋ ବି ଦେଇଛନ୍ତି । ଲେଖିଛନ୍ତି ମୋ ପାଖରେ ଏକ ଭଲ ପ୍ରିମିୟମ୍ କାର ଅଛି, ବିଦେଶ ଯାତ୍ରା ବି କରିଛି, ୨ କୋଟି ଟଙ୍କାରପାଣ୍ଠି ଅଛି ଏବଂ ଏବେ ଏକ ବଙ୍ଗଳା କିଣିବା ପାଇଁ ଟଙ୍କା ସଂଗ୍ରହ କରୁଛି ।

ଏହା ଉପରେ ଜଣେ ୟୁଜର କମେଣ୍ଟରେ ଲେଖିଥିଲେ ଆପଣ ଖୁସି ଅଛନ୍ତି କି ନାହିଁ । ବ୍ୟବସାୟୀ ଜଣକ ରିପ୍ଲାଏରେ ଲେଖିଥିଲେ ନା’ ମୁଁ ଖୁସି ନାହିଁ ।

୨୮ ବର୍ଷୀୟ ଉଦ୍ୟୋଗୀ ଜଣକ ଲେଖିଛନ୍ତି "ମୁଁ ନିମ୍ନ ମଧ୍ୟବିତ୍ତ ବର୍ଗରୁ ଆସିଛି । ଦ୍ବାଦଶ ପରେ ମୁଁ ସ୍କଲାରସିପ୍ ସହିତ CA କଲି । ୨୦୧୭ରେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରି ୧ ଲକ୍ଷ ଟଙ୍କା ବିନିଯୋଗ କରିଥିଲି। ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲି। ୨୦୨୦ରେ କୋଭିଡ୍ ପିକ୍ ସମୟରେ ମୁଁ ମୋର ସିଏ ଫାଇନାଲ ଇୟରରେ ଥିଲି । ମୋର ପରୀକ୍ଷା ସ୍ଥଗିତ ହୋଇଗଲା ।

ପରେ ମୁଁ ଏକ ଅନଲାଇନ୍ ସେବା ଆଧାରିତ ବ୍ୟବସାୟ ଆରମ୍ଭ କଲି । କେବଳ ଇନଷ୍ଟାଗ୍ରାମ ମାର୍କେଟିଂ ଦ୍ୱାରା ଗୋଟିଏ ଟଙ୍କାବି ବିନିଯୋଗ ନକରି ପ୍ରତି ମାସରେ ୧-୨ ଲକ୍ଷ ଟଙ୍କା ରୋଜଗାର କରିବା ଆରମ୍ଭ କଲି ।

ମୁଁ ଅନେକ ବ୍ୟବସାୟ କରୁଛି । ଏହି ଜୁନରେ ଦୁବାଇରେ ବ୍ୟବସାୟ ଆରମ୍ଭ କରିଛି । ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି। ସବୁଠାରୁ ବଡ଼ କଥା ହେଉଛି ମୁଁ କେବେ ମୋ ନିଜସ୍ୱ ଟଙ୍କାରୁ ଗୋଟିଏ ଟଙ୍କା ବିନିଯୋଗ କରିନାହିଁ । କେବଳ ବ୍ୟବସାୟ ଆୟରୁ ପୁନଃନିବେଶ କରିଛି ଏବଂ କୌଣସି ଋଣ କରିନାହିଁ ।

ଏହି ପୋଷ୍ଟଟି ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା, ତାଙ୍କ ସଫଳତା ପାଇଁ ଅନେକ ପ୍ରଶଂସା କଲେ। ତଥାପି ଜଣେ ୟୁଜର ପଚାରିଲେ ଆପଣ ଖୁସି ଅଛନ୍ତି ସେ କହିଥିଲେ ନା ।

ଉଦ୍ୟୋଗୀ ଜଣକ କହିଛନ୍ତି ପୂର୍ବରୁ ଖୁସି ଥିଲି କିନ୍ତୁ ଏବେ ସବୁବେଳେ ଚାପଗ୍ରସ୍ତ ରହୁଛି ।ସତ କହିବାକୁ ଗଲେ... ବହୁତ ଖୁସି ନୁହଁ। ମୁଁ ଜଣେ ମଜାଳିଆ ବ୍ୟକ୍ତି ଥିଲି । ଏବେ ଚାପଗ୍ରସ୍ତ। ସ୍ୱାସ୍ଥ୍ୟ ଖରାପ। ଟଙ୍କା ଅଛି କିନ୍ତୁ ଉପଭୋଗ କରିପାରୁନାହିଁ କିମ୍ବା ବୁଲିବାକୁ ଯାଇ ପାରୁନାହି। ଅନେକ ଘଣ୍ଟା ଧରି କାମ କରିବାକୁ ପଡୁଛି