• Astrospeak
  • Live TV
  • Read In English

Put Hand Behind Back: ହାତକୁ ପଛ କରି ଚାଲୁଛନ୍ତି କି? ଜାଣନ୍ତୁ ଆପଣଙ୍କ ସ୍ୱଭାବ ବିଷୟରେ କଣ କୁହନ୍ତି ମନସ୍ତତ୍ତ୍ବବିତ

ହାତକୁ ପଛ କରି ଚାଲୁଥିବା ବ୍ୟକ୍ତିମାନେ ଆତ୍ମବିଶ୍ୱାସୀ ହୋଇଥାନ୍ତି ଓ ନିଜ ଉପରେ ନିୟନ୍ତ୍ରଣ ଥାଏ । ଏଭଳି ଆସନ ବ୍ୟକ୍ତିମାନଙ୍କୁ ଆରାମ ରଖିବା ସହ ଏକାଗ୍ରତା ବଢାଇଥାଏ । 

walk
ଚାଲିବା

ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଶୈଳୀରେ ଚାଲିଥାନ୍ତି । ଚାଲିବା ଶୈଳୀରୁ ଜଣା ପଡିଥାଏ ଜଣେ ବ୍ୟକ୍ତିର ସ୍ୱଭାବ ଓ ବ୍ୟକ୍ତିତ୍ୱ । ଅନେକ ଲୋକେ ଚାଲିବା ବେଳେ ପଛ ପଟେ ହାତ ରଖି ଚାଲିଥାଆନ୍ତି । ଏଭଳି ପଛପଟେ ହାତ ରଖି ଚାଲୁଥିବା ବ୍ୟକ୍ତିଙ୍କ ସ୍ୱଭାବ ଅନ୍ୟ ବ୍ୟକ୍ତିଙ୍କଠାରୁ ଭିନ୍ନ ହୋଇଥାଏ । ଏଭଳି ଚାଲୁଥିବା ବ୍ୟକ୍ତି ମୁଖ୍ୟତଃ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଏଭଳି ଅଙ୍ଗଭଙ୍ଗୀ ଶିକ୍ଷକ, ସାମରିକ ଅଧିକାରୀ ଓ ବୟସ୍କଙ୍କ ମଧ୍ୟରେ ଦେଖା ଦେଇଥାଏ । 

ଅଧିକ ପଢନ୍ତୁ: କାର୍, ବାଇକ୍ ପଛରେ କାହିଁକି ଦୌଡ଼ନ୍ତି କୁକୁର ? କ’ଣ ରହିଛି ଏହା ପଛର କାରଣ ?

ଏଭଳି ଚାଲୁଥିବା ବ୍ୟକ୍ତିମାନେ ନିଜ ଉପରେ ନିୟନ୍ତ୍ରିତ, ଆତ୍ମବିଶ୍ୱାସୀ ହେବା ସହ ନିଜ ଚାରି ପାଖରେ ନିୟନ୍ତ୍ରଣ କରିଥାନ୍ତି । ସେମାନେ ଦୃଢ ଭାବରେ ଠିଆ ହୋଇ ଥାଆନ୍ତି । ଏଭଳି ଛିଡା ହେବା ଦ୍ୱାରା ସେମାନେ ଆରାମ ଏବଂ ସୁରକ୍ଷିତ ଅନୁଭବ କରିଥାନ୍ତି । ବୟସ୍କ ଲୋକଙ୍କର ତ ଏହା ଏକ ଅଭ୍ୟାସ ହୋଇଥାଏ । ଏଭଳି ହାତ ପଛକୁ ରଖିବା ଦ୍ୱାରା କାମରେ ଏକାଗ୍ରତା ରହିଥାଏ । ବହୁ ଲୋକ ଧ୍ୟାନ କରିବା ସମୟରେ ଏକାଗ୍ରତା ନ ହରାଇବା ପାଇଁ ଏଭଳି ଆସନରେ ବସିଥାନ୍ତି । 

ଆମେ ଯେତେବେଳେ କିଛି ଜରୁରୀ ବିଷୟରେ ଭାବୁଛେ, ସଠିକ୍ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ଏପରି ଆସନରେ ବସିଲେ ଠିକ୍ ନିଷ୍ପତ୍ତି ନେଇଥାଉ । ଯେବେ ବି ଏଭଳି କାହାକୁ ପଛକୁ ହାତ ରଖି ଚାଲୁଥିବାର ଦେଖୁ ଥାଆନ୍ତି ଏବଂ ସେମାନେ ଧୀର ଭାବରେ ଗତି କରୁଥାଆନ୍ତି, ମନସ୍ତତ୍ତ୍ବବିତଙ୍କ ମତରେ, ସେମାନଙ୍କ ଆଖପାଖରେ କିଛି ଘଟୁଛି, ତାହାକୁ ଜାଣିବାକୁ ଚେଷ୍ଟା କରନ୍ତୁ ।

ଅଧିକ ପଢନ୍ତୁ: ଲିଫ୍ଟରେ କାହିଁକି ଲଗାଯାଏ ଦର୍ପଣ ? କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...